ଦାରିଙ୍ଗବାଡ଼ିଠାରେ ପଞ୍ଚାୟତସ୍ତରୀୟ ସମବାୟ ସମିତି ବ୍ୟାଙ୍କି ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ

ଦାରିଙ୍ଗବାଡ଼ି,୨୩/୩ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସମବାୟ ସମିତି ପକ୍ଷରୁ ପ୍ରଥମ ଥର ଚାଷୀଙ୍କ ପାଇଁ ପଞ୍ଚାୟତ ସ୍ତରୀୟ ଆର୍ଥିକ ସ୍ୱାକ୍ଷରତା, ସମବାୟ ବ୍ୟାଙ୍କ ସେବା ଓ ଋଣ କର୍ମଶାଳା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି କାର୍ଯ୍ୟକ୍ରମରେ ସମବାୟ ସମିତିର ଉପ ସଭାପତି ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ଏସଏଆରସିଏସ ଗଙ୍ଗାଧର କଁହର ,
ମୁଖ୍ୟ ବକ୍ତା ଭାବେ ବାଲିଗୁଡ଼ା ବୌଦ୍ଧ ବ୍ୟାଙ୍କ ଶାଖା ପରିଚାଳକ ଅନୁପମ ବେହେରା ଓ ସମ୍ମାନିତ ଅତିଥି ଭାବେ ବାଲିଗୁଡା ଏସଏଆରସିଏସ ରମାକାନ୍ତ ଦିଗଳ ଓ ସମବାୟ ସମିତିର ସଭାପତି – ଲିଲିମା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିମାନେ ତାଙ୍କ ବକ୍ତବ୍ୟ ରେ ସରକାରଙ୍କ ସମବାୟ ସମିତି ଯୋଜନାରେ କୃଷକ ମାନଙ୍କ ପାଇଁ ଯାହା ସବୁ ଆର୍ଥିକ ସହାୟତା ଓ ଋଣ ନେଣ ଦେଣ ରେ କି କି ସୁବିଧା ରହିଛି ସେ ସମ୍ପର୍କରେ ପ୍ରାଞ୍ଜଳ ଭାବେ ଚାଷୀଙ୍କୁ ବୁଝେଇ ଥିଲେ। ଏହି ଅବସରରେ ଅଞ୍ଚଳର ବିଭିନ୍ନ ଚାଷୀ ତାଙ୍କ ସମସ୍ୟା ସମ୍ପର୍କରେ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଥିଲେ ଓ କୃଷକ ମାନଙ୍କ ହାତ ପାହାନ୍ତାରେ ସରକାରଙ୍କ ବିଭିନ୍ନ ଯୋଜନାକୁ ପହଞ୍ଚିବା ପାଇଁ ପ୍ରତି ଦୁଇ ଗୋଟି ଗ୍ରାମପଞ୍ଚାୟତ କୁ ନେଇ ଗୋଟେ ସମବାୟ ସମିତି ଗଠନ କରିବା ପାଇଁ ସୂଚନା ଦେଇ ଗଠନରେ ସହଯୋଗ କରି ଏହାର ଫାଇଦା ଚାଷୀଙ୍କୁ ନେବାପାଇଁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମକୁ ଋଣ ସହାୟକ ଅଜିତ କୁମାର ପରିଡ଼ା ସଂଯୋଜନା କରିଥିବା ବେଳେ ଦାରିଙ୍ଗବାଡ଼ି ସମବାୟ ସମିତି ପରିଚାଳକ କୃତିବାସ ସାମଲ ଓ ବ୍ରାହ୍ମଣୀଗାଁ ସମବାୟ ସମିତିର ପରିଚାଳ ଅଜିତ କୁମାର ସିଂ ଙ୍କ ନେତୃତ୍ୱରେ ମୁନା ଗଉଡ଼ ସମେତ ସମିତିର ସମସ୍ତ କର୍ମଚାରୀଙ୍କ ସହଯୋଗରେ ପରିଚାଳିତ ହୋଇଥିଲା।

nis-ad
Leave A Reply

Your email address will not be published.