ଋଷିକୂଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ଲକ୍ଷ ଲକ୍ଷ ଛୁଆ ଅଲିଭ ରିଡଲେ

ଛତ୍ରପୁର:  ଶୀତ ଋତୁ ଆସିଲେ ଦଳ ଦଳ ହୋଇ ସମୁଦ୍ର ବକ୍ଷରେ ଭାସି ଆସନ୍ତି କଇଁଛମାନେ। ହଜାର ହଜାର ମାଇଲ ପାର କରି ପହଁରି ଆସି ପହଞ୍ଚି ଯାଆନ୍ତି ଓଡ଼ିଶାର ଉପକୂଳରେ । କେଇ ମାସ ପାଇଁ ସାମୁଦ୍ରିକ କଇଁଛ ଅଲିଭ ରିଡଲେ ଓଡ଼ିଶାର ଅତିଥି ପାଲଟି ଯାଆନ୍ତି। କାହିଁ କେଉଁ ଅନାଦି କାଳରୁ ସେମାନଙ୍କର ଲୀଳାଖେଳା ଜାରି ରଖିଛନ୍ତି। ଯାହା ଆମେ ଦେଖିଆସୁଛେ କେଉଁ କାଳରୁ ।

ତେବେ କଇଁଛମାନେ ବେଳାଭୂମିର ନରମ ବାଲୁକା ରାଶିରେ ପାଦ ରଖିଥାନ୍ତି। ବେଳାଭୂମିରେ ୩ରୁ ୪ଫୁଟ ଲମ୍ବର ଗାତ ନିଜ ଗୋଡରେ ଖୋଳି ଏଥିରେ ଅଣ୍ଡାଦାନ କରନ୍ତି । ଅତି ଅଜବ ଏମାନଙ୍କ ଜୀବନ ଶୈଳୀ । ଏମାନେ ଚାଲିଯିବା ପରେ ଅଣ୍ଡାରୁ ଛୁଆ ଫୁଟେ । ଆଉ ସେମାନେ ମଧ୍ୟ ସମୂହ ଭାବେ ସମୁଦ୍ର ମୁହାଁ ହୁଅନ୍ତି । ଆଉ ଏବେ ସେହି ଦୃଶ୍ୟ ପୁଣି ଦେଖିବାକୁ ମିଳୁଛି। ହଁ ଆଜ୍ଞା ବିଶ୍ୱ ମାନଚିତ୍ରରେ ଅଲିଭ ରିଡଲେ। କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ଏବେ ଲକ୍ଷ ଲକ୍ଷ ଛୁଆ ଅଲିଭ ରିଡଲେ। ସମ୍ପ୍ରତି ଲକ୍ଷ ଲକ୍ଷ ସଂଖ୍ୟାରେ ଛୁଆ ଅଲିଭ ରିଡଲେ ନୂଆଁ ଠିକଣା ପାଇବା ନେଇ ଲକ୍ଷ ରଖାଯାଇଛି ।

ଅନ୍ୟପଟେ ଗଞ୍ଜାମ ଅଞ୍ଚଳର ଦିଗଦର୍ଶନ ଫାଉଣ୍ଡେସନ ଓ ପୋଇରାଶି ପଞ୍ଚାୟତର ତାରିଣୀ ପଲ୍ଲୀ ଗ୍ରାମର ୟୁଥ ଫର ଭିଲେଜ ତରଫରୁ ବେବି ଅଲିଭ ରିଡଲେଙ୍କ ସୁରକ୍ଷାକୁ ନେଇ ସ୍ବେଛାସେବୀ ମାନେ ବେଳାଭୂମିରେ ବଢ଼ି ଭୋର ସମୟରେ ପହଞ୍ଚି ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବାଟବଣା ହୋଇ ଯାଉଥିବା ଛୁଆ ଗୁଡିକୁ ଏବଂ ପ୍ଳାଷ୍ଟିକ ବାଡ଼ରେ ସଂଲଗ୍ନ ଜାଲ ସହ ଛନ୍ଦୀ ହୋଇଯାଉଥିବା ଛୁଆ କଇଁଛ ଗୁଡିକୁ ପ୍ଳାଷ୍ଟିକ ବାଲଟିରେ ସଂଗ୍ରହ କରି ସମୁଦ୍ର ଜଳରେ ଛାଡ଼ୁଛନ୍ତି ।

ସୂଚନା ଥାଉକି, ଗତ ୧୫ ତାରିଖରୁ ଅଲିଭ ରିଡଲେ ମାନଙ୍କ ଅଣ୍ଡା ରୁ ଛୁଆ ଫୁଟିବା ପ୍ରକ୍ରିୟା ଚାଲିଛି । ଗତ ଦିନରେ ୬ ଲକ୍ଷ ୩୭ ହଜାର ୮ ଗୋଟି ସାମୁଦ୍ରିକ କଇଁଛ ଗଞ୍ଜାମ ବ୍ଲକର ପୋଡ଼ାମପେଟା ବେଳାଭୂମିରେ ଗଣ ଅଣ୍ଡାଦାନ କରିଥିବା ବେଳେ ୪୫ ଦିନ ପରେ ସେଇ ଅଣ୍ଡା ଗୁଡ଼ିକରୁ ଛୁଆ ଫୁଟିବା ଆରମ୍ଭ କରିଛି । ଫଳରେ ବାଲୁକା ରାଶି ମଧ୍ୟରେ ପୋତି ହୋଇ ରହିଥିବା ଅଣ୍ଡାରୁ ଗୋଟାକ ପରେ ଗୋଟେ ଛୁଆ ଉପରକୁ ଉଠି ଆସିବାପରେ ସମୁଦ୍ର ଲହରିର ଶବ୍ଦ ଓ ଲହରୀରୁ ଉତ୍ପନ ହେଉଥିବା ତେଜକ୍ରିୟ ରଶ୍ମି ଆଡକୁ ଛୁଆ ଗୁଡିକ ସମୁଦ୍ର ଜଳ ରାଶି ଭିତରକୁ ମୁହାଁଉଥିବା ଦେଖିବାକୁ ମିଳିଛି।

nis-ad
Leave A Reply

Your email address will not be published.