ମୂର୍ତ୍ତୀ ବିସର୍ଜନକୁ ନେଇ ଗୋଷ୍ଠୀ ସଂଘର୍ଷ : ଆକ୍ରମଣ ଓ ପ୍ରତିଆକ୍ରମଣରେ ୩ ଆହତ, ୪ ଗିରଫ

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ସାରୁ ଗ୍ରାମରେ ଗଣେଶ ମୂର୍ତ୍ତୀ ବିସର୍ଜନକୁ ନେଇ ମଙ୍ଗଳବାର ରାତିରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଉଭୟ ଗୋଷ୍ଠୀର ଆକ୍ରମଣ ଓ ପ୍ରତିଆକ୍ରମଣରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ସାରୁ ଗ୍ରାମର ଆକାଶ ସାହୁ, ରାମକୃଷ୍ଣ ପାତ୍ର ଓ ରାମକୃଷ୍ଣ ସାବତ। ଏ ନେଇ ଗୋଟିଏ ଗୋଷ୍ଠ ପକ୍ଷରୁ ଆହତ ଅକ୍ଷୟ ସାହୁ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନା କେସ ନଂ- ୭୭୩/୨୪ରେ ଏକ ମାମଲା ରୁଜୁ କରି ପୁଲିସ ଆକ୍ରମଣକାରୀ ୪ ଜଣଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ହିଞ୍ଜିଳି ଥାନା ସାରୁ ଗ୍ରାମର ଟୁନା ଗୌଡ, ଜଗନ୍ନାଥ ନାହାକ, ଜିତୁନ ଭୂୟାଁ ଓ ମିଥୁନ ଭୂୟାଁ । ଗିରଫ ଯୁବକଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଥାନା ସୂତ୍ରରୁ ପ୍ରକାଶ । ପ୍ରକାଶ ଯେ, ହିଞ୍ଜିଳି ଥାନା ସାରୁ ଗ୍ରାମ ହରିପୁର ସାହି ପୂଜା କମିଟି କେସି ବନ୍ଧ ସାହିପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଗଣେଶ ମୂର୍ତ୍ତୀ ବିସର୍ଜନ ସକାଶେ ଶୋଭାଯାତ୍ରା କରାଯାଇଥିଲା । ଗ୍ରାମର ବିଭିନ୍ନ ସାହିବସ୍ତି ଦେଇ ଶୋଭାଯାତ୍ରା ଚାଲିଥିବା ବେଳେ ଗ୍ରାମ ଖୋଲ ସାହି ମଧ୍ୟଦେଇ ଉଚ୍ଚଶବ୍ଦ କରି ଶେଭାଯାତ୍ରାରେ ନଯିବାକୁ ସଂପୃକ୍ତ ସାହିର କିଛି ଯୁବକ ବାରଣ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପର୍ବତ ସାହି ର କିଛି ଯୁବକ ଠେଙ୍ଗାବାଡି, କାତି ଧରି ଖୋଲସାହିର କିଛି ଯୁବକଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଖୋଲସାହିର କିଛି ଯୁବକ ପ୍ରତିପକ୍ଷ ଗୋଷ୍ଠୀଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ଓ ପ୍ରତିଆକ୍ରମଣରେ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ୭/୮ ଜଣ ଯୁବକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଗୁରୁତର ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

nis-ad
Leave A Reply

Your email address will not be published.