କନ୍ଧମାଳ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ପାଇଁ ଚେତାବନୀ

ଫୁଲବାଣୀ : ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ରାଜ୍ୟ ଶାଖାର ଆହ୍ୱାନ କ୍ରମେ କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣରେ ବିଭନ୍ନ ସରକାରୀ ଦପ୍ତର ମାନଙ୍କରେ ଆଉଟ ସୋର୍ସଙ୍ଗ ମଧ୍ଯମରେ କାର୍ଯ୍ୟରତ୍ତ ଥିବା ବିଭିନ୍ନ ବର୍ଗର କର୍ମଚାରୀମାନେ ନିଜ ନିଜ ବିଭାଗରେ ସମୂହ ଛୁଟି ଦରଖାସ୍ତ ନିଜ ଅଧିକାରୀମାନକୁ ପ୍ରଦାନ କରି ଆଉଟସୋର୍ସିଙ୍ଗ ଭଳି କ୍ରୀତଦାସ ପ୍ରଥା ବିଲୋପ କରିବା ଏବଂ ଯେଉଁ ମାନେ ସେଇ କ୍ରୀତଦାସ ପ୍ରଥାରେ ଆଜକୁ ୧୫ ବର୍ଷରୁ ଊର୍ଦ୍ଧ କାର୍ଯ୍ୟକରି ଆସିଲେଣି ସେମାନଙ୍କୁ ରାଜ୍ୟସରକାର ଯଥାଶୀଘ୍ର ସ୍ଥାଇ କରୁନ୍ତୁ ଏହିପରି ୧୧ଦଫା ଦାବି ଉପସ୍ଥାପନ। କରି ତା.୨୫/୩/୨୦୨୩ ରିଖ ଠାରୁ ଅନିର୍ଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ ଗଣଧାରଣା, ବିକ୍ଷୋଭ ଓ ‘ଓଡିଶାର ବରେଣ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଚାଲ’ କାର୍ଯ୍ୟକ୍ରମ ରେ ଓଡିଶାର ରାଜଧାନୀ ଭୁବନେଶ୍ବର ଗାନ୍ଧିମାର୍ଗରେ ପହଞ୍ଚି ସେହି ଗଣଧାରଣା କାର୍ଯ୍ୟକ୍ରମରେ ଯୋଗୋ ଦେବେ ବୋଲି ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ କନ୍ଧମାଳ ଶାଖାର ଆବାହକ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ଗଣମାଧ୍ୟମକୁ ଦର୍ଶାଇଛନ୍ତି l

nis-ad
Leave A Reply

Your email address will not be published.