ଋଷିକୁଲ୍ୟା ମୁହାଁଣରେ ସମୁଦ୍ର ମୁହାଁ କଇଁଛଙ୍କ ଅଣ୍ଡାଦାନ, ହଜାର ହଜାର ଛୁଆ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ଅଞ୍ଚଳ ସମୁଦ୍ର ବେଳାଭୂମିରେ ବର୍ତ୍ତମାନ ଅଲିଭ ରିଡଲେ ସାମୁଦ୍ରିକ କଇଁଛ ଅଣ୍ଡାରୁ ଛୁଆ ଫୁଟିବା ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହୋଇଛି ଏହା ଆସନ୍ତା୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ଅଣ୍ଡା ଦେବାର ୪୫ରୁ ୫୦ଦିନ ପରେ ମୁଖ୍ୟତଃ ସେହି ଅଣ୍ଡାରୁ ଛୁଆ ବାହାରିଥାନ୍ତି l ଛୁଆ ଗୁଡିକ ସ୍ୱତ୍ତପବୃତ୍ତ ଭାବେ ବର୍ତ୍ତମାନ ସମୁଦ୍ର ମୁହାଁ ହେଉଥିବା ଦେଖିବାକୁ ମିଳିଛି l ପରିବେଶବିତ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି । ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ପୋଡ଼ାମପେଟା ଗ୍ରାମ ନିକଟସ୍ଥ ବେଳାଭୂମିର ବାଲୁକା ରାଶି ମଧ୍ୟରେ ପୋତି ହୋଇ ରହିଥିବା ଅଣ୍ଡା ଗୁଡ଼ିକରୁ ଛୁଆ ଫୁଟିବା ପରେ ବେଳାଭୂମିକୁ ଉଠି ସମୁଦ୍ର ଅଭିମୁଖେ ଯିବା ସହ ନୂଆ ଠିକଣା ପାଉଥିବା ଦେଖିବାକୁ ମିଳିଛି l
ବ୍ରହ୍ମପୁର ଡ଼ିଏଫଓ ଶନି ଶେଖରଙ୍କ ନିର୍ଦ୍ଦେଶକ୍ରମେ ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବନ ବିଭାଗ କର୍ମଚାରୀଙ୍କ ଦ୍ୱାରା ସାମୁଦ୍ରିକ କଇଁଛ ଛୁଆ ଗୁଡିକର ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି l ବେଳାଭୂମିରେ ଗଣ ଅଣ୍ଡାଦାନ ପୂର୍ବରୁ କିଛି ଦିନ ମଧ୍ୟରେ ପ୍ରତି ରାତିରେ ସାମୁଦ୍ରିକ କଇଁଛ ଗୁଡିକ ଅଣ୍ଡାଦାନ କରିଥିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି l
ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଋଷିକୁଲ୍ୟା ସମୁଦ୍ର ବେଳାଭୂମିରେ ୬ ଲକ୍ଷ ୩୭ ହଜାର ଓ ୨୦୨୨ରେ ୫ ଲକ୍ଷ ୫୦ ହଜାର ମା’ ଅଲିଭ ରିଡଲେ ସାମୁଦ୍ରିକ କଇଁଛ ଗଣ ଅଣ୍ଡାଦାନ କରିଥିଲେ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

nis-ad
Leave A Reply

Your email address will not be published.