ଉମରକୋଟ / ଝରୀଗାଁ ( ୧୬/୦୯/୨୦୨୪) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚେପଟିଆମ୍ବା ଗ୍ରାମର ଜଣେ ମହିଳା ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବା ଜଣାପଡିଛି।ପୂର୍ବରୁ ଏହି ଗ୍ରାମର ଦୁଇ ଜଣ ମହିଳା ଓ ଜଣେ ଯୁବକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ବେଳେ ଗତକାଲି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା।ସୂଚନା ପ୍ରକାରେ ଚେପଟିଆମ୍ବା ଗ୍ରାମର ଡାଳ ଜାନୀ ଗତ ୬ ତାରିଖ ଦିନ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ହୋଇଥିଲେ।ପରିବାର ଲୋକ ପ୍ରଥମେ ଡ଼ାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଡାଳ ଜାନୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ କିଛି ଦିନ ଚିକିତ୍ସିତ ହେବା ପରେ ମଧ୍ୟ ସ୍ୱାସ୍ଥ୍ୟବସ୍ଥା ସ୍ଥିର ନହେବା ଯୋଗୁଁ କୋରାପୁଟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।ସେଠାରେ ଡାଳ ଜାନୀ ଚିକିତ୍ସା ହେଉଥିଲେ।ତେବେ କୋରାପୁଟ ଡାକ୍ତରଖାନାରେ ମଧ୍ୟ ସ୍ବାସ୍ଥ୍ୟବସ୍ଥା ଠିକ ହୋଇ ପାରୁ ନଥିବା ଯୋଗୁଁ ପରିବାର ଲୋକଙ୍କୁ ବ୍ରହ୍ମପୁର ଡକ୍ଟରଖାନା ନେବା ପାଇଁ କହିଥିଲେ, ପରିବାର ଲୋକଙ୍କ ସଚେତନତା ଅଭାବ ସହ ଆର୍ଥିକ ଅଭାବ ଯୋଗୁଁ କାହାକୁ ନ ଜଣାଇ ଗତ ୧୩ ତାରିଖ ଦିନ ବେସରକାରୀ ଗାଡି ଯୋଗେ ଡାଳ ଜାନୀଙ୍କୁ ଚେପଟିଆମ୍ବା ନେଇ ଆସିଥିଲେ।ଚେପଟିଆମ୍ବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଡାକ୍ତର ସନ୍ତୋଷ ପ୍ରଧାନ ଓ ସ୍ୱାସ୍ଥ୍ୟ କର୍ମଚାରୀ ଜାଣିବା ପରେ ପରିବାର ଲୋକଙ୍କୁ ବୁଝାସୁଝା କରି ଡାଳ ଜାନୀଙ୍କୁ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହେବା ପରେ ସ୍ୱାସ୍ଥ୍ୟ ଅଧିକାରୀ ଅରବିନ୍ଦ ପଣ୍ଡା ଓ କର୍ମଚାରୀ ମାନେ ପରିବାର ଲୋକଙ୍କୁ ଉନ୍ନତ ଚିକିତ୍ସା କରାନ୍ତୁ କହି ବାହାରକୁ ନେବା ପାଇଁ ପରାମର୍ଶ ଦେଇ ବୁଝାଇ ଥିଲେ।ହେଲେ ପରିବାର ଲୋକ ଡାଳ ଜାନୀଙ୍କୁ ବାହାରକୁ ନେବା ପାଇଁ ରୋକ ଠୋକ କରି ମନା କରି ଦେଇଥିଲେ। ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିଲା।ରାତ୍ର ସମୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆମ୍ବୁଲାନ୍ସ ଯୋଗେ ମୃତ ଶରୀରକୁ ଚେପଟିଆମ୍ବା ଗ୍ରାମରେ ପଠେଇଥିଲେ ।ଆଜି ସକାଳୁ ଗ୍ରାମ ଶ୍ୱଶାନରେ ଶେଷକୃତ ସମ୍ପନ ହୋଇଥିଲା।ଏଠାରେ ପ୍ରକାଶ ଯେ ଡ଼ାଲ ଜାନିଙ୍କ ସାନ ପୁଅ ମଧୁ ଜାନି ଡାଇରିଆରେ ଆକ୍ରାନ୍ତ ହୋଇ ଗତ ୮ତାରିଖ ଵିଲୋମ୍ବିତ ରାତିରେ ନବରଙ୍ଗପୁର ମେଡିକାଲରେ ମୃତ୍ୟୁ ବରଣ କରିଥିଲେ।ଡାଳ ଜାନୀଙ୍କ ମୃତ୍ୟୁ ପରେ ଚେପ୍ଟିଆମ୍ବା ଗ୍ରାମରେ ମୃତ୍ୟୁ ସଂଖ୍ୟା ୪ ଛୁଇଁଲା…
Sign in
Sign in
Recover your password.
A password will be e-mailed to you.
Prev Post