ଶ୍ରୀଶ୍ରୀ ହରି ଗୁରୁଚାନ୍ଦ ମତୁଆ ମିଶନ ଦ୍ବାରା ବିଶାଳ ମତୁଆ ସମାରୋହ

ଉମରକୋଟ : ନବରଙ୍ଗପୁର ଜିଲ୍ଲାର ନବ ରେଜିଷ୍ଟ୍ରୀଭୁକ୍ତ ସ୍ବେଚ୍ଛାସେବୀ ସଂଗଠନର ଆଜି ଦାୟୀତ୍ବ ବହନ କରିଛନ୍ତି ଯାହାର ରେଜିଷ୍ଟ୍ରି ନମ୍ବର ୦୩/୨୦୨୩ ତାରିଖ ୧୮/୦୧/୨୦୨୩ ରେ ପ୍ରମାଣ ପତ୍ରଟି ସ୍ୱେଚ୍ଛାସେଵୀ ସଂଗଠନ ହସ୍ତଗତ ହୋଇଅଛି l ଏହି ସଂଗଠନର ସଭାପତି ଶ୍ରୀ ଚିତ୍ତରଞ୍ଜନ ଢାଲି ,ସହ ସଭାପତି ଶ୍ରୀମତୀ ନୀଳିମା ରାୟ , ସଂପାଦକ ଶ୍ରୀ ମତୀ ଶୈଲ ବାଇନ, ଯୁଗ୍ମ ସମ୍ପାଦକ ଦିପ୍ତି ମାଲାକାର, ଏବଂ ସଭ୍ଯ ମାନେ ହେଲେ ଯଥା କ୍ରମେ ମନ୍ମଥ ନାଥ ରାୟ , ଅନିରୁଦ୍ଧ ମଣ୍ଡଳ ,ଧର୍ମ ରାଜ ସରକାର ,ମନୋଜ ସରକାର, ପୁଷ୍ପା ଦେ , ପରିମଳ ମଣ୍ଡଳ, ଦିନେଶ ବିଶ୍ବାସ, ସୁଜନ ମଣ୍ଡଳ, ସଞ୍ଜୟ ବାଗଚି ଆଇଡି କାର୍ଡ ଓ ପୁଷ୍ପ ମାଲ୍ଯ ଗ୍ରହଣ କରି ଭବିଷ୍ଯତ ରେ ସଂଗଠନ କାର୍ଯ୍ୟକ୍ରମ ଗୁରୁଚାନ୍ଦ ଓ ହରିଚାନ୍ଦ ଙ୍କ ଆଦର୍ଶ ରେ ଚାଲିବେ ବୋଲି ଶପଥ ନେଇଛନ୍ତି । ଏହି ଅବସରରେ ନୂତନ କମିଟିର ଉପଦେଷ୍ଟା ମଣ୍ଡଳୀ ଶ୍ରୀ ଗୁରୁଦାସ ମଣ୍ଡଳ, ପଞ୍ଚାନନ ମଣ୍ଡଳ, ହରେନ ଡାକୁଆ , ପରିମଳ ସରକାର, ନିତାଇ ମଣ୍ଡଳ, ବାଦଲ ମଣ୍ଡଳ ଏବଂ ସୁଧାଂଶୁ ସରକାର ମଞ୍ଚାସୀନ ହୋଇଥିଲେ ।

ବିଶେଷ ଅତିଥୀ ଭାବରେ ନବରଙ୍ଗପୁର ଜିଲ୍ଲାର ଜିଲା ପରିଷଦ ର ଭାଇସ ଚେୟାରମ୍ୟାନ ଶ୍ରୀମତୀ ଲିପିକା ବାରୋଇ ଏବଂ ଜିଲା ପରିଷଦ ସଭ୍ଯ ଶ୍ରୀ ଚନ୍ଦନ ରାୟ ବକ୍ତବ୍ଯ ରଖିଥିଲେ । ଆଇନ ପରାମର୍ଶ ଦାତା ଏଡଭୋକେଟ କମଲ ଗାଇନ, ଯୁବ ସମାଜ ସେବକ ବଙ୍କିମ ରାୟ , ଶାନ୍ତି ସତ୍ଯଭାମା ମାତୃଶକ୍ତି ମିଶନ ର ସଭାପତି ଶ୍ରୀ ମତୀ ଅନିତା ସମାଦାର, ମତୁଆ ରତ୍ନ ଗୁରୁଦାସ ବିଶ୍ବାସ ଙ୍କ ଧର୍ମ ପତ୍ନୀ ବିଦ୍ଯା ଦେବୀ ,ଇଞ୍ଜିନିୟର ଆନନ୍ଦ ମଣ୍ଡଳ , ନାରାୟଣ ଦେ ,ନିଖିଲ ଅଧିକାରୀ , ଯୋଗେନ ସରକାର , ଅରୁଣ ସରକାର, ଶାନ୍ତି ତାଲୁକଦାର , ବିଶିଷ୍ଟ ସମାଜ ସେବୀ ସଞ୍ଜିତ ମଣ୍ଡଳ , ଶୁସାନ୍ତ ସରଦାର , ନିଖିଲ ମଣ୍ଡଳ, ରଞ୍ଜିତ ମଣ୍ଡଳ, ତାରକ ମଣ୍ଡଳ, ଦିଲୀପ ମଣ୍ଡଳ ପ୍ରମୁଖ ଉପସ୍ଥିତ ହୋଇ ଅନୁଷ୍ଠାନର ଶ୍ରୀ ବୃଦ୍ଧି କରିଥିଲେ ।ସଭା ପୂର୍ବ ରେ ଶ୍ରୀ ଶ୍ରୀ ହରିଗୁରୁଚାନ୍ଦ ଠାକୁରଙ୍କ ଫଟୋ ସହ ବଙ୍ଗଳା କ୍ୟାଲେଣ୍ଡର ବିନା ମୂଲ୍ଯ ରେ ବିତରଣ କରା ଯାଇଥିଲା । ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁରଙ୍କ ଅନୁଗାମୀ ମାନଙ୍କ ବିଭିନ୍ନ ମହୋତ୍ସବ, ହରିସଭା , ଆଚାର ,ଆଚରଣ ସମ୍ପର୍କରେ ଆଲୋଚନା କରି ସମାଧାନ ଓ ନୂତନ ଆଚରଣ ବିଧି ପାଳନ କରିବେ ବୋଲି ସ୍ଥିର କରିଛନ୍ତି । ସମ୍ପୂର୍ଣ୍ଣ ଅନୁଷ୍ଠାନଟିକୁ ସଞ୍ଚାଳନ କରିଥିଲେ ସାହିତ୍ୟିକ ବଙ୍କିମ ଚନ୍ଦ୍ର ମଣ୍ଡଳ । ସବାଶେଷରେ ମୀନ ମହୋତ୍ସବ ରେ ସମସ୍ତେ ଭୋଜନ କରି ବିଦାୟ ନେଇଥିଲେ । ଅନୁଷ୍ଠାନ ର ସମସ୍ତ ସଫଳତା ପାଇ ଶ୍ରୀ ଚିତ୍ତରଞ୍ଜନ ଢାଲି , ବଙ୍କିମ ଚନ୍ଦ୍ର ରାୟ , ଧର୍ମ ରାଜ ସରକାର ଓ ଆନନ୍ଦ ମଣ୍ଡଳ ଙ୍କୁ ଭୂୟସୀ ପ୍ରସଂସା କରାଯାଇଛି ।

nis-ad
Leave A Reply

Your email address will not be published.