ପ୍ରମାଣ ଅଭାବରୁ ଅଭିଯୁକ୍ତ ମାନେ ନିର୍ଦ୍ଦୋଷରେ ଖଲାସ

ଫୁଲବାଣୀ:-ଫୁଲବାଣୀ ଜିଲ୍ଲା ଯେଏମଏଫସି ବିଚାରପତି ସୋମ୍ୟା ଶ୍ରୀ ମହାପାତ୍ର,ଆଜି ବିପି ଆଇ ଟି ଛାତ୍ର ମାନଙ୍କ ମିଳିତ ଆକ୍ରମଣ କରିଥିବା ମାମଲାର ବିଚାରଣା କରି ଘଟଣାର ୧୪ ଜଣଙ୍କର ସାକ୍ଷୀ ପ୍ରମାଣ ଗ୍ରହଣ ଆଧାରରେ ମାମଲାର ଅଭିଯୁକ୍ତ ବିପିଆଇଟି ଛାତ୍ର ମାନଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ମାମଲାକୁ ବରିଷ୍ଠ ଆଇନଜିବୀ ଦ୍ଵୟ ଦିଲୀପ କୁମାର ବାନାର୍ଜୀ ଏବଂ ନିହାରିକା ପାତ୍ର ପରିଚାଳନା କରୁଥିଲେ। ଘଟଣା ଅନୁସାରେ ମକଦ୍ଦମା ବିବରଣୀରୁ ପ୍ରକାଶ ଯେ ଗତ ୨୦୧୦ ମସିହା ନଭେମ୍ବର ୧୫ ତାରିଖ ଦିନ ତତ୍କାଳୀନ ଫୁଲବାଣୀ ‘ସମ୍ବାଦ’ ଖବର କାଗଜର ଜିଲ୍ଲା ପ୍ରତିନିଧି ଶୁଭେନ୍ଦୁ କୁମାର ଚୌଧୁରୀ ସ୍ଥାନୀୟ ବିପିଆଇଟି କଲେଜ ଛାତ୍ର ମାନଙ୍କ ଦ୍ଵାରା ଆକ୍ରମଣର ଶିକାର ହେବା ଫଳରେ ଫୁଲବାଣୀ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଶ୍ରୀ ଚୌଧୁରୀଙ୍କ ଅଭିଯୋଗକୁ ଭିତି କରି ଫୁଲବାଣୀ ସଦର ଥାନା ପୋଲିସ ୫୨/୨୦୧୦ ରେ ମାମଲା ରୁଜୁ କରି ଆଇପିସି ୨୯୪/ ୩୪୧/ ୩୨୩ /୩୨୫/ ୩୭୯ /୫୦୬ ଏବଂ ୩୪ ଧାରା ଲାଗୁ କରି ଅଭିଯୁକ୍ତ ରାକେଶ ମିଶ୍ର, ପ୍ରଶାନ୍ତ କୁମାର ଲେଙ୍କା, ବିକାଶ ରଞ୍ଜନ ଭୋଇ, ନିହାର ରଞ୍ଜନ କରଙ୍କ ସମେତ ଅନ୍ୟ ମାନଙ୍କ ନାମରେ ଅଭିଯୋଗ ଦାଖଲ କରି ଗିରଫ କରିବା ସହ କୋର୍ଟ ରେ ହାଜର କରାଇଥିଲା l
ସେହି ମାମଲାର ବିଚାରଣ କରି ବିଚାରପତି ଉପୋରୋକ୍ତ ରାୟ ଶୁଣାଇଛନ୍ତି ।

nis-ad
Leave A Reply

Your email address will not be published.