ମହିଳା ମାନଙ୍କୁ କନ୍ଦାଉଛି ସୁଭଦ୍ରା ଯୋଜନା : ଲିଙ୍କ ଫେଲ ଯୋଗୁଁ ହତାଶ..!


ବ୍ରହ୍ମପୁର:୭-୯ ସାରା ରାଜ୍ୟରେ ଏବେ ସୁଭଦ୍ରା ମାନିଆ ଗାଁ ରୁ ସହର ସବୁଆଡେ ମାଳ ମାଳ ହୋଇ ମହିଳା ମାନେ ଧାଡିରେ ଠିଆ ହେବାର ଦେଖିବାକୁ ମିଳୁଛି। ପ୍ରଥମେ ଆଧାର ଓ ପାନ ଲିଙ୍କ ଯୋଗୁଁ ମହିଳା ମାନେ ହଟହଟା ହେଲେ। ତା ପରେ ବିଭିନ୍ନ ଜନସେବା କେନ୍ଦ୍ର ଓ ସାଇବେର କେଫ ରେ ଲିଙ୍କ ସଂଯୋଗ ନାମରେ ମାତ୍ରାଧିକ ଟଙ୍କା ଶୋଷଣ କରିନିଆଗଲା। ଏବେ ପୁଣି ସାଇବର ଡ଼ାଉନ ଲିଙ୍କ ଫେଲ ହେବାର ଆଳ ଦେଖାଇ ଅଭିନଵ ଉପାୟରେ ଏବେ ବି ଅଧିକ ଅର୍ଥ ଆଦାୟ କରାଯାଉଥିବା ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ଆସୁଛି।ଏପଟେ ସରକାର କେବଳ ଭାଷଣ ବାଜୀ ଦେଉଛନ୍ତି। ଅଧିକ ଟଙ୍କା ଯିଏ ନେଉଛି, ତା ପ୍ରତି କାର୍ଯ୍ୟାନୁଷ୍ଠାନ ହେବ ବୋଲି। ଆଜି ସୁଧା ଯେଉଁ ସବୁ ସ୍ଥାନରେ ଅଧିକା ଟଙ୍କା ଆଦାୟ ଓ ଶୋଷଣ କରି ନେଇଛନ୍ତି। ସେମାନଙ୍କ ପ୍ରତି କି କାର୍ଯ୍ୟାନୁଷ୍ଠାନ ହୋଇଛି..? ଆଳୁ କେଳେଙ୍କାରୀ ଓ କଳା ବଜାରୀ ମାନଙ୍କ ପ୍ରତି ଯେମିତି କାର୍ଯ୍ୟାନୁଷ୍ଠାନ ହେଲା ଏବେ ସେମିତି ଦୁର୍ନୀତି ଗ୍ରସ୍ତ ଙ୍କ ଉପରେ ସେମିତି ପଦକ୍ଷେପ ହେବ ବୋଲି ଚର୍ଚ୍ଚା ହେଲାଣି।ପ୍ରଥମେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଯେ କୌଣସି ଯୋଜନା ପ୍ରଣୟନ କରିଲେ ଏଭଳି ଅସୁବିଧାର ସମ୍ମୁଖୀନ ଲୋକେ ହେବେ ନାହିଁ ବୋଲି ଆଲୋଚନା ହେଉଛି। ସାଇବର ଡ଼ାଉନ ଓ ଲିଙ୍କଫେଲ ଏହା ଏକ ଆଳ ନା ସତରେ ବୋଲି ଲୋକେ କହିଲେଣି। ହଜାର ହଜାର ମହିଳା ମାନେ ସେମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ମୂଲ କାମକୁ ନଯାଇ ଏ ଦୁଆରକୁ ସେ ଦୁଆର ବୁଲୁଛନ୍ତି।ଅଧିକାଂଶ କରି ଭିନ୍ନକ୍ଷମ ମହିଳା ମାନେ ଗୁରୁଣ୍ଡି ଗୁରୁଣ୍ଡି ଫର୍ମ ଆଣିବାଠାରୁ ଲିଙ୍କ ପାଇଁ ଘଣ୍ଟା ଘଣ୍ଟା ସମୟ ଅପେକ୍ଷା କରୁଥିବା ବି ଦେଖିବାକୁ ମିଳୁଛି। ଭିନ୍ନ କ୍ଷମ ପାଇଁ ଅନ୍ୟ କିଛି ବ୍ୟବସ୍ଥା କରିଲେ ସେମାନେ ଏ କଷ୍ଟରୁ ମୁକୁଳି ପାରନ୍ତେ। ସରକାର ସୁଭଦ୍ରା ଯୋଜନା ପାଇଁ ମହିଳା ମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

nis-ad
Leave A Reply

Your email address will not be published.