ସତ୍ୟସାଇ ବାଳବିକାଶ ଗୁରୁ ସମ୍ମିଳନୀ ଅନୁଷ୍ଠିତ…

କନ୍ଧମାଳ: ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନ ଠାରେ ଦୁଇ ଦିନ ଧରି ରାଜ୍ୟ ସତ୍ୟ ସାଇ ସେବା ସଙ୍ଗଠନ ଦ୍ଵାରା ସତ୍ୟସାଇ ବାଳବିକାଶ ଗୁରୁ ସମ୍ମିଳନୀ ଅନୁଷ୍ଠିତ ହୋଇ ଥିଲା l ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରାୟ ୪୦୦ ରୁ ଉର୍ଦ୍ଧ ଗୁରୁ ଯୋଗ ଦେଈ ଥିଲେ । ସତ୍ୟ ସାଇ ସେବା ସଂଗଠନର ମୂଳ ଉଦ୍ଦେଶ୍ୟ ଓ ତାର କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଭାବରେ ଆଲୋଚନ ହୋଇଥିଲା l ପ୍ରତ୍ୟେକ ଗ୍ରାମରେ ଯେପରି ସତ୍ୟସାଇ ବାଳ ବିକାସ କାର୍ଯ୍ୟକ୍ରମ ହେବ ସେଥି ପ୍ରତି ଗୁରୁତ୍ଵ ଦେଇ ଦେବାପାଇଁ ରାଜ୍ୟ ସଭାପତି ଡଃ ସତ୍ୟ ସ୍ବରୂପ ପଟ୍ଟନାୟକ ସମସ୍ତ ଗୁରୁ ମାନଙ୍କୁ ପରାମର୍ଶ ଦେଇଥିଲେ । ବାଳବିକାସ ପିଲା ମାନଙ୍କ ଭବିଷ୍ୟତ ଗଢିବାର ମୂଳ ଲକ୍ଷ୍ୟ ଛୋଟ ପିଲାମାନେ ଯେପରି ଉତ୍ତମ ଭାବରେ ସଂସ୍କାର ପାଈ ନିଜ ଜୀବନ ରେ ଭଲ ମଣିଷଟିଏ ହୋଇ ପାରିବ । ବାଳବିକାସ ଦ୍ୱାରା ନିଜ ବାପା ,ମାଙ୍କ ଓ ଜଗତରେ ଉତ୍ତମ ମଣିଷ ଟିଏ ହୋଇ ପାରିବ ସେଥି ପ୍ରତି ଯତ୍ନ ବାନ ହେବା ପାଇଁ ସାହାଯ୍ୟ କରିବ । ୨୦୨୫ ନଭେମ୍ବର ସତ୍ୟସାଇ ବାବାଙ୍କ ୧୦୦ ବର୍ଷ ଅବସର ରେ ପ୍ରତ୍ୟେକ ଜିଲ୍ଲାରେ ୧୦୦ ଟି ବାଳ ବିକାଶ କେନ୍ଦ୍ର ଯେମିତି ହୋଇ ପାରିବ ସେଥିପ୍ରତି ସବୁ ଜିଲ୍ଲା ସଭାପତି ଗୁରୁତ୍ଵ ଦେବା ପାଇଁ ରାଜ୍ୟ ସଭାପତି ଗୁରୁତ୍ଵ ଦେଇଥିଲେ। ଏହି ସମ୍ମିଳନୀ ରେ ରାଜ୍ୟର ସତ୍ୟ ସାଇ ସେବା ସଙ୍ଗଠନରେ ଦାୟିତ୍ଵରେ ଥିବା ବ୍ୟକ୍ତି ଯୋଗ ଦେଈ ଥିଲେ ସେଥି ମଧ୍ୟରୁ ରାଜ୍ୟ ଉପସଭାପତି ପ୍ରତାପ ମହାନ୍ତି ଓ ସାଇ ପ୍ରସାଦ ଦାସ, ରାଜ୍ଯ ଶିକ୍ଷା ସଂଯୋଜକ ଅମୀୟ ରଞ୍ଜନ କାନୁନଗୋ ଓ ନିହାରିକା କାନୁନଗୋ, ରାଜ୍ଯ ବାଳ ବିକାଶ
ତାଲିମ୍ ଓ କର୍ମ ଶାଳl ଦାୟିତ୍ଵ ଥିବା ଶିବପ୍ରସାଦ ମହାନ୍ତି, ପ୍ରାକ୍ ସେବାଦଳ ନିର୍ବାହକ ନିହାର ଦାସ, ରାଜ୍ଯ ର ସ୍କୁଲ ବାଳବିକଶ ଦାୟିତ୍ଵ ଥିବା ଜୟଚନ୍ଦ୍ର ବେହେରା , ରାଜ୍ଯ ବାଳବିକଶ ଆଲୁମିନା ଦାୟିତ୍ଵ ମନିଷା ଦେବତା, ରାଜ୍ଯ ବାଳବିକଶ କୋଡ଼ିନେସନ ଦାୟିତ୍ଵ ଇଭା ପାଢ଼ୀ, ରାଜ୍ଯ ବାଳବିକଶ କୋଡ଼ିନେସନ କମିଟି ମେମ୍ବର ସରିତା ଦାସ ଯୋଗୋ ଦେଈ ରାଜ୍ୟର କୋଣ ଅନୁ କୋଣରୁ ଆସିଥିବା ସମସ୍ତ ଗୁରୁ ମାନଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ଶିକ୍ଷ୍ୟା ଦିଆ ଯାଇଥିଲା ।କନ୍ଧମାଳ ଜିଲ୍ଲା ସତ୍ୟ ସାଇ ସେବା ସଙ୍ଗଠନର ସଭାପତି ଡଃ ମଧୁସୁଦନ ମହାପାତ୍ର, ପୂର୍ବତନ ଜିଲ୍ଲା ସଭାପତି ବି ଭି ନାରାୟଣ ମୂର୍ତ୍ତୀ, ଫୁଲବାଣୀ ସତ୍ୟସାଇ ସେବା ସମିତି ଆବାହକ ବ୍ୟତକେଶ୍ ତ୍ରିପାଠୀ ଓ ସମିତିର ସମସ୍ତ ସଦସ୍ୟ ଙ୍କ ପାଇଁ କନ୍ଧମାଳ ଜିଲ୍ଲା ରେ ସଫଳ ରାଜ୍ୟ ବାଳ ବିକାଶ ସମ୍ମିଳନୀ ହୋଇ ପାରିଲା ବୋଲି ଉପସ୍ଥିତ ସଦସ୍ୟ ମାନେ କହିଥିଲେ l

nis-ad
Leave A Reply

Your email address will not be published.