ଯୁବବିନିମୟ କାର୍ଯ୍ୟକ୍ରମରେ ସାମିଲ ପାଇଁ ବି.ଏସ.ଏଫ୍‌. ତରଫରୁ ଯୁବକ ଯୁବତୀଙ୍କୁ ଇନ୍ଦୋର ଓ ଅମୃତସର ଯାତ୍ରାରେ ପଠାଗଲା…

ମାଲକାନଗିରି,୧୭।୩ : ମାଲକାନଗିରି ଜିଲ୍ଲା ସଦର ମହକୁମା ବି.ଏସ୍‌.ଏଫ୍‌, ତରଫରୁ ଆଜି ଜିଲ୍ଲାର ବିଭିନ୍ନ ଅଂଚଳର ଆଦିବାସୀ ଯୁବକ ଯୁବତୀ ମାନଙ୍କୁ ମଧ୍ୟ ପ୍ରଦେଶର ଇନ୍ଦୋର ଓ ପଞ୍ଜାବର ଅମୃତସରକୁ ଯାତ୍ରା କରିବା ପାଇଁ ପଠା ଯାଇଛିା ତେବେ ମଧ୍ୟ ପ୍ରଦେଶର ଇନ୍ଦୋରକୁ ୧୦ ଜଣ ଯୁବକ ଯାତ୍ରା କରିବାକୁ ଯାଇଥିବା ବେଳେ ପଞ୍ଜାବର ଅମୃତସରକୁ ୧୨ ଜଣ ଯୁବକ ଓ ୮ ଜଣ ଯୁବତୀ ଙ୍କୁ ବି.ଏସ୍‌.ଏଫ୍‌. ତରଫରୁ ପଠା ଯାଇଛିା ଏହି ଯୁବକ ଯୁବତୀ ମାନେ ଉକ୍ତ ଦୁଇଟି ରାଜ୍ୟର ସେହି ରାଜ୍ୟର ଆଦିବାସୀ ଯୁବକ ଯୁବତୀମାନଙ୍କ ସହ ମିଶି ସେମାନଙ୍କ ଖାଦ୍ୟ ପେୟ, ଶିକ୍ଷା, ପାରମ୍ପରିକ ନୃତ୍ୟ, ସଙ୍ଗୀତ, ଭାଷା ଇତ୍ୟାଦି ସମ୍ବନ୍ଧରେ ଜ୍ଞାନ ଆରୋହଣ କରିବା ସହ ଓଡିଶାର ମାଲକାନଗିରି ଜିଲ୍ଲାର ଆଦିବାସୀ ପରମ୍ପରା ଇତ୍ୟାଦି ସମ୍ବନ୍ଧରେ ମତ ବିନିମୟ କରିବୋ ଏତିଶହ ଇଣ୍ଡୋରର ବିଭିନ୍ନ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳ, ସିନେ ତାରକା, ରାଜନେତା, ମନ୍ତ୍ରୀ, ସମାଜସେବୀ, ଟିଭି ତାରକା, କ୍ରୀଡାôବିତ୍‌, ମାନଙ୍କ ସହ ସାକ୍ଷାତ କରିବୋ ତେବେ ବି.ଏସ.ଏଫ୍ ର ଏହି କାର୍ଯ୍ୟକ୍ରମ ମାଲକାନଗିରି ଜିଲ୍ଲାର ଯୁବ ପୀଢିଙ୍କୁ ଆକୃଷ୍ଟ କରିବା ସହ ସେହି ସବୁ ଅଂଚଳ ସମ୍ବନ୍ଧରେ ବିଭିନ୍ନ ଜ୍ଞାନ ଆରୋହଣ କରି ନିଜ ଅଂଚଳର ଲୋକଙ୍କୁ ଜଣାଇବୋ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ବି.ଏସ୍‌.ଏଫ୍‌,. କମାଣ୍ଡେଂଟ ଶିବ୍ ଓମ, ଏ.କେ. ସିଙ୍ଗ୍‌, ଶୁଭଂଜନ ମହାପାତ୍ର, ନେହେରୁ ଯୁବ କେନ୍ଦ୍ରର ସନ୍ତୋଷ ପାତ୍ର ପ୍ରକାଶ କରିଛନ୍ତିା

nis-ad
Leave A Reply

Your email address will not be published.