ଦାରିଙ୍ଗବାଡ଼ି ପୋଲିସ ଦ୍ବାରା ଗଞ୍ଜେଇ ଜବତ, ଚାଲାଣକାରି ଗିରଫ

ଦାରିଙ୍ଗବାଡି,୧୦/୪ : ଦାରିଙ୍ଗବାଡ଼ି ପୋଲିସ ଆଜି ଏକ ବୋଲେର ପିକ୍ ଆପରୁ ୨୨କେଜି ୩୫୦ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଚାଲାଣ କାରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ କୋୖସିକ ମାଝୀ ସୂଚନା ଦେଇଛନ୍ତି । କୋୖଣସି ସୂତ୍ରରୁ ବୋଲେର ପିକ୍ଆପରେ ଗଞ୍ଜେଇ ବାଲିଗୁଡା ଅଞ୍ଚଳରୁ ବ୍ରହ୍ମପୁରକୁ ଚାଲାଣ ହେଉଥିବା ସୂଚନା ପାଇ, ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ତଲାସୀ ଆରମ୍ଭ କରିଥିଲେ । ଏହି ତଲାସୀରେ ବୋଲେର ପିକ୍ ଆପ ନଂ-ଓଆର୍ ୦୫ଏଭି ୫୩୨୪ରେ ୨୨କେଜି ୩୫୦ଗ୍ରାମ ଗଞ୍ଜେଇ ଜବତ କରିବା ସହ ବୋଲେର ପିକ୍ ଆପକୁ ମଧ୍ୟ ଜବତ କରି ଚାଲାଣ କାରି ଡ୍ରାଇଭର ଦୀପକ ଦିଗାଲଙ୍କୁ ଗିରଫ କରିଥିଲେ । ଦୀପକ ବାଲିଗୁଡ଼ା ଥାନା ଅନ୍ତର୍ଗତ ସଲାକିଆ ଗ୍ରାମର ବୋଲି ଜଣାପଡ଼ିଛି । ଏହି ଘଟଣାରେ ଦାରିଙ୍ଗବାଡ଼ି ଥାନାରେ କେସ ନଂ-୬୫/୨୦୨୩ରେ ମକଦମା ରୁଜୁକରି ଅଧିକ ତଦନ୍ତ କରିବା ସହ କୋର୍ଟ ଚାଲାଣ କରିଥିବା ଥାନା ସୂଚନାରୁ ଜଣା ପଡ଼ିଛି

nis-ad
Leave A Reply

Your email address will not be published.