ପାନବନ୍ଦ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ପକ୍ଷରୁ ହତ୍ୟା ସନ୍ଦେହ…

କାଶିପୁର : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଟିକିରି ଥାନା ଅନ୍ତର୍ଗତ ପାନବନ୍ଦ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଥିବା ଦେଖିବାକୁ ମିଳିଛି। ଆଜି ସକାଳ ପାନବନ୍ଦ ଗ୍ରାମର ଲାସୁ ମାଝୀ ଙ୍କର ସନ୍ଦେହ ଜନକ ମୃତ୍ୟୁ ହେଇଛି । ପରିବାର ଲୋକ ଙ୍କ କହିବା ଅନୁସାରେ ଲାସୁ ମାଝୀ ଗତକାଲି ସନ୍ଧ୍ୟାରେ ଘରେ ଖାଇପିଇ ସହିବା ପାଇଁ ନିଜ ପାଳଗଦା ନିକଟର ଥିବା ଏକ କୁଡ଼ିଆ କୁ ଯାଇଥିଲେ । ଏହାପରେ ଆଜି ସକାଳ ୬ ଘଟିକା ସମୟରେ ନିଜବଡ ପୁଅ ନିଜ ପାଳଗଦା କୁ ଯାଇଥିବା ବେଳେ ସେଠାରେ ତାଙ୍କ ବାପା ଙ୍କ ଦରପୋଡା ମୃତ୍ୟୁ ଦେହ କୁ ଦେଖି ସାଙ୍ଗେ ସାଙ୍ଗେ ତାଙ୍କ ସାନଭାଇ କାସା ମାଝୀ ଙ୍କୁ ଜଣାଇଥିବା କହିଥିଲେ। ଏହାପରେ ସକାଳ ୮ ଟା ବେଳେ ଟିକିରି ଥାନା କୁ ଜଣାଇଥିଲେ ତେବେ ଖବର ପାଇ ଟିକିରି ଥାନା ଅଧିକାରୀ ବିଜୟ ଲକ୍ଷ୍ମୀ ହିକୋକା ସହ ଏସ୍‌ଆଇ ମହେଶ୍ୱର ପାଇକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ସାଇଣ୍ଟିଟିଫିକ୍ ଟିମକୁ ଜଣାଇଥିଲେ | ତେବେ ସାଇଣ୍ଟିଟିଫିକ୍ ଟିମ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରି ଫେରି ଯାଇଥିଲେ । ଏହାପରେ ଟିକିରି ଥାନା ଅଧିକାରୀ ଙ୍କୁ ପଚାରି ବୁଝିଲା ପରେ ସେ କହିଛନ୍ତି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ର ଶତ୍ୟସତ ଜଣାପଡ଼ିବ ବୋଲି କହିଛନ୍ତି। ଶବ ବ୍ୟବଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତରକରାଯାଇଛି ।

nis-ad
Leave A Reply

Your email address will not be published.