ଚୟନ ସ୍ଥାନରେ କାର୍ଯ୍ୟ ହୋଇନଥିବା ନେଇ ବିଡ଼ିଓଙ୍କୁ ଅଭିଯୋଗ କଲେ ଗ୍ରାମବାସୀ…

ଦାରିଙ୍ଗବାଡି,୧୦/୪ : ଚୟନ ହୋଇଥିବା ସ୍ଥାନରେ କାର୍ଯ୍ୟ ନହୋଇ ଅନ୍ୟ ସ୍ଥାନରେ କାମ ହୋଇଥିବା ନେଇ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ରଙ୍କୁ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଦାରିଙ୍ଗବାଡି ବ୍ଲକ୍ ଅନ୍ତର୍ଗତ ଦାସିଂବାଡି ପଞ୍ଚାୟତ କାଣ୍ଡାପା ଗ୍ରାମବାସୀ ଆଣିଛନ୍ତି କିଛି ଏଭଳି ଅଭିଯୋଗ । ଉକ୍ତ ଗ୍ରାମରେ ୨୦୨୨-୨୩ ଆର୍ଥିକ ବର୍ଷରେ ପଞ୍ଚଦଶ କେନ୍ଦ୍ରୀୟ ଅନୁଦାନରେ ଶୈଳ ସାହି ଠାରୁ ପ୍ରମୋଦ ସାହି ମଧ୍ୟରେ ଗାର୍ଡ ୱାଲ ନିର୍ମାଣ ନିମନ୍ତେ ୧ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଥିଲା । ହେଲେ ଉକ୍ତ କାମ ଚୟନ ସ୍ଥାନରେ ନହୋଇ ଅନ୍ୟ ଏକ ସ୍ଥାନରେ ହୋଇଥିବା ଅଭିଯୋଗ ହୋଇଛି । ଏଣୁ ଏହାର ଦତନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମର ସାମୁଏଲ ମୁଠାମାଝୀ, ସୁଧୀର ମୁଠାମାଝୀ, କୃଷ୍ଣ ଚନ୍ଦ୍ର ପ୍ରଧାନ, ଅର୍ଜୁନ ପ୍ରଧାନ ପ୍ରମୁଖ ଦାରିଙ୍ଗବାଡି ବିଡ଼ିଓ ଙ୍କୁ ଅଭିଯୋଗ କରିଛନ୍ତି ।

nis-ad
Leave A Reply

Your email address will not be published.