ୟୁଟ୍ୟୁବ୍‌ ଓ ଫେସବୁକକୁ ଫେରିଲେ ଟ୍ରମ୍ପ…

ନିଃସର୍ତ୍ତ : ଦୁଇ ବର୍ଷ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରୁ ଉଠିଲା ବ୍ୟାନ୍। ଟ୍ୱିଟର୍ ପରେ ୟୁଟ୍ୟୁବ୍ ଓ ଫେସ୍ବୁକକୁ ଫେରିଲେ ଟ୍ରମ୍ପ। ଫେସବୁକ୍ରେ ପ୍ରଥମ ପୋଷ୍ଟ ସେୟାର କଲେ ଡୋନାଲଡ ଟ୍ରମ୍ପ । ଦୀର୍ଘ ୨ ବର୍ଷ ପରେ ଫେସବୁକ୍ ଓ ୟୁଟ୍ୟୁବକୁ ଫେରିଲେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କହିଲେ, ଆଇ ଆମ୍ ବ୍ୟାକ୍ ।

ଆମେରିକାର କ୍ୟାପିଟାଲ ହିଲସ ଆକ୍ରମଣ ପରେ ଟ୍ରମ୍ପଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଉପରେ ଲାଗିଥିଲା ବ୍ୟାନ୍ । ୨୦୨୧ ଜାନୁଆରୀ ୬ ତାରିଖରେ କ୍ୟାପିଟଲ ଦଙ୍ଗା ଘଟଣା ପରେ ଟ୍ରମ୍ପଙ୍କ ଆକାଉଣ୍ଟକୁ ଅଚଳ କରାଯାଇଥିଲା । ୧୨ ସେକେଣ୍ଡର ଏକ ଭିଡ଼ିଓ ସେୟାର କରିଛନ୍ତି ।  ଏହି ଭିଡିଓରେ ଜରିଆରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ମଧ୍ୟ କରିଛନ୍ତି। ସେ ତାଙ୍କର ପ୍ରସିଦ୍ଧ ସ୍ଲୋଗାନ ‘ମେକ୍ ଆମେରିକା ଗ୍ରେଟ୍ ଅଗେନକୁ ଭିଡିଓରେ ଯୋଡିଛନ୍ତି। ଆଜିଠୁ ନୂଆ କଣ୍ଟେଣ୍ଟ ଅପଲୋଡ୍‌ କରିପାରିବେ ଡୋନାଲ୍ଡ ଟ୍ରମ୍ପ ।

ତେବେ ଯଦି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନିୟମ ଉଲ୍ଲଙ୍ଘନ କରିବେ ତେବେ ତାଙ୍କ ବିରୋଧରେ ପୂର୍ବ ଅପେକ୍ଷା ଅଧିକ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମେଟା ଚେତାବନୀ ଦେଇଥିଲା। ଏଲନ ମସ୍କ ଟ୍ୱିଟରକୁ କିଣିବା ପରେ ଗତବର୍ଷ ନଭେମ୍ବରରେ ଟ୍ରମ୍ପଙ୍କ ଟ୍ୱିଟର୍ ଆକାଉଣ୍ଟକୁ ରିଷ୍ଟୋର କରିଥିଲେ।

ଉଲ୍ଲେଖଯୋଗ୍ୟ, ୭୬ ବର୍ଷୀୟ ରିପବ୍ଲିକାନ୍ ନେତା ଡୋନାଲ୍ଡ ଟ୍ରମ୍ପ ପୁଣି ଆମେରିକାର ରାଷ୍ଟ୍ରପତି ରେସ୍ରେ ରହିଛନ୍ତି। ତାଙ୍କର ଫେସ୍ବୁକରେ ୩୪ ମିଲିଅନ୍ ଫଲୋଅର୍ସ ଥିବା ସହ ୟୁଟ୍ୟୁବରେ ୨.୬ ମିଲିଅନ ସବସ୍କ୍ରାଇବର ରହିଛନ୍ତି। ସେହିପରି ଟ୍ୱିଟରରେ ଟ୍ରମ୍ପଙ୍କ ୮୭ ମିଲିଅନ ଫଲୋଅର୍ସ ଅଛନ୍ତି।

nis-ad
Leave A Reply

Your email address will not be published.