ଠାକୁରାଣୀ ଯାତ୍ରା ସମୟ ନିର୍ଘଣ୍ଟ, ପାରମ୍ପରିକ ରୀତିରେ ଲାଗିଲା ଶୁଭ ଖୁଣ୍ଟି

ବ୍ରହ୍ମପୁର: ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଆଜି ବିଳମ୍ବିତ ରାତିରେ ପାରମ୍ପରିକ ରୀତିରେ ଶୁଭ ଖୁଣ୍ଟି ସ୍ଥାପନ ହୋଇଛି । ଏପ୍ରିଲ ୪ ମଧ୍ୟ ରାତ୍ରରୁ ଆରମ୍ଭ ହେବ ବୁଢ଼ି ଠାକୁରାଣୀ ଯାତ୍ରା । ଦେଶୀ ବେହେରା ସାହିକୁ ଯିବେ ମା ବୁଢ଼ୀ ଠାକୁରାଣୀ । ମେ ୧ ତାରିଖରେ ପୁଣି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାଯାଇଛି ।

ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଗତକାଲି ସର୍ବସଧାରଣରେ ବୈଠକ ଅନୁଷ୍ଠିତ ହୋଇଥିଲା। ଯାତ୍ରା ପାଇଁ ଶୁଭ ସମୟ ନେଇ ଦିନ ଧାର୍ଯ୍ୟ କରିଥିଲେ ସିଦ୍ଧାନ୍ତଗୁରୁ । ଏହାପରେ ଏକ ବିରାଟ ପଟୁଆରା ମା ବୁଢୀ ଠାକୁରାଣୀ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ । ଏଥିରେ ହଜାର ହଜାର ଭକ୍ତ ସାମିଲ ହୋଇଥିବା ବେଳେ ବାଜା-ନାଚ ଗୀତର ତାଳେ ତାଳେ ଦୁଲୁକି ଉଠିଥିଲା ରେଶମ ସହର ବ୍ରହ୍ମପୁର ।

nis-ad
Leave A Reply

Your email address will not be published.