ସରକାର ଶୀଘ୍ର କେ.ଏଲ.ଡି.ବି. ବୈଠକ ଆହ୍ଵାନ କରି ବୋନସ, କନ୍ୟା ବିବାହ ସହାୟତା, ଦରମା ବୃଦ୍ଧି ଘୋଷଣା ପାଇଁ ଦାବୀ…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ଓ ଛାତ୍ର ବୃତ୍ତି ସମ୍ପର୍କୀୟ ଘୋଷଣାର ଅବହେଳାର ଦୃଢ ପ୍ରତିବାଦ, କେନ୍ଦ୍ର ଓ ରାଜ୍ୟ ସରକାର ଜି.ଏସ୍.ଟି. ଅର୍ଥ ଫେରସ୍ତ ଦାବୀ ପାଇଁ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ଓ ଜଙ୍ଗଲ ମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ ପାଇଁ ସଂଘର ରାଜ୍ୟ କାର୍ଯ୍ୟକାରୀ କମିଟି ବୈଠକର ନିଷ୍ପତ୍ତି:-
କେନ୍ଦ୍ର ଓ ରାଜ୍ୟ ସରକାର ଜି.ଏସ.ଟି. ଅର୍ଥ ଫେରାଇବାକୁ ଦାବୀ

ସମ୍ବଲପୁର (୧୦/୪) : ଆଜି ସମ୍ବଲପୁର ଦଳେଇପଡ଼ା ସ୍ଥିତ କଲ୍ୟାଣ ମଣ୍ଡପରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସ୍ତରୀୟ କାର୍ଯ୍ୟକାରୀ କମିଟି ଓ ରାଜ୍ୟ ପରିଷଦ ବୈଠକ ସଂଘର ରାଜ୍ୟ ସଭାପତି ଶ୍ରୀ ବିଜୟ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ପ୍ରଥମେ ସଂଘର ରାଜ୍ୟ କୋଷାଧ୍ୟକ୍ଷ ଦୀନବନ୍ଧୁ ବେହେରାଙ୍କ ବିୟୋଗର ଏକ ଶୋକପ୍ରସ୍ତାବ ଆଗତ ହୋଇ ଗଭୀର ଶୋକ ପ୍ରକାଶ ସହିତ ତାଙ୍କର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା ।

ବୈଠକ ପ୍ରାରମ୍ଭରେ ସଭାପତି ଶ୍ରୀ ମହାନ୍ତି ସଂଘର ବିଭିନ୍ନ ପ୍ରସଙ୍ଗ, ସମସ୍ୟା ଓ ଦାବୀ ସଂପର୍କରେ ସୂଚନା ଦେବାପରେ ସଂଘର ଡିଭିଜନ ତଥା ରେଞ୍ଜ ସ୍ତରୀୟ ଏବଂ ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ମାନେ ବକ୍ତବ୍ୟ ରଖିଥିଲେ। କର୍ମକର୍ତ୍ତା ମାନେ ତାଙ୍କର ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ଗତ ନଭେମ୍ବର ୨୩ ତାରିଖରେ ଯେଉଁସବୁ ଘୋଷଣା କରିଥିଲେ ସେସବୁ ଘୋଷଣା ସ୍ବାଗତ ଯୋଗ୍ୟ ଥିଲେ ମଧ୍ୟ ଗତ ସାଢେ଼4ମାସ ମଧ୍ୟରେ କାର୍ଯ୍ୟକାରୀ ହୋଇ ପାରିନ ଥିବାରୁ ଅସନ୍ତୋଷ ତଥା ଉଦ୍ ବେଗ ପ୍ରକାଶ କରିଥିଲେ। ଉଦାହରଣ ସ୍ୱରୂପ କେନ୍ଦୁପତ୍ର ସଂସ୍ଥାର ତୋଳାଳୀ ଓ କର୍ମଚାରୀ ଏବଂ ବନ୍ଧାଇ ଶ୍ରମିକ ମାନଙ୍କ ଛାତ୍ର ଛାତ୍ରୀ ମାନେ ବୃତ୍ତି ସମ୍ପର୍କୀୟ ଘୋଷଣା ସଂପୃକ୍ତ ବିଭାଗ ଯଥାକ୍ରମେ ଆଦିବାସୀ, ହରିଜନ ଓ ପଛୁଆ ବର୍ଗ ବିଭାଗର ଅଧିକାରୀ, କେନ୍ଦୁପତ୍ର ସଂସ୍ଥାର ସର୍ବୋଚ୍ଚ ଅଧିକାରୀ ଠାରୁ ଆରମ୍ଭ କରି ଡି.ଏଫ.ଓ ସ୍ତର ପର୍ଯ୍ୟନ୍ତ ଏବଂ ସର୍ବୋପରି ଶିକ୍ଷା ବିଭାଗ ସହଯୋଗ ନ ଦେବାରୁ ହଜାର ହଜାର ଛାତ୍ର ଛାତ୍ରୀ ବୃତ୍ତି ପାଇଁ ଦରଖାସ୍ତ ସୁଦ୍ଧା କରି ନପାରି ଏଥିରୁ ବଞ୍ଚିତ ହୋଇଛନ୍ତି। ସେହିପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ, ଲକ୍ଷ୍ୟାଧିକ ତୋଳାଳୀ ଓ ସିଜନାଲ କର୍ମଚାରୀ ଏବଂ ବନ୍ଧେଇ ଶ୍ରମିକ ମାନଙ୍କୁ ସାଢେ଼ ଚାରିମାସ ସମୟ ଅତିବାହିତ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଚୂଡାନ୍ତ ଘୋଷଣା ହୋଇପାରି ନାହିଁ। ଏହା ମଧ୍ୟ ଏକ ଚରମ ଅବହେଳା କେଉଁ ଡିଭିଜନରେ କେତେ ନୂତନ ତୋଳାଳୀ ମାନଙ୍କୁ ନୂତନ କାର୍ଡ ଦିଆ ଯାଇଛି ଏବେ ସୁଦ୍ଧା ତାହାର କୌଣସି ଲକ୍ଷ୍ୟ ବା ସେ ଦିଗରେ ତତ୍ପରତା ପ୍ରକାଶ ପାଇନାହିଁ। ଏହି ସବୁ ଯଦି ଓ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓ ଏଥିରେ ସର୍ବୋଚ୍ଚ ଶାସନ କର୍ତ୍ତାଙ୍କ ଘୋଷଣାକୁ ମଧ୍ୟ ଅବମାନନା କରାଯାଇଛି। ଏଥିପାଇଁ ବାରମ୍ବାର ପି.ସି.ସି.ଏଫ ଓ ସରକାର ଙ୍କୁ ତତ୍ପରତା ସହ ଏସବୁ ନିର୍ଦ୍ଧିଷ୍ଟ ସମୟରେ କାର୍ଯ୍ୟକାରୀ କରିବାକୁ ସାକ୍ଷାତ ଆଲୋଚନା ଓ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ ପ୍ରତିକାର ହୋଇନଥିବାରୁ ଗଭୀର ଅସନ୍ତୋଷ ସୃଷ୍ଟି ହୋଇଛି।

ସବୁଠାରୁ ବିସ୍ମୟ ଜନକ ପ୍ରସ୍ତାବ ହେଉଛି ଯେଉଁ ପ୍ରତିନିଧି ମୂଳକ ସଂସ୍ଥା କେ.ଏଲ.ଡି.ବି. ଗଠନ କରାଯାଇଛି। ସେହି କେ.ଏଲ.ଡିବିର ବୈଠକ ଗତ ୨୦୨୦ରୁ ଏ ପର୍ଯ୍ୟନ୍ତ ୨୦୨୩ମ: ଏପ୍ରିଲ ମାସ ହେଲାଣି ସେହି ବୋର୍ଡ ଯେଉଁ ବୋର୍ଡର ଅଧ୍ୟକ୍ଷ ସ୍ଵୟଂ ମୁଖ୍ୟମନ୍ତ୍ରୀ ଉକ୍ତ KLDB ( କେ.ଏଲ.ଡି.ବି ) ବୈଠକ ଆହ୍ଵାନ କରାଯାଇ ନାହିଁ କିମ୍ବା ସଂସ୍ଥାର ଆୟ ବ୍ୟୟ ଏବଂ ପ୍ରୋତ୍ସାହନ ବଣ୍ଟନ ବିନା ଆଲୋଚନାରେ ଘୋଷଣା ହେବା କିମ୍ବା ନ ହେବା ଫଳରେ ସଂସ୍ଥାର ଲକ୍ଷ ଲକ୍ଷ ଶ୍ରମିକ ମାନଙ୍କୁ ଅନ୍ଧକାରେ ରଖାଯାଇଛି।

ଗତ ୫ ବର୍ଷ ହେଲା ସିଜନାଲ କର୍ମଚାରୀ ମାନଙ୍କ ମାସିକ ମଜୁରୀ ହାର ଶ୍ରମ ବିଭାଗର ଅବହେଳା ଓ ନିଷ୍କିୟତା ଯୋଗୁଁ ସଂଶୋଧନ କିମ୍ବା ବୃଦ୍ଧି ହୋଇନାହିଁ। ଇତି ମଧ୍ୟରେ ପ୍ରାୟ ୧୮ ହଜାର ସିଜନାଲ କର୍ମଚାରୀ ଓ ୨୦ ହଜାର ବନ୍ଧେଇ ଶ୍ରମିକ ଭୟାବହ କୋଭିଡ ଓ ପରବର୍ତ୍ତୀ ଅର୍ଥନୈତିକ ମାନ୍ଦା ଅବସ୍ଥା ଏବଂ ଅତ୍ୟଧିକ ଦରଦାମ ବୃଦ୍ଧିରେ ଅତିଷ୍ଠ ଏବଂ କ୍ଷତିଗ୍ରସ୍ତ। ଏଣୁ ରାଜ୍ୟ ସରକାର ପିଛିଲା ଭାବରେ ଐତିହାସିକ ବିଶ୍ଵ ଶ୍ରମିକ ଦିବସ ମଇ୧ ତାରିଖ ରୁ ପିଛିଲା ଆକାରରେ ସେମାନଙ୍କର ମାସିକ ମଜୁରୀ ହାର ବୃଦ୍ଧି ଓ ଅନ୍ୟାନ୍ୟ ଶ୍ରମିକ ମାନଙ୍କ ପିସ ରେଟ ବୃଦ୍ଧି କରିବାକୁ ଦୃଢ ଦାବୀ କରାଯାଇଛି।

ସେହିପରି ୨୦୧୭-୨୦୧୮ ମ: ରେ କନ୍ୟା ବିବାହ ପାଇଁ ଦିଆଯାଇଥିବା ସାମାଜିକ ନିରାପତ୍ତା ମୂଳକ ଆର୍ଥିକ ସହାୟତା କୁ ବୃଦ୍ଧି କରି ନିଶ୍ଚିତ ଭାବରେ କନ୍ୟା ବିବାହ ସକାଶେ ଆର୍ଥିକ ସହାୟତା ମଧ୍ୟ ଘୋଷଣା କରିବାକୁ ବାରମ୍ବାର ଦାବୀ କରାଯାଇଛି। ଗତ ୧୦ ବର୍ଷ ତଳେ ସିଜନାଲ୍ କର୍ମଚାରୀ ଙ୍କ ଯେଉଁ ଦୈନିକ ଭତ୍ତା ଓ ଗସ୍ତ ଖର୍ଚ୍ଚ ଥିଲା ଏବେବି ପ୍ରଚଳିତ I ଯାହାକି ପେଟ୍ରୋଲ ବା ଅନ୍ୟାନ୍ୟ ଖର୍ଚ୍ଚ ବୃଦ୍ଧି ସେଥିରେ କଳ୍ପନା କରିବା ମୂର୍ଖତା ହେବା। ଏପରିକି ଗତବର୍ଷ କେନ୍ଦୁପତ୍ର ଗୁଚ୍ଛା କଟେଇ କାର୍ଯ୍ୟ ପ୍ରାୟ ଦେଢ଼ ମାସ ହେବ ଶେଷ ହୋଇଥିଲେ ମଧ୍ୟ ଗୁଛା କଟାଳି ମାନଙ୍କୁ ପି.ସି.ସି.ଏପ ଅଫିସର ନିଷ୍କ୍ରିୟତା ଯୋଗୁଁ ସେମାନଙ୍କ ମଜୁରୀ ମିଳିପାରି ନାହିଁ।

କେନ୍ଦୁପତ୍ର ସଂସ୍ଥା ରେ ମାର୍କେଟିଂ କରୁଥିବା ବନ ଉନ୍ନୟନ ନିଗମ ମନମୂଖୀ ଭାବରେ ଏଥିରୁ କମିଶନ ନେଉଥିବାରୁ କେନ୍ଦୁପତ୍ର ସଂସ୍ଥାର ଲକ୍ଷ ଲକ୍ଷ ଶ୍ରମିକ ମାନଙ୍କ ସାମାଜିକ ନିରାପତ୍ତା ଦିଗରେ ଅର୍ଥ ନିଅଣ୍ଟ ହେଉଛି। ଏଥିପାଇଁ ରାଜ୍ୟ ସରକାର ଚାହିଁଲେ ରିଭଲଭିଂ ପାଣ୍ଠି ନିଗମକୁ ଯୋଗାଇ ଦେଲେ ବେଙ୍କ ଋଣ ସୁଧ ଜନିତ ଖର୍ଚ୍ଚ ପଡ଼ିବ ନାହିଁ।

ସବୁଠାରୁ ଉଲ୍ଲେଖନୀୟ ବିଷୟ – କେନ୍ଦୁପତ୍ର ଉପରେ ଜି.ଏସ.ଟି. କୁ କେନ୍ଦ୍ର ସରକାର ଙ୍କ ନିର୍ବାଚନ ଘୋଷଣା ଥିଲେ ମଧ୍ୟ ପ୍ରତ୍ୟାହାର ବା ଫେରାଇଲେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ଉଦ୍ୟମ ସତ୍ତ୍ୱେ ସେହି ପ୍ରସ୍ତାବ ନାକଚ କରାଗଲା। ଏଣୁ ପୁନର୍ବାର ସଂଘ କେନ୍ଦ୍ର ସରକାର ଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ଏହି ବାବଦ ଅର୍ଥକୁ କେନ୍ଦୁପତ୍ର ସଂସ୍ଥା ଲକ୍ଷ ଲକ୍ଷ ଶ୍ରମିକ ତୋଳାଳୀ କର୍ମଚାରୀ ମାନଙ୍କ ସାମାଜିକ ନିରାପତ୍ତା ଓ କଲ୍ୟାଣ ପାଇଁ ଦିଆଯିବାକୁ ରାଜ୍ୟ ସରକାର ଘୋଷଣା କଲେ କେନ୍ଦ୍ର ସରକାର ପ୍ରତି ଉଚିତ୍ ଶିକ୍ଷା ହେବ।
ଚଳିତ ବର୍ଷର ବଜେଟରେ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳୀ କର୍ମଚାରୀ ମାନଙ୍କ ପାଇଁ ବଜେଟ ୫୦ କୋଟି ଟଙ୍କା ଅର୍ଥ ସରକାର ବ୍ୟବସ୍ଥା କରିଥିବାରୁ ସଂଘ ସ୍ୱାଗତ ଜଣାଇଛି ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଉଛି ଏବଂ ଆଗାମୀ ବଜେଟରେ ଅଧିକ ଅର୍ଥ ବରାଦ କରିବାକୁ ଦାବୀ କରୁଅଛି। ଏଣୁ ବର୍ତ୍ତମାନ କେନ୍ଦୁପତ୍ର ସଂସ୍ଥାର ଖର୍ଚ୍ଚ ବ୍ୟତୀତ ଉଦବୃତ ଅର୍ଥ ଏବଂ ସରକାରଙ୍କ ୫୦ କୋଟି ଟଙ୍କା ସହାୟତାରେ ଅଧିକ କିଛି ବୋନସ ଦେବାସହ କନ୍ୟା ବିବାହ ଏବଂ ଛାତ୍ର ବୃତ୍ତି ପାଇଁ ବିଶେଷ ଭାବରେ ଯେଉଁମାନେ ବଞ୍ଚିତ ହେବାକୁ ଯାଉଛନ୍ତି ସେମାନଙ୍କ ପାଇଁ କିଛି କିଛି ଅର୍ଥ ବରାଦ କରାଯାଉ। କେ.ଏଲ.ଡି.ବି. ବୈଠକରେ ଏସବୁକୁ ଗୃହୀତ କରାଇ ଘୋଷଣା କରାଯିବାକୁ ଦାବୀ କରାଗଲା। ଖଡ଼ିଆଳ ଡିଭିଜନ ରେ ଥିବା ଫାଲ ଫଡ଼ି ମାନଙ୍କୁ ପ୍ରସେସିଂ ଫଦି ଭାବରେ ଘୋଷଣା ପାଇଁ ଦାବୀ।

ଇତି ମଧ୍ୟରେ ସଂଘର ସଂଗଠନ ସମ୍ପାଦକ ତଥା ରାଜ୍ୟ ସରକାରଙ୍କ ଉପଦେଷ୍ଟା ଶ୍ରୀ ସଂଜିତ୍ ମହାନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟପ୍ରକାଶ ସାହୁ ଙ୍କୁ ଓ ପି.ସି.ସି.ଏପ. ଶ୍ରୀମତୀ ମେକ୍ରୋ ଙ୍କୁ ସାକ୍ଷାତ କରି ଏସବୁ ବିଷୟରେ ବିଶଦ ଆଲୋଚନା କରିଛନ୍ତି। ଏଥିରେ କେତେ ତତ୍ପରତା ପ୍ରକାଶ ପାଉଛି ତାହା ଲକ୍ଷ୍ୟ କରାଯାଉଛି। ଏହି ସବୁ ଘୋଷଣା ଯାହାକି ମାର୍ଚ୍ଚ ମାସ ରେ ହୋଇଥାଏ, ପତ୍ର ସଂଗ୍ରହ ପୂର୍ବରୁ ବର୍ତ୍ତମାନ ଏପ୍ରିଲ ମାସ ହୋଇ ପତ୍ର ସଂଗ୍ରହ ଆରମ୍ଭ ହୋଇଯାଇଥିବାରୁ ଶୀଘ୍ର ସରକାର କେ.ଏଲ.ଡିବି. ବୈଠକ ଆହ୍ଵାନ କରି ଘୋଷଣା ନ ହେଲେ ଶହ ଶହ ତୋଳାଳୀ, କର୍ମଚାରୀ ଓ ଶ୍ରମିକ ମାନେ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ଓ ଜଙ୍ଗଲ ମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବୀ ପତ୍ର ଦେବାକୁ ନିଷ୍ପତ୍ତି ହୋଇଛି।

ଆଜିର ବୈଠକରେ ସର୍ବ ଶ୍ରୀ ସରୋଜ କର୍ଣ୍ଣ, ବିନୋଦ ପ୍ରଧାନ ଙ୍କୁ ଉପସଭାପତି, ଶ୍ରୀ କ୍ଷେତ୍ର ଚନ୍ଦ୍ର ବାରିକ ଙ୍କୁ କୋଷାଧ୍ୟକ୍ଷ ଭାବରେ ଏବଂ ମନୋଜ ସାହୁ, ଯଦୁ ମଣି ପାଣିଗ୍ରାହୀ, ଶିବା ନନ୍ଦ ପରିଚ୍ଛା ଙ୍କୁ ସମ୍ପାଦକ ଭାବରେ ନିର୍ବାଚିତ କରାଯାଇଛି।

ଆଜିର କାର୍ଯ୍ୟକାରୀ କମିଟି ବୈଠକରେ ସଂଘର ଶତାଧିକ ରାଜ୍ୟ କର୍ମକର୍ତ୍ତା, ଡିଭିଜନ କର୍ମକର୍ତ୍ତା ଏବଂ ରେଞ୍ଜ କର୍ମକର୍ତ୍ତା ସମେତ ମହିଳା ତୋଳାଳୀ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପ୍ରମୁଖ ଉପ ସଭାପତି ଗୋକୁଳ ମେହେର, ସଂଗଠନ ସମ୍ପାଦକ ସଂଜିତ୍ ମହାନ୍ତି, ସମ୍ପାଦକ ମହମ୍ମଦ ମୁର୍ତୁଜା, ପଦ୍ମା ବତି କିସାନ, ଯଦୁମଣି ପାଣିଗ୍ରାହୀ,ରତ୍ନାକର ପ୍ରଧାନ,ସଞ୍ଜୟ ଚୌଧୁରୀ,ପ୍ରଦୀପ ସାହୁ,ଶ୍ରୀକାନ୍ତ ମିଶ୍ର,,କିଶୋର ପ୍ରଧାନ, ସିବା ନନ୍ଦ ପରିଛା,କୀର୍ତ୍ତନ ସେନାପତି, କ୍ଷେତ୍ର ଚନ୍ଦ୍ର ବାରିକ, ଗୁରୁଚରଣ ପ୍ରଧାନ,ମନୋଜ ସାହୁ, ବିନୋଦ ଜେନା, ଅଶୋକ ମାଝୀ, ପରୀକ୍ଷିତ ବେହେରା ପ୍ରମୁଖ ଏହି ଆଲୋଚନାରେ ବକ୍ତବ୍ୟ ରଖି ଆଗାମୀ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଆହ୍ଵାନ ଜଣାଇଥିଲେ।

nis-ad
Leave A Reply

Your email address will not be published.