ବ୍ରହ୍ମପୁର : ସ୍ଥାନୀୟ ଚର୍ଚ ରୋଡ ସ୍ଥିତ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିସରରେ ପ୍ରାଥମିକ ସେବା ସମୟବାୟ ସମିତିର ସମ୍ପାଦକମାନେ ତିନି ଦଫା ଦାବିରେ ଧାରଣାରେ ବସିଥିଲେ l ଦୀର୍ଘ ଦିନ ହେବ ଏହି ସମବାୟ ସମ୍ପାଦକମାନେ ଦରମା ବୃଦ୍ଧି ସହିତ ନୂତନ କ୍ୟାଡର ଚୟନ କରି ବ୍ୟାଙ୍କିଙ୍କ ଆସିଷ୍ଟାଣ୍ଟ ପଦବୀକୁ ଉନ୍ନତି କରିବା ସହିତ ସମସ୍ତ ପ୍ରାଥମିକ ସେବା ସମବାୟ ସମ୍ପାଦକଙ୍କ ନାମରେ ସ୍ୱାସ୍ଥ୍ୟ ବିମା କରିବାକୁ ଦାବି କରି ଆସୁଛନ୍ତି l ଆଜି ଉକ୍ତ ଦାବୀମାନଙ୍କୁ ନେଇ ଗଞ୍ଜାମ ଓ ଗଜପତି ଜିଲ୍ଲାର ପ୍ରାଥମିକ ସେବା ସମବାୟ ସମ୍ପାଦକ ସଂଘ ସଭାପତି ସିତାରାମ ପ୍ରଧାନ, ସମ୍ପାଦକ ନବ କୁମାର ପାଢୀଙ୍କ ନେତୃତ୍ୱରେ ୨୫୮ଟି ସମବାୟର ସମ୍ପାଦକମାନେ ବ୍ୟାଙ୍କ ପରିସରରେ ଧାରଣା ଦେଇଥିଲେ । ଏହା ସହିତ ବିଭିନ୍ନ ନାରାବାଜି କରିବା ସହ ଆଜି ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଥିଲେ । ଏହାପରେ ବିସିସି ବ୍ୟାଙ୍କ ପରିଚାଳନା ସଭାପତି ଶିବରାମ ପାତ୍ରଙ୍କ ସହ ଉକ୍ତ ତିନି ଦଫା ଦାବୀ କୁ ନେଇ ଏକ ପ୍ରତିନିଧି ଦଳଆଲୋଚନା କରିଥିଲେ । ଏହାପରେ ସଭାପତି ଧାରଣା ସ୍ଥଳକୁ ଆସିବା ସହିତ ସମସ୍ତ ଦାବୀକୁ ଏକ ମାସ ମଧ୍ୟରେ ପୂରଣ କରାଯିବ ବୋଲି ପ୍ରତିଶୂତି ଦେଇଥିଲେ । ତେବେ ବିଭାଗୀୟ କାର୍ଯ୍ୟରେ ଅଗ୍ରଗତିରେ କିଛି ଲାକୁନା ରହିଥିବାରୁ ସମସ୍ତ ଦାବୀ ପୂରଣ ହେବାକୁ କିଛି ସମୟ ଲାଗୁଥିବା ସାମ୍ବାଦିକ ମାନଙ୍କୁ ସାକ୍ଷାତକାରରେ କହିଛନ୍ତି ବ୍ୟାଙ୍କ ପରିଚାଳନା ସଭାପତି ଶିବରାମ ପାତ୍ର l
Sign in
Sign in
Recover your password.
A password will be e-mailed to you.
Prev Post