ପୁରୀରେ ଲୁଚିଥିଲା ୟୁପିର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ…!

ଭୁବନେଶ୍ବର: ପୁରୀରେ ଲୁଚିଥିଲା ୟୁପିର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ୍। ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା। ଶନିବାର ରାତିରେ ୟୁପି ପ୍ରୟାଗରାଜରେ ପୋଲିସ ହେପାଜତରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମାଫିଆ ଡନ୍ ଅତିକ ଓ ଅସରଫ ଯେତେବେଳେ ଆସିଥିଲେ ସେହି ସମୟରେ ଗୁଳିମାଡର ଶିକାର ହୋଇ ପ୍ରାଣ ହରାଇଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କୁ ଅତିକ ଯେତେବେଳେ ପ୍ରତିକ୍ରିୟା ଦେଉଥିଲା ସେହି ସମୟରେ ଗୁଡ୍ଡୁ ମୁସଲିମର ନା ନେଇଥିଲା। ପରେ ସେ ପ୍ରାଣ ହରାଇଥିବାରୁ ଏବେ ଗୁଡ୍ଡୁ ମୁସଲିମ କିଏ ଏବଂ ଅତିକ ସହ ତାର ସଂପର୍କ କଣ ତାକୁ ନେଇ ସାରା ଦେଶରେ ଚର୍ଚ୍ଚା ବଢିଛି।

ଏହି ଚର୍ଟ୍ଟା ଚାଲିଥିବା ବେଳେ ସେଦିନ ଘଟଣାବେଳେ ଉପସ୍ଥିତ ଥିବା ‘ଆଜତକ’ ନ୍ୟୁଜ ଚ୍ଯାନେଲର ରିପୋର୍ଟର କହିଛନ୍ତି, ପୁରୀରେ ଲୁଚିଥିଲା ୟୁପିର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ। ନିହତ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ସହଯୋଗୀ ହେଉଛି ଗୁଡ୍ଡୁ ମୁସଲିମ୍। ଶେଷ ରିପୋର୍ଟ ଅନୁଯାୟୀ ଗୁଡ୍ଡୁର ଶେଷ ଲୋକେସନ ପୁରୀ ରହିଥିବା ସୂଚନା ରହିଛି।

ୟୁପି ଏସଟିଏଫ୍ ଗୁଡ୍ଡୁର ଶେଷ ଲୋକେସନ ପୁରୀରୁ ପାଇଥିଲା। ଅତିକର ପୁଅ ଅସଦକୁ ଏନକାଉଣ୍ଟର ପରେ ଗୁଡ୍ଡୁ ଅଣ୍ଡରଗ୍ରାଉଣ୍ଡ ହୋଇଥିଲା। ଗୁଡ୍ଡୁକୁ ଖୋଜିବାକୁ ଯାଇ ତାର ଶେଷ ଲୋକେସନ ପାଇଥିଲା ଏସଟିଏଫ୍। ହେଲେ ଏସଟିଏଫ୍ ଟିମ୍ ପୁରୀ ପହଞ୍ଚିଲା ବେଳକୁ ଗୁଡ୍ଡୁ ଖସିଯାଇଥିଲା। ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ମୁଖ୍ୟ ସହଯୋଗୀ ଥିଲା ଗୁଡ୍ଡୁ ମୁସଲିମ ବୋମା ଭିଡ଼ିବା ଏବଂ ବିସ୍ଫୋରଣ ଘଟାଇବାରେ ମାହିର ଥିଲା ଗୁଡ୍ଡୁ।

ଜୟୟାମ ଓରଫ ଅଣ୍ଡରୱାର୍ଲ୍ଡ ଗୁଡ୍ଡୁ ଜଣେ ବୋମା ବିସ୍ଫୋରଣକାରୀ। ଯିଏକି କେବେ ବନ୍ଧୁକରେ କାହାକୁ ହତ୍ୟା କରେ ନାହିଁ ବରଂ ସେ ନିଜ ବ୍ୟାଗରେ ବୋମା ନେଇ ଲକ୍ଷ୍ୟ ଅନୁଯାୟୀ ଫିଙ୍ଗିଥାଏ। ଉମେଶ ପାଲ ହତ୍ୟାରେ ଏହି କୁଖ୍ୟାତ ଅପରାଧୀ ବୋମା ଫିଙ୍ଗିଥିଲା ବୋଲି ଅଭିଯୋଗ ରହିଛି। ଏହି ଘଟଣାରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ପ୍ରାଣ ହରାଇଛନ୍ତି। ସେ ଯେତେବେଳେ ବୋମା ଫିଙ୍ଗେ ମାନବିକତାକୁ ଭୁଲିଯାଏ।

ୟୁପି ପୋଲିସର ଏସଟିଏଫ ଏହି ଅପରାଧୀକୁ ଖୋଜୁଛି। ସେ ପୋଲିସର ଏନକାଉଣ୍ଟରର ଶିକାର ହେବାର ସମ୍ଭାବନା ରହିଛି। କିନ୍ତୁ ଏହି ବିସ୍ଫୋରଣକାରୀ ହେବାର କାହାଣୀ କୌଣସି ଚଳଚ୍ଚିତ୍ର ସ୍କ୍ରିପ୍ଟଠାରୁ କମ୍ ନୁହେଁ।

nis-ad
Leave A Reply

Your email address will not be published.