ଜିଲ୍ଲପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କଲେ ଅମଲା ସଙ୍ଘ

ମାଲକାନଗିରି (୨୧/୦୪) : ଆଜି ଅପରାହ୍ନ ୪ ଘଟିକା ସମୟରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ, ମାଲକାନଗିରି ଜିଲ୍ଲା ଶାଖାର ବିଶାଳ ଅମଲା ସମାବେଶ ସ୍ଥାନୀୟ ସଦର ତହସିଲ୍ କାର୍ଯ୍ୟାଳୟ ପରିସରରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାତ୍ରା କରିବ। ଏଥିରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ବିଭାଗର ସମସ୍ତ ଅମଲା ଭାଇ ଓ ଭଉଣୀମାନେ ଏକତ୍ରିତ ହୋଇ ଏହି ବିଶାଳ ସମାବେଶରେ ଯୋଗଦେଇ ନିଜର ଗୋଟିଏ ମାତ୍ର ନାର୍ଯ୍ୟ ଦାବି ଯଥା ସ୍ନାତକ ଭିତ୍ତିକ ଯୋଗ୍ୟତା ହlରରେ ମୂଳ ଦରମା ୯୩୦୦ ଟଙ୍କା ସହିତ grade Pay ୪୨୦୦ ଓ level-୯ ପାଇଁ ମାଲକାନଗିରି ଜିଲ୍ଲପାଳଙ୍କ ଜରିଆରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିବେ। ଏଥି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟକ୍ରମକୁ ଚୁଡାନ୍ତ ରୂପ ଦିଆଯାଇଛି। ସ୍ମାରକ ପତ୍ର ପ୍ରଦାନ କରିବା ପରେ ସରକାର ଆଗାମୀ ୩୦/୦୪/୨୦୨୩ ତାରିଖ ମଧ୍ୟରେ ଯଦି କୌଣସି ସକାରାତ୍ମକ ପଦକ୍ଷେପ ଗ୍ରହଣ ନକରନ୍ତି ତାହେଲେ ଆଗାମୀ ୩୦/୦୪/୨୦୨୩ ତାରିଖରେ ରାଜ୍ୟ ମିଳିତ ଅମଲା ମଞ୍ଚ ତରଫରୁ ଏକ ଚରମ ପତ୍ର ପ୍ରଦାନ କରାଯିବ। ତାପରେ ଯଦି କିଛି ସୁଫଳ ନ ମିଳେ ତାହେଲେ ଆଗାମୀ ୨୨/୦୫/୨୦୨୩ ତାରିଖ ଠାରୁ ଆଗାମୀ ୩୧/୦୫/୨୦୨୩ ତାରିଖ ପର୍ଯ୍ୟନ୍ତ ସବୁ ଅମଲା କଳା ବ୍ୟାଜ ପରିଧାନ କରି ଆନ୍ଦୋଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ଏଥିରେ ଯଦି ସରକାର କୌଣସି ସକାରାତ୍ମକ ପଦକ୍ଷେପ ଗ୍ରହଣ ନ କରନ୍ତି ତାହାଲେ ଆଗାମୀ ୦୧/୦୬/୨୦୨୩ ତାରିଖ ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବା ଦାବି ପୂରଣ ନ ହେବା ଯାଏଁ ସମସ୍ତ ଅମଲା ସମୂହ ଛୁଟିରେ ଯିବେ। ପ୍ରତିବାଦର ଦୁର୍ବାର ଆନ୍ଦୋଳନ ପାଇଁ ପ୍ରସ୍ତୁତି ଅଛନ୍ତି ଓଡ଼ିଶାର ୩୦୦୦୦ ହଜାର ଅମଲା ଭାଇ ଓ ଭଉଣୀମାନେ। ତେଣୁ ଆଜି ଓ ଆଗାମୀ ଦିନର ସବୁ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସବୁ ଅମଲା ପ୍ରସ୍ତୁତ ଅଛନ୍ତି। ଏ ଆନ୍ଦୋଳନ ଆମ ସ୍ବାଭିମାନର ଆନ୍ଦୋଳନ। ଏହାକୁ ସଫଳ କରି ଆମର ଗୋଟିଏ ମାତ୍ର ଦାବି ହାସଲ କରିବା ସମସ୍ତେ ବଜ୍ର ଶପଥ ନେଇଛନ୍ତି।

nis-ad
Leave A Reply

Your email address will not be published.