ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ : ନିଘୋଡ଼ ନିଦରେ ଜିଲ୍ଲା ଶ୍ରମ ଅଧିକାରୀ…!


କୁଆଁରମୁଣ୍ଡା-ରାଜ୍ଯର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା
ଭାବେ ସୁନ୍ଦରଗଡ ଜିଲ୍ଲା ଅନ୍ୟତମ।ମୁଖ୍ୟତଃ କାମ ଧନ୍ଦା ନପାଇ ଦାଦନ ଖଟିବାକୁ ବାହର ରାଜ୍ୟକୁ ନିୟମିତ ଶ୍ରମିକ ମାନେ ଦେଖିବାକୁ ମିଳୁଛି l ସରକାର ବିଭିନ୍ନ ଯୋଜନା କରି ଶ୍ରମିକ ମାନଙ୍କୁ କମାଧନ୍ଦା ଯୋଗାଇ ଆସିଥାନ୍ତି କିନ୍ତୁ ଠିକାଦାର ମାନେ ମିସିନ ଦ୍ଵାରା କାମ କରାଇ ଶ୍ରମିକ ମାରଣ ନୀତି ଆପଣଇ ଥିବା ଯୋଗୁ ଶ୍ରମିକ ମାନେ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହୁଅନ୍ତି, ଜିଲ୍ଲା ପ୍ରଶାସନ ସବୁ ଜାଣି ଵି ଅଜଣା ମୁଖ୍ୟତଃ ଜିଲ୍ଲା ଶ୍ରମ ଅଧିକାରୀ ଧୃତରାଷ୍ଟ ସାଜିଥିବା ଦେଖିବାକୁ ମିଳୁଛି l ସୂଚନା ଥାଉକି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଳକ ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମର ଏତବାରୀ ଏକ୍କା ଙ୍କ ପୁଅଚାମ୍ପା ଏକ୍କା 28 ବର୍ଷ ଙ୍କୁ ଗୋବିରା ପଂଚାୟତ ର ଠିକାଦାର ମଂଗଲ ଲୋହାର
ଗତ12/3/22ତାରିଖ ରେ ଛତିଶଗଡର ରାୟଗଡ ଜିଲ୍ଲାକୁ ଦାଦନ ଶ୍ରମିକ ଭାବେ କାମ କରିବା ପାଇଁ ନେଇଥିଲେ। କନ୍ତୁ ସେଠାରୁ ଯୁବକ ଜଣକ ନିଖୋଜ ହେବା ଗାଁ ଲୋକ ମାନଙ୍କ ମଧ୍ଯ ରେ ସନ୍ଦେହ ଉପୁଜିଛି । ଯୁବକ ର ନିଖୋଜ ନେଇ କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଶାମଲାଲ. ଓରାମ ଙ୍କ ଗତ27/6/22ତାରିଖ ରେ ଏକ ଲିଖିତ ଏତଲା ଦିଆଯାଇ ଥିଲେ ମଧ୍ଯ କୌଣସିପ୍ରକାର ପଦକ୍ଷେପ ନିଆଯାଇ ନାହିଁ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି l ମୁଖ୍ୟତଃ ଶ୍ରମ ଠିକାଦାର ( ଦଲାଲ ) ମାନେ ଶ୍ରମ ଅଧିକାରୀ ଓ ସ୍ଥାନୀୟ ପୋଲିସ କୁ ହାତବାରିସୀ କରି ଏହି ପରି ଶ୍ରମିକ ଚାଲାଣ କରିଥାନ୍ତି ତେଣୁ ଏହି ଦଲାଲ ମାନଙ୍କ ଭୟ ନଥାଏ l ଏହି ଦଲଲି ପାଇଁ ନିୟମ କାନୁନ ଵି ରହିଛି କିନ୍ତୁ ନିୟମ କାନୁନ କୁ ଫୁ କରି ଏହି ଶ୍ରମିକ ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି l ଏ ଜିଲ୍ଲାରୁ ଅଧିକ ମଜୁରୀ ପା ଇବାର ଆଶାରେ ବହୁତ ଯୁବକ ଯୁବତୀ ବାହାର ରାଜ୍ୟକୁ ଦଲାଲଙ୍କ ଜରି ଆରେ
ଦାଦନ ଶ୍ରମିକ ଭାବେ ଯିବାର ବହୁତ ନଜୀର ରହିଛି ସେମାନଙ୍କ ମଧ୍ଯ ରୂ କିଛି ଘରକୁ ଫେରିଛନ୍ତି ତ ବହୁତ
ଯୁବକ ଯୁବତୀଙ୍କ ଖୋଜଖବର ଏ ପର୍ଯ୍ୟନ୍ତ ମିଳିନାହିଁ।ଏଠାରେ ଦଲାଲଙ୍କ ମାତ୍ରା ଏତେ ପରିମାଣର ରହିଥିଲେ ମଧ୍ଯ ପୋଲିସ
ପ୍ରଶାସନ ଓ ଜିଲ୍ଲାର ଶ୍ରମ ଅଧିକାରୀ ଜାଣିଶୁଣି ନିରବ
ରହିବା ସନ୍ଦେହ ଘେରରେ ରହିଛି।ଚାମ୍ପା ଏକ୍କା ନାମକ
ଯୁବକ ନିଖୋଜ ନେଇ ଫାଣ୍ଡି ଅଧିକାରୀଙ୍କ ସହିତ ଆଲୋଚନା କରିବାରୁ କୌଣସି ପ୍ରକାର ସେ ସନ୍ତୋଷ ଜନକ ଉତ୍ତର ଦେଇନାହାନ୍ତି ଯାହାକୁ ନେଇ ସନ୍ଦେହ ଘେରରେ ଫାଣ୍ଡି
ଅଧିକାରୀଙ୍କ ଭୂମିକାକୁ ଏଡାଇ ଦିଆଯାଇ ପାରିବ ନି। ବୋଲି ଅଞ୍ଚଳ ରେ ଅସନ୍ତୋଷ ଦେଖା ଯାଇଛି l ଉକ୍ତ ଘଟଣା କୁ ନେଇ ଅଭିଯୋଗ ପରେ ଵି ବାବୁ ଚୁପ ବସିଥିବା ଦେଖି ବାକୁ ମିଳୁଛି

nis-ad
Leave A Reply

Your email address will not be published.