ଦେବଦୂତ ସାଜିଲା କୋ-ଅପେରଟିଭ ସୋସାଇଟି

ପାତ୍ରପୁର : ଦୁଃଖର ରୂପ ଅନେକ l ଦୁଃଖୀ ମଣିଷଟି ଆତୁରରେ ରୋଗରୁ ମୁକ୍ତି ପାଇଁ ପ୍ରାର୍ଥନା କରୁଥିବl ବେଳେ ପେଟର ଭୋକ ଆହୁରି କଷ୍ଟ ଦେଇଥାଏ l ନା କହିପାରେ ନା ସାହିପାରେ l କେବଳ ଦୁଃଖକୁ ସାଥି କରି ଭାଗ୍ୟକୁ ଆଦରି ଆଖିରୁ ଲୁହଝରାଇ ଦିନ ଗଣିବା ବ୍ୟତୀତ ଆଉ କିଛି ଚାରା ନାହିଁ l ଏମିତି ଏକ ଦୁଃଖଦ କାହାଣୀ ଦେଖିବାକୁ ମିଳେ ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ଖରଣିପଡ଼ା ପଞ୍ଚାୟତର ଖରଣିପଡ଼ା ଗ୍ରାମର ଉଦୟ ପ୍ରଧାନ (୫୬) ଙ୍କର ପରିବାର l ପରିବାର କହିଲେ ସ୍ୱାମୀ ଓ ସ୍ତ୍ରୀ l ସ୍ୱାମୀ ଦୀର୍ଘ ଦିନ ହେବ ଯକ୍ଷ୍ମା ରୋଗରେ ଅନେକ ପୀଡ଼ିତ ଏବଂ ଘରେ ତାଙ୍କର କେବଳ ସ୍ତ୍ରୀ ଛଡ଼ା ଆଉ କିଏ ନାହାନ୍ତି ଦେଖାରଖା କରିବାକୁ l ତାଙ୍କ ସ୍ତ୍ରୀ ଙ୍କ ସ୍ୱାସ୍ଥ୍ୟ ଓ ମାନସିକ ଅବସ୍ଥା ମଧ୍ୟ
ଖରାପ ରହେ ସବୁବେଳେ l ନିଜ ସ୍ବାମୀ ଙ୍କ ସେବା କରି ଭୋକ ଉପାସରେ ରହିବାକୁ ପଡୁଅଛି ଉଭୟଙ୍କୁ l ମୁଠେ ଖାଇବା ପାଇଁ ମିଳୁ ନାହିଁ କି ରହିବା ପାଇଁ ଘର ଟିଏ ମଧ୍ୟ ନାହିଁ l ଚାଳ ଛପର ଘରେ ରହୁଛନ୍ତି l ବର୍ଷା ହେଲେ ଘର ଭିତରେ ପାଣି ପଶି l ଓଦlରେ ରହି ଦିନ କାଟୁଛି l ଏଭଳି ଅବସ୍ଥାରେ ପ୍ରଶାସନକୁ କିଛି ବ୍ୟବସ୍ଥା କରିବାପାଇଁ ସ୍ତ୍ରୀ ଅନେକ ଥର ଭତ୍ତl ଓ ଘର ନେହୁରା ହୋଇଥିଲେ କିଛି ଫଳ ମିଳିନାହିଁ l ଭୋକ ଉପାସ ଶୀତ କାକରରେ କର୍ମକୁ ଆଦରି ଦିନ କାଟୁଥିବା ବେଳେ ଉଦୟ ବେହେରାଙ୍କ ଘରେ ଦେବ ଦୂତ ଭଳି ଆସି ଓଡ଼ିଶା କୋ – ଓପରେଟିଭ ସୋସାଇଟୀ ଉଦୟ l ତାଙ୍କୁ କିଛି ମାତ୍ରା ରେ ସହଯୋଗ ର ହାତ ବଢାଇଥିଲେ ପେଟର ଭୋକକୁ ମେଂଟେଇବାକୁ l ଆଜି ଯେପରିକି ତାଙ୍କୁ ଖାଇବା ସାମଗ୍ରୀ ଡାଲି, ଚିନି, ଆଳୁ,ମସଲା ସାମଗ୍ରୀ,ତେଲ ଇତ୍ୟାଦି ପ୍ରଦାନ କରାଯାଇଛି l ପ୍ରତି ମାସରେ ଏମିତି ଖାଦ୍ୟ ସାମଗ୍ରୀ ଉଦୟ ବେହେରାଙ୍କୁ ଦିଆଯିବ ବୋଲି ସୋଷାଇଟୀ ର ଅତିରିକ୍ତ ସମ୍ପାଦକ ହରିହର ପ୍ରଧାନ କହିଛନ୍ତି । ଉଦୟ ପ୍ରଧାନ ଙ୍କ ଘରେ ଆଜି ହରିହର ପ୍ରଧାନ (AS), ସସ୍ମିତା ପଣ୍ଡା(PEO), ରଞ୍ଜିତା ପ୍ରଧାନ(FEO) , ଗ୍ରାମବାସୀ ଉପସ୍ଥିତଙ୍କ ଉପସ୍ଥିତିରେ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ ।ବର୍ତ୍ତମାନ ସମସ୍ତଙ୍କ ର ନିବେଦନ ସରକାରଙ୍କ ପାଖେ ରହିଲା ଯେ,ଆଗାମୀଦିନରେ ଯଥାଶୀଘ୍ର ଉଦୟ ବେହେରାଙ୍କ ପରିବାରକୁ ସରକାର ସହଯୋଗ କରି ରହିବା ପାଇଁ ଘରଟିର ବ୍ୟବସ୍ଥା କଲେ ବଳକା ଜୀବନ ଟିକେ ଖରାବର୍ଷା ଶୀତ ଦାଉରୁ ରକ୍ଷା ପାଇପାରିବେ
ବୋଲି l

nis-ad
Leave A Reply

Your email address will not be published.