ଅସହ୍ୟ ତାତି ଯୋଗୁ ୩୨ ଛାତ୍ରୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ସୁନ୍ଦରଗଡ଼ : ସୁନ୍ଦରଗଡ଼ କୋଇଡାରେ ୩୨ ଛାତ୍ରୀ ଅସୁସ୍ଥ । ଅସହ୍ୟ ତାତି ଯୋଗୁ ସୁନ୍ଦରଗଡ଼ ଶୟମ୍ଭା ସେବାଶ୍ରମର ୩୨ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତଙ୍କୁ କେ.ବଲାଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଛାତ୍ରୀ ନିବାସରେ ଫ୍ୟାନ ନାହିଁ । ତା ସାଙ୍ଗକୁ ପାଣି ସମସ୍ୟା ଲାଗିରହିଛି । ପ୍ରବଳ ତାତି ଯୋଗୁ ହଷ୍ଟେଲ ଅନ୍ତେବାସୀ ଅସୁସ୍ଥ ହୋଇପଡିଥିବା କହିଛନ୍ତି। ଚିକିତ୍ସାପରେ ସମସ୍ତ ଛାତ୍ରୀ ସୁସ୍ଥ ଅଛନ୍ତ ବୋଲି କେବଳାଙ୍ଗ ମେଡିକାଲର ଡାକ୍ତର କଳାକାନ୍ତ ମହାନ୍ତ କହିଛନ୍ତି ।

ସେ କହିଛନ୍ତି, ପ୍ରବଳଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପିଲାମାନେ ଠିକ୍ ଭାବରେ ନ ଖାଇବା ଓ ଅଳ୍ପ ପାଣି ପିଇବା ଦ୍ୱାରା ଏପରି ହୋଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ସେମାନଙ୍କୁ ଆଜି ଗୋଟିଏ ଦିନରେ ଡାକ୍ତରଖାନାରେ ରଖାଯିବ। ଗତକାଲି ସେମାନେ ହଷ୍ଟେଲକୁ ଫେରିଯିବେ।

nis-ad
Leave A Reply

Your email address will not be published.