ସରକାରୀ ସହାୟତା ଅପେକ୍ଷାରେ ବାପା ମା ଛେଉଣ୍ଡ ଅସହାୟ ଯୁବତୀ ଅସ୍ତୀ ଭତ୍ରା …

ଉମରକୋଟ ଉପଖଣ୍ଡିୟ ସାମ୍ବାଦିକ // ନିଃସର୍ତ୍ତ ନିୟୁଜ

ସରକାରୀ ସାହାଯ୍ୟ ଅପେକ୍ଷା ରେ ନିରୀହ ଯୁବତୀ….

ଝରିଗାଁ ( ୧୭/୩/୨୦୨୩ ) ସରକାରୀ ସହାୟତା କୁ ଚାହିଁ ବସିଛି ବାପ ମା ହରାଇ ଥିବା ଅସ୍ତି ଭତ୍ରା । ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଡ଼ଙ୍ଗରିଗୁଡା ପଂଚାୟତ ଅନ୍ତର୍ଗତ ହଳଦୀଗୁଡା ଗ୍ରାମ ର ୭ ନମ୍ବର ୱାର୍ଡ ର ଏକ ପାଳ ଛପର ମାଟି କୁଡିଆ ଘର ବାସ କରନ୍ତି ଅସ୍ତି ଭତ୍ରା । ଯାହାକି ତାହା ମଧ୍ୟ ଉତ୍ତାଧିକାରୀ ଭାବେ ପାଇଥିବା ପୈତୃକ ଘରେ ଯାହାର ଅବସ୍ଥା ଅତି ଜିରାଜର୍ଣ୍ଣ | ବୟସ ପାଖାପାଖି (୨୯)ବର୍ଷ। ବିଗତ କିଛି ବର୍ଷ ପୂର୍ବେ ତାଙ୍କ ର ମାତୃ ବିୟୋଗ ହୋଇଥିବା ବେଳେ ବିଗତ କିଛି ମାସ ପୂର୍ବେ ୨୦୨୨ ମସିହା ତାଙ୍କ ବାପା ଚି଼ତୁ ଭତ୍ରାଙ୍କୁ ମଧ୍ୟ ବିୟୋଗ ଘଟିଛି |ବାପା ବଂଚିଥିଲା ସମୟରେ ବାହାରୁ କୁଲି ମଜୁରୀ କରି ଯାହାବି ଉପାର୍ଜନ କରି ତହିଁରେ ଝିଅ ଓ ବାପା ଦୁଇ ପ୍ରାଣୀ ଦୁଇଓଳି ଅତି କଷ୍ଟରେ ଚଳି ଯାଉଥିଲେ କିନ୍ତୁ ବାପାଙ୍କ ଦେହନ୍ତ ହେବା ପରେ ଅସ୍ତି ଭତ୍ରା ଗୋଟିଏ ପଥର ପାଲଟି ଯାଇଛନ୍ତି l ପିତୃ ଅର୍ଜିତ ଅଳ୍ପ କିଛି ଜମି ଅଛି ସତ, ହେଲେ ଜମି ଜମାବନ୍ଦୀ ଅବସ୍ଥାରେ ତେଣୁ ଜମି ଭାଗରୁ ମଧ୍ୟ ବଞ୍ଚିତ ଏହି ଅସହାୟ ଯୁବତୀ, ବାପା ଙ୍କ ଦେହାନ୍ତ ପରେ ବିଲକୁଲ ସେ ଏକା ପଡିଯାଇଛି ଅସ୍ତି |ବାପା ତିଆରି କରିଥିବା ନାହିଁ ନ ଥିବା ଝାଟିମାଟି କୁଡ଼ିଆ ତାର ଆଶ୍ରୟସ୍ଥଳୀ ପାଲଟି ଥିବାବେଳେ,ପଂଚାୟତ ରୁ ମିଳୁଥିବା ମାତ୍ର ୫ କେଜି ପିଡିଏସ ଚାଉଳ ହିଁ ତାର ବଞ୍ଚି ରହିବାର ସାହାରା | ରହିବା କୁଡ଼ିଆ ଟି ମଧ୍ୟ ପ୍ରାୟ ଭଗ୍ନ ଅବସ୍ଥାରେ । ଖରା ବର୍ଷା ପବନ ବତାସ ଝଡ ତୋଫାନ ହେଲେ ବିପଦ ସଂକୁଳ ଅବସ୍ଥାରେ ରହୁଛନ୍ତି ଅସ୍ତୀ ଭତ୍ରା | ସାମାନ୍ୟ ବର୍ଷାରେ ଛଣ ଛପର ଚାଲରୁ ପାଣି ଝରି ଘର ମଝିର ମାଟି ଚଟାଣ କାନ୍ଥ ଭିଜି ସନ୍ତ ସନ୍ତିୟା ହୋଇ ଚାଲିବା ମଧ୍ୟ କଷ୍ଟକର ହୂଏ ଘର ଭିତରେ l ଏହିପରି ଅବସ୍ଥାରେ ଆଖ ପାଖ ପୋଡ଼ଷି ମଣିଷ ପଣିଆ ଦେଖାଇ ଦୟାକରି କିଛି କିଛି ଖାଇବାକୁ ଦିଏ ତ ଆଉ କେତେବେଳେ ଭୋକ ଉପାସ ରେ ମଧ୍ୟ ରହିବାକୁ ହୁଏ ଅସ୍ତି ଭତ୍ରାକୁ |ସମୟର ସହିତ ସମସ୍ତ ଝିଅର ଗୋଟିଏ ସପ୍ନ ଥାଏ, ବାହା ହୋଇ ଘର ସଂସାର କରିବାକୁ କିନ୍ତୁ ଈଛା ଥାଇବି ଅସ୍ତି ଭତ୍ରା ସପ୍ନ ସପ୍ନରେ ରେ ହିଁ ରହି ଯାଉଛି । ନିଜର ସମ ବୟସ୍କ ସାଥି ଝିଅ ମାନଙ୍କ ଘର ସଂସାର ଦେଖି ଦୁଃଖୀ ହୋଇଯାଏ। ପଡ଼ଶୀଙ୍କ କହିବାନୁସାରେ କାମ କରିବାକୁ ମଧ୍ୟ ଅସମର୍ଥ ପ୍ରକାଶ କରୁଛି ଅସ୍ତୀ | ପ୍ରାୟ ସବୁବେଳେ ଅନ୍ୟମନସ୍କ ରହିବାସହ ମୁହଁରେ କିଛିବି ପ୍ରସନ୍ନତା ଦେଖି ହେଉନାହିଁ। ପାଞ୍ଚ ଥର ଜଣେ କିଏ ସୁବିଧା ଅସୁବିଧା କଥା ପଚାରିଲେ ଥରେ ତାହା ପାଟିରୁ ଉତ୍ତର ବାହାରେ, ତେଣୁ ତାକୁ କେହି କାମ ମଧ୍ୟ ଦିଅନ୍ତି ନାହିଁ,ପ୍ରଶାସନ ଏହି ଦୁଃଖିହାରୀ ଯୁବତୀଙ୍କୁ ରହିବା ପାଇଁ ଘର ଖଣ୍ଡେ ଓ କିଛି ପେନସନ ର

ବ୍ୟବସ୍ଥା କରନ୍ତେ ତେବେ ବାପା ମା ହରାଇଥିବା ଝିଅଟିର ବଞ୍ଚିବାର ରାହା ମିଳିଯାଆନ୍ତା ବୋଲି ଆଖ ପାଖ ଅଞ୍ଚଳର ବୁଦ୍ଧିଜିବି ଓ ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି | ଏହି ପରିପେକ୍ଷି ରେ ସାହାଯ୍ୟ ପାଇଁ ସ୍ଥାନୀୟ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସତ୍ୟନାରାୟଣ ମେହେର ଙ୍କୁ ଯୋଗାଯୋଗ କରି ପଚାରିବାରୁ ଅସ୍ତୀ ଭତ୍ରା ର ଭତ୍ତା ବ୍ୟବସ୍ଥା ନିଶ୍ଚିତ କରାଯିବ ଓ ଅତିଶୀଘ୍ର ଆବାସ ଯୋଜନାରେ ତାଲିକାଭୁକ୍ତ କରି ପକ୍କାଘର ଯୋଗାଇବା ପାଇଁ ଦୃଷ୍ଟି ଦିଆଯିବ ବୋଲି ଶ୍ରୀ ମେହେର ପ୍ରକାଶ କହିଛନ୍ତି l ଏବେ ଦେଖିବାକୁ ବାକିରହିଲା ଅସ୍ଥିର ସରକାରୀ ସହୟିତା ଶତ ନା ଏହାବି ଏକ ଦିବା ସ୍ବପ୍ନ ପାଲୋଟି ଜୀବ ତାହା ସମୟ କହିବ…!

nis-ad
Leave A Reply

Your email address will not be published.