ଗଞ୍ଜାମ ଓକିଲ ସଂଘ ନିର୍ବାଚନ :ସଭାପତି ଭାବେ ମିନତୀ ରଥ ବିଜୟୀ

ବ୍ରହ୍ମପୁର : ନିର୍ବାଚନ ଅଧିକାରୀ ଅକ୍ଷୟ କୁମାର ପଟ୍ଟନାୟକ ଙ୍କ ପ୍ରତ୍ୟେକ ତତ୍ୱାବଧାନ ରେ ସକାଳ ଆଠଟା ଠାରୁ ମତଦାଵ ଆରମ୍ଭ ହୋଇଥିଲା।ଏଥିପାଇଁ ଅତିରିକ୍ତ ୩୦ ଜଣ ନିର୍ବାଚନ ଅଧିକାରୀ ନିୟୋଜିତ ରହିଥିଲେ। ଆଇନଜୀବୀ ମାନେ ନିଜ ପରିଚୟ ପତ୍ର ଦେଖାଇ ମତଦାନ କରିଥିଲେ।ସକାଳୁ ସକାଳୁ ସଙ୍ଘ କାର୍ଯ୍ୟାଳୟ ଠାରେ ଆଇନଜୀବୀ ଙ୍କ ଭିଡ଼ ଲାଗି ରହିଥିଲା।ଅପରାହ୍ନ ୩ ପର୍ଯ୍ୟନ୍ତ ମତଦାନ ହୋଇଥିଲା।ଛଅଟି ବୁଥ୍ରରେ ମତଦାନ ହୋଇଥିଲା। ମୋଟ ୧୩୩୮ ଜଣ ଆଇନଜୀବୀ ନିଜ ମତ ସାବ୍ୟସ୍ତ କରିଥିଲେ।ସଭାପତି, ଉପସଭାପତି, ସମ୍ପାଦକ ଏବଂ ଯୁଗ୍ମ ସମ୍ପାଦକ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।17 ଜଣ ପାର୍ଥି ମଧ୍ୟରେ ୪ଟି ପଦଵୀ ପାଇଁ ପ୍ରତିଦ୍ୱନ୍ଦୀତା ହୋଇଥିଲା।ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଅନୁଷ୍ଠିତ ହୋଇଥିଲା।ଅପରାହ୍ନ ୪ଟା ଠାରୁ ଭୋଟ ଗଣତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ସନ୍ଧ୍ୟାରେ ଫଳାଫଳ ଘୋଷଣା କରିଥିଲେ ନିର୍ବାଚନ ଅଧିକାରୀ ଅକ୍ଷୟ କୁମାର ପଟ୍ଟନାୟକ।ଚQଳିତ ବର୍ଷ ପାଇଁ ସଭାପତି ଭାବେ ..ମିନତୀ ରଥ ବିଜୟ ଲାଭ କରିଛନ୍ତି।ନିକଟତମ ପ୍ରତିଦ୍ୱନ୍ଦୀ ସୁଧାଂଶୁ ପଣ୍ଡାଙ୍କ ଠାରୁ…୮୮ଟି ଭୋଟରେ ବିଜୟ ହୋଇଛନ୍ତି।., ସମ୍ପାଦକ ଭାବେ..ଶିଵ ନାରାୟଣ ସାହୁ ନିକଟତମ ପ୍ରତିଦ୍ବନ୍ଦୀ ଟି. ଭେଙ୍କଟ ଠାରୁ ୭୮ଭୋଟରେ ବିଜୟ ଲାଭ କରିଛନ୍ତି….., ଉପସଭାପତି ଭାବେ..ଏମ. ଚନ୍ଦ୍ର ଶେଖର ନିକଟତମ ପ୍ରତିଦ୍ବନ୍ଦୀ ଦିଲୀପ କୁମାର ପାତ୍ର ଠାରୁ.୯୬ଟି ଭୋଟରେ ବିଜୟ ହୋଇଛନ୍ତି….., ଏବଂ ଯୁଗ୍ମ ସମ୍ପାଦକ ଭାବେ. ତାପସ କୁମାର ସାହୁ ନିକଟତମ ପ୍ରତିଦ୍ୱନ୍ଦୀ ଗିରିଜା ଶଙ୍କର ବେହେରା ଙ୍କ ଠାରୁ ୨୬୭ଟି ଭୋଟରେ ବିଜୟ ହାସଲ କରିଛନ୍ତି
।ଫଳାଫଳ ଘୋଷଣା ପରେ ବିଜୟ ଉତ୍ସବ ମନେଇ ଥିଲେ ନିର୍ବାଚିତ ପ୍ରତିନିଧି ମାନେ।ପରସ୍ପରକୁ ଅଭିନନ୍ଦନ ଜଣାଇ ମିଠା ଖୁଆଇ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରାଯାଇଛି।

nis-ad
Leave A Reply

Your email address will not be published.