ଆଇ.ଆର.ଇ. ଜଗନ୍ନାଥ ମନ୍ଦିରର ୨୪ ତମ ବାର୍ଷିକ ଉତ୍ସବ

ଛତ୍ରପୁର : ଛତ୍ରପୁର ନିକଟସ୍ଥ ଭାରତୀୟ ବିରଳ ମୃତ୍ତିକା ପ୍ରତିଷ୍ଠାନର ଆବସିକ କଲୋନୀ ଅଞ୍ଚଳରେ ଅବସ୍ଥିତ ଆଇ.ଆର.ଇ. ଜଗନ୍ନାଥ ମନ୍ଦିରର ୨୪ ତମ ବାର୍ଷିକ ଉତ୍ସବ ରବିବାର ପବିତ୍ର କୃଷ୍ଣପକ୍ଷ ତୃତୀୟା ତିଥୀ ଦିନ ମହାସମାରୋହରେ ସମାହିତ ହୋଇଯାଇଛି । ଏହି ଜଗନ୍ନାଥ ମନ୍ଦିର ୨୦୦୦ ମସିହାରେ ସ୍ଥାପିତ ହୋଇଥିବାବେଳେ ତତ୍କାଳୀନ ଆଇ.ଆର.ଇ.ଏଲ. (ଇଣ୍ଡିଆ) ଲିଃ. ଜେନେରାଲ ମ୍ୟାନେଜର ( ଏଚ.ଆର.ଏମ୍ ) ଦୁର୍ଯ୍ୟୋଧନ ରାଉତ ଙ୍କର ମହତ୍ୱପୂର୍ଣ୍ଣ ଅବଦାନ ଥିଲା ବୋଲି କୁହାଯାଏ ।

ଦୀର୍ଘ ୨୪ବର୍ଷ ପୂର୍ତ୍ତୀ ଅବସରରେ ରବିବାର ପୂର୍ବାହ୍ଣରେ ଆୟୋଜିତ କଳସ ଯାତ୍ରାରେ ନାରୀମାନଙ୍କଦ୍ୱାରା ଜଳ ଲାଗି ହୋଇ ନଗର ପରିକ୍ରମଣ ବେଶ ଉତ୍ସାହପୂର୍ଣ୍ଣ ଥିଲା । ପରେ ଦୀକ୍ଷାଗ୍ରହଣ, ଶାଳା ପ୍ରବେଶ, ସୂର୍ଯ୍ୟପୂଜା, ଅଗ୍ନି ସ୍ଥାପନା ହୋଇ ଶ୍ରୀମଦ ଭାଗବତ ଗୀତା ପଠନ ଓ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ହୋମ-ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ଯଜ୍ଞାନୁଷ୍ଠାନ ରବିବାର ରାତ୍ରୀ ୯ ଘଣ୍ଟା ୩୦ମିନଟ ସମୟରେ ପୂର୍ଣ୍ଣାହୂତି ହୋଇଥିଲା । ମଧ୍ୟାହ୍ନରେ ଆନନ୍ଦ ବଜାର ବ୍ୟବସ୍ଥାପନା ହୋଇଥିବାବେଳେ ଏଥିରେ ଆଖପାଖ ଅଞ୍ଚଳରୁ ପ୍ରାୟତଃ ୫ ହଜାର ଭକ୍ତ ପ୍ରସାଦ ସେବନ କରିଥିଲେ । ଯଜ୍ଞ-ପୂର୍ଣ୍ଣାହୂତି ହୋଇଥିବାବେଳେ ରାତ୍ରି ୧୦ ଘଣ୍ଟାବେଳେ ସ୍ଥାନୀୟ କଲୋନୀବାସୀ ମନ୍ଦିର କମିଟୀ ପ୍ରମୁଖ ଉତ୍ସବରେ ଯୋଗଦାନ କରି ପ୍ରସାଦ ସେବନ କରି ଚରମାନନ୍ଦ ଅନୁଭବ କରିଥିଲେ । ପୂର୍ବତନ କର୍ମଚାରୀ, ତଥା ଆଇ.ଆର.ଇ. ଜଗନ୍ନାଥ ମନ୍ଦିର କମିଟୀର ସକ୍ରୀୟ ଅଂଶଗ୍ରହଣରେ ଯଜ୍ଞାନୁଷ୍ଠାନ ସଫଳ ହୋଇଥିଲା ।

nis-ad
Leave A Reply

Your email address will not be published.