ମ୍ୟାଲେରିଆ ଦୂରିକରଣ ନିମନ୍ତେ ଦୁର୍ଗମ ଅଂଚଳରେ ସାମୁହିକ ରକ୍ତ ପରିକ୍ଷା ସିବିର…

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ପାହଡ ଜଙ୍ଗଲ ଘେରା ଅଂଚଳ ହେତୁ ଏବଂ ଜନ ସାଧାରଣଙ୍କ ନିକଟରେ ସଚେତନତା ଅପହଂଚ ହୋଇଥିବାରୁ ମ୍ୟାଲେରିଆ ସଂକ୍ରମଣ ଏକ ସାଧାରଣ ସମସ୍ୟା ହୋଇରହିଛି । ସରକାରଙ୍କ ତରଫରୁ ଏହାର ନିୟନ୍ତ୍ରଣ ନିମନ୍ତେ ଯଥା ସମ୍ଭବ ଚେଷ୍ଟା ଜାରିରହିଛି । ଏହି ପରିପ୍ରେଖିରେ ଫିରିଙ୍ଗିଆ ବ୍ଲକର ଦୁର୍ଗମ ଅଂଚଳ ଭାବେ ଜଣାସୁଣା ସୁମରବନ୍ଧ ପଂଚାୟତର ସୁଲେ ଓ ସାଡିଙ୍ଗିଆ ପଂଚାୟତର ମିଙ୍ଗୁନପଦର ଠାରେ ସାମୁହିକ ରକ୍ତ ନମୁନା ପରିକ୍ଷା କରାଯାଇ ପଜେଟିଭ ଚିହ୍ନଟ ବ୍ୟକ୍ତି ମାନଙ୍କୁ ଚିକିତ୍ସା ପ୍ରଦାନ କରାଯାଇଛି । ସୁଚନା ମୁତାବକ ଏମ.ଟି.ଏସ., ସନତ କୁମାର ମହାପାତ୍ର ଓ ସ୍ଵଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀର କର୍ମୀ ଗରୁଡ ଦିଗାଲ, ମାନିନି ଦିଗାଲ ଓ ସ୍ଥାନିୟ ଆଶା ମିଳିତ

ସହଯୋଗରେ ଏହି କ୍ୟାମ୍ପଗୁଡିକର ଆୟୋଜନ କରାଯାଇ ଗୋଟେ ଦିନରେ ୧୫୦ ରୁ ଅଧିକ ବ୍ୟକ୍ତିଙ୍କର ରକ୍ତ ନମୁନା ପରିକ୍ଷା କରାଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ମାସ୍କ ସ୍କ୍ରିନିଂ କରି ଛପିରହିଥିବା କେସ ଗୁଡିକ ଚିହ୍ନଟ କରିବା ଏବଂ ସେମାନଙ୍କର ଚିକିତ୍ସା କରିବା ସହ ମସାରି ବ୍ୟବହାର ପାଇଁ ଜନ ସଚେତନତା ସୃଷ୍ଟିକରିବା । ଏଥି ସହ ଗାଁ କଲ୍ୟାଣ ସମିତି ମାଧ୍ୟମରେ ପାଣି ଜମୁଥିବା ଖାଲଖମାକୁ ପୋତି ଦେବା, ପରିବେଶ ସଫା ରଖିବା ଓ ଜଙ୍ଗଲ ଭ୍ରମଣ କରୁଥିବା ବେଳେ ସଂପୁର୍ଣ୍ଣ ଶରୀରକୁ ପୋଷାକ ମାଧ୍ୟମରେ ଘୋଡାଇ ରଖିବାକୁ ଜନ ସାଧାରଣକୁ କୁହାଯାଇଥିଲା । ଏଥିରେ ମେଙ୍ଗୁନପଦର ବି.ଏସ.ଏଫ କ୍ୟାମ୍ପର ସମସ୍ତ ଜବାନ ସହଯୋଗ କରିବା ସହ, ସେମାନେ ମଧ୍ୟ ସେମାନଙ୍କର ରକ୍ତ ନମୁନା ପରିକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଫିରିଙ୍ଗିଆ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଓ ସ୍ଵାତୀ ଅନୁଷ୍ଠାନଙ୍କ ମିଳିତ ସହଯୋଗରେ ଏଫ.ଟି.ଡି. କାର୍ଯ୍ୟକ୍ରମ ଜରିଆରେ
ପରିଚାଳନା କରାଯାଇଥିଲା ।

nis-ad
Leave A Reply

Your email address will not be published.