ଗୁମାଗଡ଼ ଦଣ୍ଡରେ ଦୁଲୁକିଲା ଭଞ୍ଜସାହି…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଲୋକାଦୃତ ଦଣ୍ଡନୃତ୍ୟ ହେଉଛି ଗୁମାଗଡ଼ ଦଣ୍ଡ l ଏହି ଦଣ୍ଡ ନୃତ୍ୟ ଗ୍ରାମାଞ୍ଚଳର ପାରମ୍ପରିକ ଲୋକକଳା ଉପରେ ଆଧାରିତ ଯାହାକୁ କି ସମସ୍ତେ ପସନ୍ଦ କରନ୍ତି l ଏହି ଦଣ୍ଡ ନୃତ୍ୟର ମୁଖ୍ୟ ଆକର୍ଷଣ ହେଉଛି ଜଳନ୍ତା ନିଆଁରେ ଦଣ୍ଡୁଆ ମାନେ ଚାଲି ଚାଲି ଯିବା lତାହା ସହିତ ଲୋକଙ୍କ ମନୋରଞ୍ଜନ ନିମିତ୍ତ ଆଧୁନିକ ଶୈଳୀର ନୃତ୍ୟ ପରିବେଷଣ ଯାହାକି ଲୋକଙ୍କୁ ଆକର୍ଷିତ କରିଥାଏ l ଦିନ ଦ୍ୱିପହରେ ଧୂଳି ଦଣ୍ଡ ପରେ ଜଳନ୍ତା ଅଗ୍ନିରେ ସମସ୍ତ ଦଣ୍ଡୁଆ ଖାଲି ପାଦରେ ଚାଲି ଚାଲି ଯାଆନ୍ତି l ତତ ପରେ ପାଣିଦଣ୍ଡ ସାରିବା ପରେ ସାହିରେ ପ୍ରତ୍ୟେକ ଘରେ ଘରେ ସଂନ୍ଧ୍ୟା ପୂଜା କରାଯାଏ l ପୁଣି ମଧ୍ଯ ରାତ୍ର ରେ ବାକି ଦଣ୍ଡନାଚ କାର୍ଯ୍ୟକ୍ରମ ପରେ ସକାଳେ ଶେଷ ହୋଇଥାଏ l

nis-ad
Leave A Reply

Your email address will not be published.