ଜିଲ୍ଲା ମାନବାଧିକାର ମିସନ ଏବଂ ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ମିଳିତ ବୈଠକ

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ମାନବାଧିକାର ମିସନର ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ ,ଉପ ସଭାପତି ଅକ୍ଷୟ କୁମାର ରାୟ, ସମ୍ପାଦକ, ଶେଖ୍ ରିହାଜୁଦିନ୍,ଓ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀଙ୍କ ଉପସ୍ଥିତରେ ଏକ ସାଧାରଣ ବୈଠକ ନାରାୟଣୀ ରୋଡ଼ ତ୍ରିଦେବ ନଗର ବସ୍ତିର ଧର୍ମ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। ବୈଠକ ମୂଖ୍ୟ ଉଦ୍ଦେଶ୍ୟ କନ୍ଧମାଳ ଜିଲ୍ଲାର ମଞ୍ଜୁଳା ନାୟକ ଏବଂ କିଛି ଶୃଙ୍ଖଳିତ ହୋମଗାର୍ଡ ଭାଇ ମାନଙ୍କୁ ନେଇ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା, ରାଜ୍ୟ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ସଭାପତି, ରଞ୍ଜନ କୁମାର ମଲ୍ଲିକ, ସମ୍ପାଦକ, ବିଚିତ୍ର ନନ୍ଦ ବିଶ୍ବାଳ, ଏବଂ ମାନବାଧିକାର ମିସନ ରାଜ୍ୟ ସଭାପତି ଦିଲ୍ଲିପ କୁମାର ଧଳ, ମହିଳା ସଭାନେତ୍ରୀ ଆରତୀ ମଙ୍ଗରାଜ, ମାନବାଧିକାର ମିସନ ରାଜ୍ୟ ଉପ ସଭାପତି ତଥା କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ପରାମର୍ଶଦାତା ଜଳନ୍ଧର ବେହେରା, ମାନବାଧିକାର ମିସନ ଚୈୟାରପରସନ ମହେନ୍ଦ୍ର ଶର୍ମା ପେଟ୍ରୋନ, ଜଷ୍ଟିସ କେ,ଜି, ବାଳକିର୍ଷ୍ଣା, ଜଷ୍ଟିସ ମମତା ଶର୍ମା ଏବଂ ଆଇନ୍ ଜୀବି ଶେଖର ଶ୍ରୀବାସ୍ତବଙ୍କ ଶୃଙ୍ଖଳିତ ସହଯୋଗରେ କନ୍ଧମାଳ ଜିଲ୍ଲା ମଞ୍ଜୁଳା ନାୟକଙ୍କ ୨୦୨୨, ମସିହାରେ ପୂର୍ବରୁ ହାଇକୋର୍ଟ ଡିଗ୍ରୀ କେସ ମାନବାଧିକାର ମିସନ ମାଧ୍ୟମରେ ସୁପ୍ରିମକୋର୍ଟ ରେ କେସ ଫାଇଲ୍ କରାଯାଇଥିଲା। ଉକ୍ତ କେସର ଶେଷ ଶୁଣାଣିର ଜର୍ଜମେଣ୍ଟ ଅଡର, ତା, ୧୭,୩,୨୦୨୩, ତାରିଖ ଦିନ ସୁପ୍ରିମକୋର୍ଟ ଜଷ୍ଟିସ ଏମ୍ ଆର୍ ଶାହା ଓ,ବି,ଭି,ନାଗରତ୍ନଙ୍କ ଉପସ୍ଥିତରେ ମାନବାଧିକାର ମିସନର ସୁପ୍ରିମକୋର୍ଟ ଆଇନୀଜୀବି ଶେଖର ଶ୍ରୀବାସ୍ତବଙ୍କ ଆଲୋଚନା ଏବଂ ସହଯୋଗରେ ରାଜ୍ୟର ସମସ୍ତ ଜିଲ୍ଲାର ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ସୁପ୍ରିମକୋର୍ଟ ଉଚିତ୍ ନ୍ୟାୟ ପ୍ରଦାନ କରିଥିବାରୁ। କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ ପକ୍ଷରୁ ମାନବାଧିକାର ମିସନ, ରାଜ୍ୟ ସଭାପତି ଦିଲ୍ଲିପ କୁମାର ଧଳ, ଏବଂ ମହିଳା ସଭାନେତ୍ରୀ ଆରତୀ ମଙ୍ଗରାଜ, ସୁପ୍ରିମକୋର୍ଟ ଆଇନିଜୀବି ଶେଖର ଶ୍ରୀବାସ୍ତବଙ୍କୁ ସଂଘ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଏବଂ ଆଗାମୀ ଦିନରେ କିପରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ରାଜ୍ୟର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କର ଦରମା ବୃଦ୍ଧି ଏବଂ ବିଭିନ୍ନ ସମସ୍ୟାର ସରଳ ସମାଧାନ କରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା। ଉକ୍ତ ଆଲୋଚନା ସମୟରେ କନ୍ଧମାଳ ଜିଲ୍ଲା ପଞ୍ଜୀକୃତ ହୋମଗାର୍ଡ ସଂଘ ସଭାପତି ,ପ୍ରଭାତ କୁମାର ସାହାଣୀ,ଉପ ସଭାପତି, ବିରଜା କୁମାର ପ୍ରଧାନ, କାର୍ଯ୍ୟକାରୀ ସଭାପତି, ଅକ୍ଷୟ କୁମାର ରାୟ, ସମ୍ପାଦକ,ସପନ କୁମାର ମିଶ୍ର,ସହ ସମ୍ପାଦକ ଅମିତ୍ କୁମାର କହଁର, କୋଷାଧ୍ୟକ୍ଷ, ଶେଖ୍ ରିହାଜୁଦିନ୍,ଉପ କୋଷାଧ୍ୟକ୍ଷ, ଧନୁର୍ଦ୍ଧର କହଁର କୁବେର କହଁର, ସଦର ଥାନା ହୋମଗାର୍ଡ ସଂଘ ସଭାପତି, ବିନୋଦ ବିହାରୀ ପ୍ରଧାନ, ସମ୍ପାଦକ, ପ୍ରତାପ କୁମାର ସାହାଣୀ, ଟାଉନ ଥାନା ହୋମଗାର୍ଡ ସଂଘ ଉପ ସଭାପତି, ସାଫରିନ୍ ଖାନ୍,ସହ ସମ୍ପାଦକ, ଚିଦାନନ୍ଦ ଦାସ, ଏବଂ ସଂଘର ଶୃଙ୍ଖଳିତ ସଦସ୍ୟ, ନୃସିଂହ ଡାକୁଆ, ଭଜମନ ନାୟକ, ସରୋଜ ଦାସ, ସ୍ବରସତୀ ନାୟକ, ସସ୍ମିତା ରାଉତ, ଏବଂ ଟାଉନ ଥାନା ହୋମଗାର୍ଡ ସଂଘ କାର୍ଯ୍ୟକାରୀ ସଭାପତି ମୁରଲୀଧର ବେହେରା ଉପସ୍ଥିତ ଥିଲେ। ଶେଷରେ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ ସମ୍ପାଦକ,ସପନ କୁମାର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

nis-ad
Leave A Reply

Your email address will not be published.