ବିପଦସଂକୁଳ ଅବସ୍ଥାରେ ଥିବା ଶୁଖିଲା ଗଛର ଶାଖା ମୁଖ୍ୟ ରାସ୍ତାରେ ପଡି ରାସ୍ତା ଅବରୋଧ

ଫୁଲବାଣୀ : ଫୁଲବାଣୀ ସହରର ମୁଖ୍ୟ ରାଜରାସ୍ତା କଡ଼ରେ ଓ ସମବାୟ ବିଭାଗୀୟ କାର୍ଯ୍ୟଳୟ ଫୁଲବାଣୀ ସମ୍ମୁଖରେ ଥିବା ବିରାଟକାୟ ଶୁଖିଲା ଶାଳ ଗଛର ଏକ ଶାଖା ଆଜି ସକାଳ ୬:୩୦ ମିନଟ ସମୟରେ ରାସ୍ତା ଉପରେ ପଡିଥିବାର ଦେଖିବାକୁ ମିଳିଥିଲା l ସୂଚନା ଅନୁସାରେ ଉକ୍ତ ସମୟରେ ଅଲ୍ପ ଦୁରରେ ସାଇକେଲ ଆରୋହି ଏବଂ ବାଇକରେ ଦୁଇ ଜଣ ବ୍ୟକ୍ତି ଆସୁଥିଲେ l ସେମାନେ ଅଳ୍ପକେ ବର୍ତି ଜାଇଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା l ଶୁଖିଲା ଗଛ ପଡ଼ିବା ସଙ୍ଗେ ସଙ୍ଗେ ୧୧ ନମ୍ବର ୱାର୍ଡର ବାସିନ୍ଦା କାଉନସିଲର ବସନ୍ତ ସାହାଣୀଙ୍କୁ ଅବଗତ କରାଇଥିଲେ l କାଉନସିଲର ତତକ୍ଷଣାତ ପୌରାଧ୍ୟକ୍ଷାଙ୍କୁ ଜଣାଇ ଥିଲେ l ପୌରାଧ୍ୟକ୍ଷା ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଘଟଣା ଶୁଣି ଫୁଲବାଣୀ ବନ ବିଭାକୁ ଅବଗତ କରାଇଥିଲେ l କିନ୍ତୁ ବନ ବିଭାଗ ଆସିବା ର ବିଳମ୍ବ ହେବ ଯୋଗୁଁ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରି ମୂଖ୍ୟ ରାସ୍ତା ଉପରେ ଧାରଣା ଦେଇଥିଲେ l ରାସ୍ତାର ଉଭୟ ପଟେ ଶହ ଶହ ଗାଡି ୩ଘଣ୍ଟା ପର୍ଯ୍ୟନ୍ତ ଅଟକି ରହିଥିବା ଦେଖିବାକୁ ମିଳିଥିଲା l ଫଲରେ ଯାତ୍ରୀ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା l ରାସ୍ତା ଅବରୋଧ ଖବର ପାଇ ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିଲା l ପୋଲିସର ବାରମ୍ବାର ବୁଝା ଶୁଝା ପରେ ବି ସ୍ଥାନୀୟ ବାସିନ୍ଦା ରାସ୍ତାରୁ ହଟି ନଥିଲେ l ବାସିନ୍ଦାଙ୍କ କହିବା ଅନୁଯାୟୀ ବନ ବିଭାଗକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଗଛ କାଟିବା ନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି ତେଣୁ ସେମାନେ ଶୁଖିଲା ଗଛ କାଟିବା ପାଇଁ ଜିଦ ଧରିଥିଲେ l ବନ ବିଭାଗ ପକ୍ଷରୁ କାଟିବା ପାଇଁ ସମସ୍ତ ବ୍ୟବସ୍ଥା ପରେ ସେମାନେ ଧାରଣା ରୁ ହଟି ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ପୌରାଧ୍ୟକ୍ଷ ରାଜେନ୍ଦ୍ର କୁମାର କହଁରଙ୍କ ସମେତ ମୋଚି ସାହିର ସମସ୍ତ ବାସିନ୍ଦା ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.