ସରପଞ୍ଚ ଶ୍ରୀମତୀ ସୁନିତା ଗଣ୍ଡଙ୍କୁ ଅଯୋଗ୍ୟ ଘୋଷଣା କଲେ ମାନ୍ୟବର ଅଦାଲତ…


ଉମରକୋଟ : ୧୨/୦୪/୨୦୨୩ ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅଧିନସ୍ତ କୁନ୍ଦେଇ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀନୀ ସୁନିତା ଗଣ୍ଡଙ୍କ ଗତକାଲି ରାଇଘର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ଅଯୋଗ୍ୟ ଘୋଷଣା କରି ରାୟ ପ୍ରଦାନ କରିଛନ୍ତି l ସୂଚନା ପ୍ରକାରେ ୨୦୨୨ ମସିହା ସରପଞ୍ଚ ପ୍ରାର୍ଥୀନୀ ଭାବରେ ଶ୍ରୀମତୀ ସୁନିତା ଗଣ୍ଡ ବିଜୟ ହାସଲ କରିଥିଲେ କିନ୍ତୁ ସରପଞ୍ଚ ପ୍ରାର୍ଥୀନୀ / ପ୍ରାର୍ଥୀ ହେବାପାଇଁ ସରକାରୀ ନିୟମ ଅନୁଯାଇ ଯୋଉଁ ଯୋଗ୍ୟତା ଥିବା ଦରକାର ତାହା ଶ୍ରୀମତୀ ସୁନିତା ଗଣ୍ଡଙ୍କ ପାଖରେ ନଥିଲା,ସେ ନା ପଢି ଜାଣୁଛି ନା ଲେଖି ପାରୁଛି କିମ୍ବା କୌଣସି ପ୍ରକାରର ବକ୍ତୃତା ଦେବାର ଜ୍ଞାନ ଅଛି l ଏହି ସବୁ ନ ଥିଲେ ଜଣେ ସରପଞ୍ଚ ପ୍ରାର୍ଥୀ ହେବାପାଇଁ ଅଯୋଗ୍ୟ ହୂଏ କିନ୍ତ ଏଠି ପ୍ରଶ୍ନ ଥାଏ ଶ୍ରୀମତୀ ସୁନିତା ଗଣ୍ଡ କି ପରି ଭାବେ ସରପଞ୍ଚ ପ୍ରାର୍ଥୀନୀ ପାଇଁ ଘୋଷିତ ହେଲେ ତାହାକୁ ନେଇ ଅଭିଯୋଗ ହୋଇଥିଲା, ରାଇଘର ବ୍ଲକ ପୂର୍ବତନ ମାନନୀୟ ବିଡ଼ିଓ ମହାଶୟ କିପରି ଲିୟାକୁ ଗୁଡ଼ ସାକ୍ଷୀ ଭଳି ଶ୍ରୀମତି ସୁନିତା ଗଣ୍ଡର ନୋମିନେସନ ଅନୁମୋଦନ ପ୍ରଦାନ କରିବା ପରେ ମଞ୍ଜୁର କରିଥିଲେ ତାହାକୁ ନେଇ ପ୍ରଶ୍ନ ଉଠିଛି l ସୂଚନା ଥାଉକି ଏଠାରେ କିଚକ ବାହୁବଳେ ବିରାଟ ରାଜା ଭଳି ଦଶା ଦେଖିବାକୁ ମିଳିଛି, ଏହି ଭଳି ଅନିୟମିତତା କୁ ନେଇ ପୂର୍ବତନ ସରପଞ୍ଚ ଶ୍ରୀ ମତି ରଞ୍ଜିତା ମାଝୀ ୨୦୨୨ ମାର୍ଚ୍ଚ ୧୪ ରାଇଘର ପ୍ରଥମ ଶ୍ରେଣୀ ବିଚାର ବିଭାଗ (JMC) କୋର୍ଟରେ ଏକ ପିଟିସନ ଦାଖୋଲ କରିଥିଲେ ଓ ୧/୨୨ରେ ଏକ କେ୍ସ ରୁଜୁ ହେଲା l ଦୀର୍ଘ ପ୍ରାୟ ଚୌଦ ମାସ କେ୍ସଟି ଚାଲୁଥିବା ବେଳେ ଆଜି ୧୧/୦୪/୨୦୨୩ ରିକ ଦିନ ରାଇଘର ପ୍ରଥମ ଶ୍ରେଣୀ ବିଚାର ପତି ଶ୍ରୀଯୁକ୍ତ ପତିଶ କୁମାର ଚାନ୍ଦ ସବୁ ସାକ୍ଷୀ ମାନଙ୍କ ବୟାନ ଓ ଶ୍ରୀମତି ସୁନିତା ଗଣ୍ଡଙ୍କୁ ପଡ଼ିବା, ଲେଖିବା କହିବାରୁ ଶ୍ରୀମତି ସରପଞ୍ଚ ତାହା ପାରି ନ ଥିଲେ,ଏହି ପରି ଅବସ୍ଥାରେ ଶ୍ରମତି ସୁନିତା ଗଣ୍ଡଙ୍କୁ ଅଯୋଗ୍ୟ ଘୋଷଣା କରି ରାଇଘର ପ୍ରଥମ ଶ୍ରେଣୀ ବିଚାର ପତି ରାୟ ପ୍ରଦାନ କରିଛନ୍ତି l
ଏହି କେ୍ସଟି ଇଲେକସନ ପରିଚାଳନା ସ୍ପେସିଆଲ

ଆଡ଼ଭୋକେଟ ନବରଙ୍ଗପୁର ଓକିଲ ସଂଘର ସଭାପତି ଶ୍ରୀ ନରସିଂ ତ୍ରିପାଠୀ ଓ ରାଇଘରର ମାନ୍ୟଗଣ୍ୟ ସୁପରିଚିତ ଆଡ଼ଭୋକେଟ ଶ୍ରୀ ସନରାଜ ଗଣ୍ଡ ଶ୍ରୀମତି ରଞ୍ଜିତା ମାଝୀର ସ୍ୱପକ୍ଷେ କେସ ଲଢୁଥିଲେ l ଶ୍ରୀ କାଲି ପ୍ରସାଦ ନନ୍ଦ, ଶ୍ରୀ ସଂଜୀବ ଭକ୍ତ, ଶ୍ରୀ ପ୍ରଫୁଲ୍ୟ ସିଂ, ଶେଖ ବାବା ଆଲିଶା, ଶ୍ରୀ ଶ୍ରୀକାନ୍ତ ପଣ୍ଡା, ଶ୍ରୀ ମୁନ୍ନା ରୁପଚାନ୍ଦ ଓ ପ୍ରମୁଖ ଓକିଲ ମାନେ ଏହି କେ୍ସଟିର ରାଇଘର ପ୍ରଥମ ଶ୍ରେଣୀ ବିଚାର ବିଭାଗର ବିଚାରପତି ରାୟ ପ୍ରଦାନ କରିବା ସମୟରେ ଉପସ୍ଥିତ ଥିଲେ l ଏଠାରେ ସୂଚନା ଥାଉକି ନବରଙ୍ଗପୁର ଜିଲ୍ଲାର ଅନେକ ପଞ୍ଚାୟତ ରେ ସରପଞ୍ଚ ପାର୍ଥୀନୀ ମାନଙ୍କ ସ୍ୱାମୀ ଏବଂ ପରିବାର ପୁରୁଷ ସଦସ୍ୟ ମାନଙ୍କ ଦ୍ଵାରା ପଞ୍ଚାୟତ ପରିଚାଳିତ ହେଉଥିବା ଦେଖିବାକୁ ମିଳୁଛି ଏବଂ ଏହାକୁ ନେଇ ଅଭିଯୋଗ ଵି ହେଉଛି ତଥାପି ଜିଲ୍ଲା ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆ ଯାଉ ନାହିଁ ଯାହା ଫଳରେ ଏକ ଛାତ୍ରବାଦ ଶାସନ ଚାଲୁଛି l ଏଠାରେ ପ୍ରକୃତ ସରପଞ୍ଚ କିଏ…? ଯାହାକି ବିରାଟ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି l ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ସହିତ ନେବାକୁ ସାଧାରଣ ରେ ଦାବୀ ହେଉଛି…

nis-ad
Leave A Reply

Your email address will not be published.