ଓଡିଶାର ଆତିଥ୍ୟ ଅତି ଉଚ୍ଚକୋଟିର, ମୋତେ ବହୁତ ଖୁସି ଲାଗିଲା: ମମତା ବାନାର୍ଜୀ

ଭୁବନେଶ୍ବର: ନବୀନ ନିବାସରେ ମମତା-ନବୀନ ଭେଟଘାଟ।ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ମମତା ବାନାର୍ଜୀ । ନବୀନ ପଟ୍ଟନାୟକ ଜଣେ ବଡ଼ ନେତା । ନବୀନଙ୍କ ଅତିଥେୟତାକୁ ପ୍ରଶଂସା କରିଛନ୍ତି ମମତା ବାନାର୍ଜୀ। ଓଡ଼ିଶାରେ ଝଡ଼ ଆସିଲେ ପଶ୍ଚିମବଙ୍ଗରେ ପ୍ରଭାବ ପଡ଼େ । ପୁରୀରେ ବଙ୍ଗଳା ଭବନ ପାଇଁ ୨ ଏକର ଜମି ଦେଇଥିବାରୁ ନବୀନଙ୍କ ନିକଟରେ ମୁଁ କୃତଜ୍ଞ ବୋଲି କହିଛନ୍ତି ମମତା ।

ବଙ୍ଗଳା-ଓଡ଼ିଶା ଶିଳ୍ପ କରିଡର ହେଲେ ଉଭୟ ରାଜ୍ୟର ବିକାଶ ହେବ । ସାକ୍ଷାତ ସମୟରେ ନାଗରିକ ନିରାପତ୍ତା ଓ ଗଣତାନ୍ତ୍ରିକ ଅଧିକାର ନେଇ ଆଲୋଚନା ହୋଇଛି । ନବୀନଙ୍କୁ ପଶ୍ଚିମବଙ୍ଗ ଯିବାକୁ ନିମନ୍ତ୍ରଣ କରିଛନ୍ତି ଦିଦି । ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି ମମତାଙ୍କୁ ଭେଟି ମୁଁ ବହୁତ ଖୁସି । ଆଜିର ସାକ୍ଷାତ ସୌଜନ୍ୟମୂଳକ ଥିଲା । ଦେଶରେ ସଂଘୀୟ ବ୍ୟବସ୍ଥା ସୁଦୃଢ଼ ହେବା ଦରକାର ବୋଲି କହିଛନ୍ତି ନବୀନ ।

nis-ad
Leave A Reply

Your email address will not be published.