ଗଞ୍ଜାମ ଜିଲ୍ଲାରେ ଆଜିଠୁ ବୁଲିଲା ସୁଭଦ୍ରା ଯୋଜନା ସଚେତନତା ରଥ : ଉଦଘାଟନ କଲେ ମନ୍ତ୍ରୀ…

ଛତ୍ରପୁର, ୭ / ୯ ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟାର ପରିଲକ୍ଷିତ ହୋଇଛି । ଏହାକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଗଣମାଧ୍ୟମ ଜରିଆରେ ବାରମ୍ବାର ଲୋକଙ୍କୁ ସଚେତନତା ବାର୍ତ୍ତା ଦେଉଛନ୍ତି । ତଥାପି ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ରହିଛି, ଯାହା ଦ୍ଵାରା ଅନେକ ଜାଗାରେ ଭିଡ ସହ ବିଶୃଙ୍ଖଳା କରିବାର ନଜର ରହିଛି । ତେଣୁ ଆଜି ରାଜ୍ୟ ସରକାର ସାରା ଓଡିଶାରେ ସମସ୍ତ ବ୍ଳକ୍ ରେ ସୁଭଦ୍ରା ଯୋଜନା ସଚେତନତା ରଥ ବୁଲିବାର ବନ୍ଦୋବସ୍ତ କରିଛନ୍ତି । ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମୁଖ୍ୟ ଅତିଥି ରୂପେ ମତ୍ସ୍ୟ, ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେବା ସହ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧିକ୍ଷକ ଓ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଉପସ୍ଥିତରେ ଉଦଘାଟନ କରାଯାଇଥିଲା । ଏହି ଦୃଷ୍ଟି କୋଣରୁ ଗଞ୍ଜାମ ଜିଲ୍ଲାରେ ଗୋଟାଏ ନିର୍ବାଚନମଣ୍ଡଳୀକୁ ଗୋଟାଏ ସଚେତନତା ରଥ ବୁଲି ଲୋକଙ୍କୁ ସଚେତନ କରିବା ନେଇ ସୂଚନା ରହିଛି ।

nis-ad
Leave A Reply

Your email address will not be published.