ଦାସରୁର ଦେହରକ୍ଷୀ ଭାବରେ କରିଥିଲା କାର୍ଯ୍ୟ
ଫୁଲବାଣୀ,୨୮ା୧୧: କନ୍ଧମାଲ ଜିଲ୍ଲାରେ କାର୍ଯ୍ୟରତ ଥିବା କେକେବିଏନ ଡିଭିଜନର (ରାଉଳ ଏରିଆ କମିଟିର) ସଦସ୍ୟ ବିଜା ମାଡଭି ଓରଫ ଟିକେଶ ଦକ୍ଷୀଣାଂଚଳ ଡିଆଇଜି ସାର୍ଥକ ଷଢଙ୍ଗୀଙ୍କ ନିକଟରେ ଆତ୍ମ ସମର୍ପପଣ କରିଛି । ଏହି ସମୟରେ ସେ ତା ନିକଟରେ ଥିବା ଏକ ପିସ୍ତଲ ଏବଂ ଦୁଇଟି ଜୀବନ୍ତ ଗୁଳି ମଧ୍ୟ ହସ୍ତାନ୍ତର କରିଛି ପୋଲିସକୁ । ଆଜି କନ୍ଧମାଳ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଡିଆଇଜି । ଏହି ଅବସରରେ ତାଙ୍କ । ସହିତ କନ୍ଧମାଲ ଏସପି ହରିଶ ବିସି ଏବଂ ଏସଓଜି ର ଉଚ୍ଚ ପଦାଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲାର କିସ୍ତରାମ ଥାନା ଅନ୍ତର୍ଗତ ମଙ୍ଗଳାଗୁଡା ଗାଁରେ ତାର ଘର ବୋଲି କହିଛନ୍ତି । ସେ ୨୦୧୮ ମସିହା ଅକ୍ଟୋବର ମାସରେ ଛତିଶଗଡର ବିଜା ମାଡଭି ମାଓ ସଂଗଠନର ଡାର୍ବା ଡିଭିଜନରେ ଯୋଗ ଦେଇ ପଶ୍ଚିମା ବସ୍ତର,ମାଡ୍ ଏବଂ ଉତର ବସ୍ତର ଅଂଚଳରେ କାର୍ଯ୍ୟ କରୁଥିଲା । ପରେ ସେ ଓଡିଶା କୁ ଆସି ନୁଆପଡା କେକେବିଏନ ଡିଭିଜନ ରେ କାର୍ଯ୍ୟ କରିଥିଲା । ଏହି ଅବସରରେ ସେ ପୋଲିସ ହାତରେ ମୃତ ମାଓନେତା ଦାସରୁ ର ଅଙ୍ଗରକ୍ଷୀ ବାବରେ କାର୍ଯ୍ୟ କରୁଥିଲା ଏବଂ ଦାସରୁ ନିକଟରରେ ଥିବା ଏକେ-୪୭ ରାଇଫଲ ମଧ୍ୟ ତାର ନିୟନ୍ତ୍ରଣରେ ଥିବା ପୋଲିଲ ଜାଣିପାରିଥିଲା ହେଲେ ସେ ତାକୁ ପରେ କାହାକୁ ବିକି୍ର କରିଦେଇଥିବା ନେଇ ଡିଆଇଜି ସୂଚନା ଦେଇଛନ୍ତି । ତେବେ ସେ କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାର
ସିର୍ଲା,ବାଇବାଲି,ଲେଙ୍ଗେରିମୁଣ୍ଡା,କୋଲମପଡା,ସାରାଗାଡୁ,ନାଲିକୁମ୍ପା,ଡାଙ୍ଗନାମୁ, ଟାଡିକୋଲା,କେକେରକୁପା ଏବଂ ରାଇଘର ଆଦି ଅଂଚଳରେ ଘଟିଥିବା ବିଭିନ୍ନ ମାଓହିଂସା ରେ ସାମିଲ ଥିବା ନେଇ ପୋଲିସ ନିକଟରେ ସୂଚନା ଥିବା କହିଥିଲେ । ଦୁର୍ଘ ବର୍ଷ ଧରି ମାଓ ସଂଗଠନରେ କାର୍ଯ୍ୟ କରିବା ପରେ ସଂଗଠନରେ ତଳ କ୍ୟାଡର ମାନଙ୍କୁ ମାଓନେତା ମନେ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ତଥା ମହିଳା ମାଓବାଦୀ ମାନଙ୍କୁ ମଧ୍ୟ ଯøøନ ନିର୍ଯ୍ୟାତନା ଦିଆଯିବା,କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ଅଭ୍ୟନ୍ତରୀଣ ଅଂଚଳ ଗୁଡିକରେ ମାଓ କୁମ୍ବିଙ୍ଗ ହେବା ଯୋଗୁଁ ନିଜକୁ ସେ ସଂଗଠନରେ ଅସୁରକ୍ଷିତ ମଣିବା ସହିତ ସରକାରଙ୍କର ମାଓ ଆତ୍ମସମର୍ପଣ ପରେ ରହିଥିବା ବିଭିନ୍ନ ସୁବିଧା ପାଇଁ ଆକର୍ଷିତ ହେବା ତଥା ଜିଲ୍ଲାର ଆଭ୍ୟନ୍ତରିଣ ଅଂଚଳରେ ଚାଲିଥିବା ବେଆଇନ ଗଞ୍ଜେଇ ଚାଷରୁ ମଧ୍ୟ ଅର୍ଥ ସଂଗ୍ରହ ଆସମ୍ଭବ ହେବା ଭଳି ବିଭିନ୍ନ ପ୍ରତିକୁଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେ ଆତ୍ମସମର୍ପଣ କରିାବକୁ ମନସ୍ତ କଲା ବୋଲି ପୋଲିସ ନିକଟରେ କହିଛି । ଆତ୍ମସର୍ମପଣ କରିବା ପରେ ସେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଂଚଳର ଏକ ଜଙ୍ଗଲରେ ମାଓ ସାମଗ୍ରୀ ରଖାଯାଇଥିବା ନେଇ ସୂଚନା ଦେଇଥିଲା । ସୂଚନା ମୁତାବକ ପୋଲିସ ସେଠାରେ ପହଂଚି ତଲାସି କରିବା ପରେ ସେଠାରୁ ପୋଲିସକୁ ବିପୁଳ ମାଓସାମଗ୍ରୀ ଗାତଖୋଳି ପୋତା ଯାଇଥିବା ଦେଖିବାକୁ ମିଳିଥିଲା । ପୋଲିସ ସେଠାରୁ ଏହି ସବୁ ଜିନିଷ ଜବତ କରିଛି । ସେଥିରେ ୬ଟି ଜିଲେଟିନ୍ ରଡ୍,ଗୋଟିଏ ରେଡିଓ,୨ଟି ଇଲେକ୍ଟ୍ରି ଡିଟୋନେଟର,ଗୋଟିଏ ସୋଲାର ପ୍ଲେଟ,୨ ଶହ କିଲୋ ଚାଉଳ,ଖାଇବା ତେଲ ଏବଂ ବିଭିନ୍ନ ମାଓ ସାମଗ୍ରୀ ଜବତ କରିଛି ପୋଲିସ । ତେବେ ଆତ୍ମସମର୍ପଣ କରିଥିବା ମାଓବାଦୀ ବିଜା ମାଡଭିକୁ ସରକାରଙ୍କର ପକ୍ଷରୁ ରହିଥିବା ସମସ୍ତ ସୁବିଧା ସଗେଯାଗ ପ୍ରଦାନ କରାଯିବ ବୋଲି କହିବା ସହିତ କନ୍ଧମାଳ ଜିଲ୍ଲାରେ ଥିବା ଅଳ୍ପ କିଛି ମାଓବାଦୀ ମାନେ ବାଛିଥିବା ହିଂସା ରାସ୍ତାକୁ ଛାଡି ସମାଜର ମୁଖ୍ୟ ସୋ୍ରତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ଡିଆଇଜି ସାର୍ଥକ ଷଢଙ୍ଗୀ ।