ପୁଣିଥରେ ଅସହାୟକୁ ସହାୟ ହୋଇଛନ୍ତି ଟିମ୍ ହ୍ୟୁମାନିଟି କନ୍ଧମାଳ…

ଫୁଲବାଣୀ:- କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପୁଣିଥରେ ଅସହାୟକୁ ସହାୟ ହୋଇଛନ୍ତି ଟିମ୍ ହ୍ୟୁମାନିଟି କନ୍ଧମାଳ।ସୂଚନା ପ୍ରକାରେ ପଶ୍ଚିମବଙ୍ଗର ଏକ ବଙ୍ଗାଳୀ ବ୍ୟକ୍ତି ସ୍ବମେନ ଜେନା ପିତା-ଶ୍ରୀକାନ୍ତ ଜାନା, ମାତା-ସୁଲେଖା ଜାନା, ( ନିଜ ଘର ପଶ୍ଚିମ ବଙ୍ଗ) ଫୁଲବାଣୀ ମାଷ୍ଟର ପଡ଼ା ସାହିରେ ଦୀର୍ଘ ପାଞ୍ଚ ବର୍ଷ ଧରି ରହି ଆସୁଥିଲେ। ଏଠାରେ ସେ ଷ୍ଟିଲ ଓଲଡିଙ୍ଗ କାମ କରି ପ୍ରତିପୋଷଣ ହେଉଥିଲେ। କିନ୍ତୁ ଅଚାନକ କୈାଣସି କାରଣରୁ ସେ ଆତ୍ମହତ୍ୟା କରିଥିଲେ। କୈାଣସି ସୂତ୍ରରୁ ଖବର ପାଇ ଆଦର୍ଶ ଟାଉନ ଥାନା ଅଧିକାରୀ ସେଠାରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ପରେ ଶବ ସତ୍କାର ପାଇଁ ପରିବାରବର୍ଗ ଙ୍କୁ ଖୋଜିଥିଲେ। ପରନ୍ତୁ ସେ ବ୍ୟକ୍ତି ଜଣକ ଏଠାରେ ଏକା ରହି କାମ କରିବା ଏବଂ ପରିବାର ସଦସ୍ୟ ସଦସ୍ୟାଙ୍କ ଅନୁପସ୍ଥିତିକୁ ଦୃଷ୍ଟିରେ ରଖି ଟାଉନ ଥାନା ଏ ଏସ ଆଇ ସରୋଜ କୁମାର ସାହୁ ଟିମ ହ୍ୟୁମାନିଟି କନ୍ଧମାଳକୁ ସହଯୋଗ ପାଇଁ ଯୋଗାଯୋଗ କରିଥିଲେ। ଖବର ପାଇ ଟିମ୍ ହ୍ୟୁମାନିଟି କନ୍ଧମାଳ ସଦସ୍ୟ ଭି ଜଗନ୍ନାଥ ରାଜୁ, ସାଇରମ ପାତ୍ର, ସନ୍ତୋଷ ବାରିକ, ରବୀନ୍ଦ୍ର ମହାରଣା ଉକ୍ତ ସ୍ଥାନରେ ପହଞ୍ଚି ଥିଲେ। ସମସ୍ତ ବ୍ୟବସ୍ଥା କରାଇ ସ୍ଥାନୀୟ ସ୍ମଶାନକୁ ନେଇ ମୃତ ବ୍ୟକ୍ତିଙ୍କ ସ୍ଥାନୀୟ ବନ୍ଧୁ ଭାଇ ସଂଜୀବ ଦ୍ୱାରି, ବିକାଶ ଦିଗାଲ,ଏମ ଡି ସଲମନ,ବୁବାଇ ବେରା ଏବଂ ଧର୍ମପଦ ସାହୁ ପ୍ରମୁଖ ଏବଂ ଟିମ ସଦସ୍ୟ ଙ୍କ ଉପସ୍ଥିତି ରେ ହିନ୍ଦୁ ରୀତିରେ ସବ ସତ୍କାର କରାଯାଇଥିଲା। ମୃତ ବ୍ୟକ୍ତିଙ୍କ କକା ପୁଅ ସାନ ଭାଇ ସଞ୍ଜିବ ଜାନା ମୁଖାଗ୍ନୀ ଦେଇଥିଲେ। ଟିମ ର ଏଭଳି ପଦକ୍ଷେପକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି।

nis-ad
Leave A Reply

Your email address will not be published.