ମଞ୍ଜୁଳା ନାୟକଙ୍କ ସୁପ୍ରିମକୋର୍ଟ କେସ୍ ମାନବାଧିକାର ମିସନ ମାଧ୍ୟମରେ ଶୁଣାଣି…

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ ଏବଂ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଓଡ଼ିଶା ତରଫରୁ କନ୍ଧମାଳ ଜିଲ୍ଲା ପଞ୍ଜୀକୃତ ହୋମଗାର୍ଡ ସଂଘର କର୍ମକର୍ତ୍ତା ବରିଷ୍ଠ ହୋମଗାର୍ଡ ମଞ୍ଜୁଳା ନାୟକ ଏବଂ କିଛି ଶୃଙ୍ଖଳିତ ହୋମଗାର୍ଡ ଭାଇ ମାନଙ୍କୁ ନେଇ ହାଇକୋର୍ଟରେ ଡିଗ୍ରୀ କେସ ମାନବାଧିକାର ମିସନ ରାଜ୍ୟ ସଭାପତି ଦିଲ୍ଲିପ କୁମାର ଧଳ, ମହିଳା ସଭାନେତ୍ରୀ ଆରତୀ ମଙ୍ଗରାଜ, ଆଇନୀଜୀବ ଶେଖର ଶ୍ରୀବାସ୍ତବ ଏବଂ ମାନବାଧିକାର ମିସନ ଚେୟାରମେନ ମହେନ୍ଦ୍ର ଶର୍ମାଙ୍କ ଶୃଙ୍ଖଳିତ ଆଲୋଚନା ପ୍ରକାରେ ୨୦୨୨, ମସିହାରେ ସୁପ୍ରିମକୋର୍ଟରେ କେସ ଫାଇଲ କରାଯାଇଥିଲା। ବହୁ ଘାତ ପ୍ରତିଘାତ ମଧ୍ୟରେ ବର୍ତ୍ତମାନ ମାନବାଧିକାର ମିସନ ରାଜ୍ୟ ସଭାପତି ଦିଲ୍ଲିପ କୁମାର ଧଳ, ମହିଳା ସଭାନେତ୍ରୀ ଆରତୀ ମଙ୍ଗରାଜ, ଆଇନୀଜୀବ ଶେଖର ଶ୍ରୀବାସ୍ତବ ଏବଂ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଓଡ଼ିଶାର ସଭାପତି, ରଞ୍ଜନ କୁମାର ମଲ୍ଲିକ ସମ୍ପାଦକ,ବିଚିତ୍ର ନନ୍ଦ ବିଶ୍ବାଳ, କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ଆବାହକ, ତଥା ମାନବାଧିକାର ମିସନ ଜିଲ୍ଲା ସଭାପତି ବିରଜା କୁମାର ପ୍ରଧାନଙ୍କ ସହଯୋଗରେ । ପୂର୍ବରୁ ଶେଷ ଶୁଣାଣି ହୋଇଥିବା କେସର ଜର୍ଜମେଣ୍ଟ ଅଡର ଆଜି ବାହାରିଛି। ଉକ୍ତ ଅଡରରେ ଓଡ଼ିଶାର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ସୁପ୍ରିମକୋର୍ଟ ସ୍ଥାୟୀ କନେଷ୍ଟବଳର ମାନ୍ୟତା ପ୍ରଦାନ କରିବା ସହିତ କନେଷ୍ଟବଳ ମାନଙ୍କୁ ରାଜ୍ୟ ସରକାର ଯେଉଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ସେ ସମସ୍ତ ସୁବିଧା ଓଡ଼ିଶାର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ଯୋଗାଇ ଦେବେ ବୋଲି ସୁପ୍ରିମକୋର୍ଟ ଆଜି ଜର୍ଜମେଣ୍ଟ ସମୟରେ ଉପସ୍ଥାପନ କରିଥିବା।

କନ୍ଧମାଳ ଜିଲ୍ଲାର ସୁପ୍ରିମକୋର୍ଟ ପିଟିସନର ହୋମଗାର୍ଡ ଭଉଣୀ ମଞ୍ଜୁଳା ନାୟକଙ୍କ ଆଇନୀଜୀବ ଶେଖର ଶ୍ରୀବାସ୍ତବ, ଆଇନୀଜୀବ,ପ୍ରେରଣା ସିଂ, ରାଜ୍ୟର ସମସ୍ତ ଜିଲ୍ଲାର ହୋମଗାର୍ଡ ଭାଇ ଭଉଣୀ ମାନଙ୍କ ସକାଶେ ବାର୍ତ୍ତା ରଖିଛନ୍ତି। ବର୍ତ୍ତମାନ ଦେଖିବାକୁ ମିଳୁଛି ବହୁ ବର୍ଷ ହେବ ଓଡ଼ିଶାର ହୋମଗାର୍ଡ ମାନଙ୍କର ସମସ୍ୟା ଲାଗିରହିଥିଲା। କିନ୍ତୁ ମାନବାଧିକାର ମିସନ ରାଜ୍ୟ ସଭାପତି ଦିଲ୍ଲିପ କୁମାର ଧଳ, ମହିଳା ସଭାନେତ୍ରୀ ଆରତୀ ମଙ୍ଗରାଜ ଏବଂ ଆଇନଜୀବୀ ଶେଖର ଶ୍ରୀବାସ୍ତବ, ଚେୟାରମେନ, ମହେନ୍ଦ୍ର ଶର୍ମାଙ୍କ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ସଭାପତି, ରଞ୍ଜନ କୁମାର ମଲ୍ଲିକ, ସମ୍ପାଦକ ବିଚିତ୍ର ନନ୍ଦ ବିଶ୍ବାଳ ଏବଂ ମହାସଂଘର ସମସ୍ତ ସଦସ୍ୟଙ୍କ ଶୃଙ୍ଖଳିତ ସହଯୋଗ ସକାଶେ ସୁପ୍ରିମକୋର୍ଟ ମାଧ୍ୟମରେ ରାଜ୍ୟର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ଉଚିତ୍ ନ୍ୟାୟ ପାଇବା ପାଇଁ ଯାଉଛନ୍ତି। ଆଜି ସୁପ୍ରିମକୋର୍ଟ ଜଷ୍ଟିସ ଏମ୍, ଆର୍, ସାହାଙ୍କ ଉପସ୍ଥିତରେ ଜର୍ଜମେଣ୍ଟ୍ ନିର୍ଦ୍ଦେଶ ଖବର ବାହାରିବା ପରେ ଆଇନୀଜୀବ ଶେଖର ଶ୍ରୀବାସ୍ତବ ରାଜ୍ୟର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ବାର୍ତ୍ତା ରଖିଛନ୍ତି। ଉକ୍ତ ଖବର ଶୁଣି ରାଜ୍ୟର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ଏବଂ ବର୍ତ୍ତମାନ ନବ ନିର୍ବାଚିତ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ସଭାପତି ରଞ୍ଜନ କୁମାର ମଲ୍ଲିକ ଏବଂ ସମ୍ପାଦକ ବିଚିତ୍ର ନନ୍ଦ ବିଶ୍ବାଳ ଏବଂ ମହାସଂଘର ସମସ୍ତ କର୍ମକର୍ତ୍ତା ରାଜ୍ୟ ସରକାରଙ୍କୁ ଆଗାମୀ ଦିନରେ ସୁପ୍ରିମକୋର୍ଟର ନିର୍ଦ୍ଦେଶ ପ୍ରକାରେ ରାଜ୍ୟର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କ ସମସ୍ୟାର ସରଳ ସମାଧାନ କରିବା ପାଇଁ ଅନୁରୋଧ କରିଥିବା ଦେଖିବାକୁ ମିଳୁଛି।

nis-ad
Leave A Reply

Your email address will not be published.