ସର୍ବଭାରତୀୟସ୍ତରରେ ଜାତୀୟ କଂଗ୍ରେସ ପଦବୀରେ ସୁଶ୍ରୀ ହରବତୀ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକର ସୁଶ୍ରୀ ହରବତୀ ଗଣ୍ଡ ଙ୍କୁ ମଙ୍ଗଳବାର ଦିନ ସର୍ବ ଭାରତୀୟ ସ୍ତରରେ ଜାତୀୟ କଂଗ୍ରେସର ପଦବୀରେ ପଦ ଅଳଙ୍କୃତ କରିବା ପାଇଁ ମନୋନୀତ ହୋଇଛନ୍ତି | ତାଙ୍କୁ ଏହି ପଦବୀ ମିଳିଥିବାରୁ ତାଙ୍କର ସମର୍ଥକମାନଙ୍କ ଭିତରେ ଖୁସିର ବାତାବରଣ ସହ ଆନନ୍ଦ ଉଲ୍ଲାସ ଥିବା ଦେଖିବାକୁ ମିଳିଛି |

ଆଶା କରାଯାଉଛି କି ସୁଶ୍ରୀ ହରବତୀ ଗଣ୍ଡ ଙ୍କୁ ତେଲେଙ୍ଗାନା ଏବଂ ଛତିଶଗଡ଼ର ଦାୟିତ୍ୱ ମିଳିପାରେ | ଜାତୀୟ ସ୍ତରରେ କଂଗ୍ରେସର ଏହି ପଦବୀରେ ଦ୍ଵିତୀୟ ଆଦିବାସୀ ମହିଳା ହେଉଛନ୍ତି ହରବତୀ | ଇତି ପୂର୍ବରୁ ଶ୍ରୀମତୀ ହେମା ଗମାଙ୍ଗ ଆଇସିସି ସଚିବ ଥିଲେ |ବାମପନ୍ଥୀ ଦଳରେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ହରବତୀ ଗତବର୍ଷ କଂଗ୍ରେସ ଦଳରେ ଯୋଗ ଦେଇଥିଲେ |ସେ ରାହୁଲ ଗାନ୍ଧୀଙ୍କ ନିୟମଗିରି ଆନ୍ଦୋଳନ ରେ ଯୋଗଦେଇ କାରାବରଣ ମଧ୍ୟ କରିଥିଲେ | ଉଲ୍ଲେଖଥାଉ କି ୨୦୦୨ ମସିହା ରାଇଘରରେ ଆଦିବାସୀ ବଙ୍ଗାଳି ଦଙ୍ଗା ଓ ଜଙ୍ଗଲ ଜମି ଆନ୍ଦୋଳନ ରେ ସାମିଲ ହୋଇ ସେ ବହୁବର୍ଷ ଜେଲରେ ମଧ୍ୟ ଥିଲେ |

ଗତ ଦଳୀୟ ନିର୍ବାଚନରେ ପିସିସି ସଭ୍ୟା ଭାବେ ଜିଲ୍ଲାରୁ ନିର୍ବାଚିତ ହୋଇଥିଲେ | ଆଜି ଶ୍ରୀ କେ ସି ବେଣୁ ଗୋପାଳ ଏହା ଜାରି କରିଛନ୍ତି ଓ ଏହାକୁ ଏ ଆଇ ସିସି ସଭାପତି ଶ୍ରୀ ଖଡ଼ଗେ ଅନୁମୋଦନ କରିଥିବା ଉଲ୍ଲେଖ ଅଛି |

nis-ad
Leave A Reply

Your email address will not be published.