ସୀମାଦ୍ରୀ ସୂର୍ଯ୍ୟ ଚକ୍ଷୁ ଡାକ୍ତରଖାନା ପକ୍ଷରୁ ଚକ୍ଷୁ ଦାନ ଏବଂ ଗ୍ଲୁକୋମା ସଚେତନତା…

ନବରଙ୍ଗପୁର : ସୀମାଦ୍ରୀ ସୂର୍ଯ୍ୟ ଚକ୍ଷୁ ଡାକ୍ତରଖାନା ପକ୍ଷରୁ ଚକ୍ଷୁ ଦାନ ଏବଂ ଗ୍ଲୁକୋମା ସଚେତନତା ପାଇଁ ସହର ରେ ଶୋଭାଯାତ୍ରା ଚକ୍ଷୁ ଦାନର ମହତ୍ତ୍ୱ ଏବଂ ଗ୍ଲୁକୋମା ର ବିପଦ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସୀମାଦ୍ରୀ ସୂର୍ଯ୍ୟ ଚକ୍ଷୁ ହସ୍ପିଟାଲ, ନବରଙ୍ଗପୁର ପକ୍ଷରୁ ଆଜି ଏକ ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା | ଏହି ଶୋଭାଯାତ୍ରାରେ ରେ ଚକ୍ଷୁ ଦାନର ଆବଶ୍ୟକତା ଏବଂ ଦୃଷ୍ଟିଶକ୍ତି ଉପରେ ଗ୍ଲୁକୋମାର ପ୍ରଭାବ ବିଷୟରେ ଜନସାଧାରଣଙ୍କୁ ସଚେତନ କରେଇବା ଉଦ୍ଦେଶ୍ୟରେ ଆୟୋଜନ କରାଯାଇଥିଲା। ଡାକ୍ତରଖାନା ରୁ ଶୋଭାଯାତ୍ରା ଟି ବାହାରି ସହର ପରିକ୍ରମା କରିଥିଲା,ଏହି ଶୋଭାଯାତ୍ରା ରେ ଡାକ୍ତରଖାନା କର୍ମଚାରୀ, ରୋଗୀ, ସ୍ଥାନୀୟ ବାସିନ୍ଦା ଏବଂ ପୋଲିସର ସହଯୋଗ ଦେଖିବାକୁ ମିଳିଥିଲା।

nis-ad
Leave A Reply

Your email address will not be published.