କାଳ ବୈଶାଖୀ ପ୍ରଭାବରେ ଉଡ଼ିଲା ସ୍କୁଲ ଛପର

ଦାରିଙ୍ଗବାଡି (୧/୪) : ଶୁକ୍ରବାର ଦିନ ସନ୍ଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ଉଡ଼ିଲା ସ୍କୁଲ ଘର ଛପର । ଏଭଳି ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକ୍ ପର୍ତମହା ପଞ୍ଚାୟତ ଅନ୍ତର୍ଗତ କେର୍କେବାଡି ସ୍କୁଲରେ । ସ୍କୁଲର ୩ଟି ଶ୍ରେଣୀ କକ୍ଷର ଛପର ଉଡିଯାଇଥିବା ଦେଖିବାକୁ ମିଳିଛି । ଟିଣ ଗୁଡାକ ଉଡ଼ି ଯାଇଛି । ଶ୍ରେଣୀ ଗୃହ ମଧ୍ୟରେ ପାଣି ଭରି ହୋଇ ରହିଛି । ଅଧିକାଂଶ କାଗଜପତ୍ର ନଷ୍ଟ ହୋଇଯାଇଛି । କ୍ଲାସ ଓ ଅଫିସ କାର୍ଯ୍ୟ କରିବା ପାଇଁ ଶ୍ରେଣୀ ଗୃହ ନାହିଁ । ଯଥା ଶୀଘ୍ର ଶ୍ରେଣୀ ଗୃହ ମରାମତି ନହେଲେ ପିଲା ମାନଙ୍କ ପାଠ ପଢ଼ାରେ ସମସ୍ୟା ଦେଖା ଦେବ । ଏଣୁ ଯଥା ଶୀଘ୍ର ଶ୍ରେଣୀ ଗୃହର ମରାମତି କରିବା ପାଇଁ ଅଭିଭାବକ ମାନେ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.