ମନରେଗା ଆଇନ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ଳକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି,୨୪/୩ : ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଆଇନ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦାରିଙ୍ଗବାଡ଼ି ବ୍ଳକର ୨୫ ଗ୍ରାମ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପରେ ହୋଇଥିବା କାର୍ଯ୍ୟର ଆଜି ବ୍ଳକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ବିଡିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବେ ବାଲିଗୁଡ଼ା ଆଇଟିଡିଏ ପିଏ ମଧୁସୂଦନ ବେହେରା ,ସମିତି ଅଧ୍ୟକ୍ଷ ଶୁଶାନ୍ତ କୁମାର ପ୍ରଧାନ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସଂଯୋଜନା ଓ ଅତିଥି ପରିଚୟ ବିପିଏମ ପିଣ୍ଟୁ ନାୟକ କରିଥିଲା ବେଳେ କାର୍ଯ୍ୟକ୍ରମରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା,ପଞ୍ଚାୟତ ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଓ ହିତାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଗତ ଏପ୍ରିଲ ମାସ ଠାରୁ ସେପ୍ଟେମ୍ବର ମାସ ମଧ୍ୟରେ ୨୫୫୭ଟି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରିବା ପାଇଁ ହାତକୁ ନେଇଥିଲେ । ସେଥିମଧ୍ୟରୁ ୨୫ ଗ୍ରାମ ପଞ୍ଚାୟତରେ ୫୧୬ଟି ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପୂର୍ଣାଙ୍ଗ କରି ୩୨୯୯.୪୧କୋଟି ଟଙ୍କା ଖର୍ଚ୍ଚ କରିଥିବା ପ୍ରତେକ ଗ୍ରାମ ପଞ୍ଚାୟତ ନିଜ କାର୍ଯ୍ୟ ସମ୍ପର୍କରେ ଜନ ଶୁଣାଣିରେ ସୂଚନା ଦେଇଥିଲେ । ଜନ ଶୁଣାଣୀ କାର୍ଯ୍ୟକ୍ରମକୁ ସାମାଜିକ ସମୀକ୍ଷକ ରତ୍ନାକର ମନ୍ତ୍ରୀ ଓ ଏପିଓ ତ୍ରିନାଥ ନାୟକ ପରିଚାଳନାରେ ସହଯୋଗ କରିଥିଲେ । ଏହି ଜନ ଶୁଣାଣି ଅବସରରେ ଗାଁ ସାଥୀ ମାନେ ତାଙ୍କର ଦୈନିକ ମଜୁରୀ ବାବଦକୁ ଅର୍ଥ ପାଇନଥିବା ନେଇ ଅଭିଯୋଗ ଆଣିଥିଲେ । ଏହାର ସମାଧାନ ଓ କାହିଁକି ପାଇନଥିବା ସମ୍ପର୍କରେ ଆଇଟିଡିଏ ପିଏ ମଧୁସୂଦନ ବେହେରା ବିଡିଓ, ଏପିଓ ଓ କନିଷ୍ଠ ଯନ୍ତ୍ରୀ ମାନଙ୍କୁ ପଚାରି ବୁଝିବା ସହିତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ବ୍ଳକ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

nis-ad
Leave A Reply

Your email address will not be published.