ବ୍ରହ୍ମପୁର : ଥାଇଲାଣ୍ଡ ର ବ୍ୟାଙ୍କକ୍ ଠାରେ ଅନୁଷ୍ଠିତ ଅନ୍ତଃରାଷ୍ଟ୍ରୀୟ ଯୁବ ମହୋତ୍ସବରେ ଭାରତ ତରଫରୁ ପ୍ରତିନିଧିତ୍ଵ କରି କୃତିତ୍ୱର ସହ ଦ୍ଵିତୀୟ ସ୍ଥାନ ହାସଲ କରିଥିବା ସୁଶ୍ରୀ ସଂଗୀତା କୁମାରୀ ସାହୁ କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।
କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ନୂଆ ବସ୍ ଷ୍ଟାଣ୍ଡ ରୋଡ ସ୍ଥିତ ଓ’ କରିମ୍ ହୋଟେଲ ସମ୍ମିଳନୀ କକ୍ଷରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା।
ଛତ୍ରପୁର ବ୍ଲକ୍ ଅଧିନସ୍ଥ କରାତଳି ଗ୍ରାମ ବାସିନ୍ଦା ସୁବାସ ଚନ୍ଦ୍ର ସାହୁ ଏବଂ ସନ୍ଧ୍ୟା ରାଣୀ ସାହୁ ଙ୍କ ଝିଅ ସୁଶ୍ରୀ ସଂଗୀତା କୁମାରୀ ସାହୁ ଥାଇଲାଣ୍ଡ ର ବ୍ୟାଙ୍କକ୍ ଠାରେ ଅନୁଷ୍ଠିତ ଅନ୍ତଃରାଷ୍ଟ୍ରୀୟ ଯୁବ ମହୋତ୍ସବରେ ଭାରତ ତରଫରୁ ପ୍ରତିନିଧିତ୍ଵ କରିଥିଲେ।ଏବଂ ସେ ଏହି ପ୍ରତିଯୋଗିତାରେ କୃତିତ୍ୱର ସହ ଦ୍ଵିତୀୟ ସ୍ଥାନ ହାସଲ କରିଥିଲେ।ତେବେ ସେ ଏହି ଶ୍ରେୟାକୁ ବାପା ,ମା, ତଥା ଗୁରୁ ଶ୍ରୀ ଗଜେନ୍ଦ୍ର କୁମାର ପଣ୍ଡା ଙ୍କୁ ଅର୍ପଣ କରିଥିଲେ। ଆଜିର ଏହି ସମ୍ବର୍ଧନା ଉତ୍ସବର ମୁଖ୍ୟ ଅତିଥି ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ ଯୋଗଦେଇ ଗଞ୍ଜାମ ଜିଲ୍ଲା ପାଇଁ ଏହା ଏକ ଗୌରବ ବୋଲି କହିଥିଲେ। ସଂଗୀତା ଙ୍କ ଉଚ୍ଚ ପ୍ରଶଂସା କରିବା ସହ ପୁଷ୍ପଗୁଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। କାହ୍ନା ଚାରିଟେବୁଲ ଟ୍ରଷ୍ଟ ସଭାନେତ୍ରୀ ରଞ୍ଜନା ମିଶ୍ର ମାନପତ୍ର ସହ ଉପଢ଼ୌକନ ଦେଇ ସଂଗୀତା ଙ୍କ ଉଜ୍ବଳ ଭବିଷ୍ୟ କାମନା କରିଥିଲେ।
ରବୀନ୍ଦ୍ରନାଥ ମିଶ୍ର,ବିଜୟ କୃଷ୍ଣ ମହାନ୍ତି,ଟି ବିଜୟ ରାଓ,ସୁଜାତା ମହାପାତ୍ର,ବିଶ୍ଵନାଥ ପାତ୍ର,ସଂଯୁକ୍ତା ତ୍ରିପାଠୀ,ବଂଶୀଧର ଦାଶ,ଦିପା ଅଗ୍ରୱାଲ,ପି କୋମଲି, ଡ ସୁରଜିତ ପାଣିଗ୍ରାହୀ,ଅଞ୍ଜଳି ମହାନ୍ତି,ସୋନମ୍ ଦାସ୍,ସନ୍ତୋଷ କୁମାର ପଣ୍ଡା ଙ୍କ ସମେତ ବହୁ ଟ୍ରଷ୍ଟ ସଦସ୍ୟ/ସଦସ୍ୟା ସହଯୋଗ କରିଥିଲେ।