ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ତାମ୍ପରା ହଦ୍ର….

ଛତ୍ରପୁର : ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ବିଶ୍ୱବିଦିତ ହୋଇଛି । ରାମସାରର ଅର୍ନ୍ତଜାତୀୟ ୱେଟଲ୍ୟାଣ୍ଡ (ଆର୍ଦ୍ରଭୂମି) ସାଇଟ୍‌ର ମାନ୍ୟତା ତାମ୍ପରା ହ୍ରଦକୁ ମିଳିଛି। ଏଥିଲାଗି ଏହା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏଠାରେ ଥିବା ତାମ୍ପରା ଲେକ ଭିୟୁ ପାର୍କ ଏବଂ ତାମ୍ପରା ହ୍ରଦର ପ୍ରାକୃତିକ ଓ ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ତଥା ସୁବିସ୍ତିର୍ଣ୍ଣ ଜଳରାଶିର ଭଣ୍ଡାର ହୁମୁରୀ ତାମ୍ପରା ହ୍ରଦ। ଜାତୀୟ ରାଜପଥ ଠାରୁ ଅତି ନିକଟରେ ରହିଛି ଏହି ହଦ୍ର। ଗୋଟିଏ ପାର୍ଶ୍ୱରେ ରହିଛି ଜାତୀୟ ରାଜପଥ ଏବଂ ଅନ୍ୟପାର୍ଶ୍ୱରେ ଝାଉଁବଣ ଓ କାଜୁ ଜଙ୍ଗଲ ଏବଂ ତା’ପରେ ବିସ୍ତିର୍ଣ୍ଣ ସମୁଦ୍ର ବେଳାଭୂମି। ତାମ୍ପରା ହ୍ରଦ ମଧ୍ୟରେ ରହିଛି ୭.୫ କିମି ବ୍ୟାପ୍ତ ବିସ୍ତିର୍ଣ୍ଣ ଜଳରାଶି | କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ତାମ୍ପରାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଛିି। ଏଠାରେ ରହିଛି ବୋଟିଂ କ୍ଲବ | ୱାଟର ସ୍ପୋର୍ଟସ, ଜେଟି ଆଦି ବିଭିନ୍ନ ପ୍ରକାରର ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ। ରାଜ୍ୟ ବାହାରୁ ଏବଂ ଜିଲା ବାହାରୁ ଏଠାକୁ ଦୈନିକ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ପର୍ଯ୍ୟଟକଙ୍କ ବୋଟିଂ ବେଳେ ଯେପରି କୌଣସି କ୍ଷତି ହେବନାହିଁ ସେଥିଲାଗି ଲାଇଫ ଜ୍ୟାକେଟ ବିନା ବୋଟିଂକୁ କାହାରିକୁ ଛଡ଼ା ଯାଉନାହିଁ । ଏଠାକୁ ଯେପରି ଅଧିକରୁ ଅଧିକ ପର୍ଯ୍ୟଟକ ଆସି ଏହି ତାମ୍ପର ହ୍ରଦରେ ବୋଟିଂ ଓ ପିକନିକ୍‌ର ମଜା ନେଇପାରିବେ ତାର ଉତ୍ତମ ବ୍ୟବସ୍ଥା ହୋଇଛି | ସୁରକ୍ଷା ଦୃଷ୍ଟିରୁ ଜିଲା ପ୍ରଶାସନ ପକ୍ଷରୁ ସେଠାରେ ସିସି ଟିଭି କ୍ୟାମେରା ବ୍ୟବସ୍ଥା ସହ ପୋଲିସ ଓ ଘରୋଇ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ପିଲାମାନଙ୍କ ପାଇଁ ଗେମ୍‌ ଜୋନ୍‌ ବ୍ୟବସ୍ଥା ଥିବାବେଳେ କାଫେ ରହିଛି | ପାନୀୟ ଜଳ ଠାରୁ ଆରମ୍ଭ କରି ଟଏଲେଟ୍‌ର ବ୍ୟବସ୍ଥା ହୋଇଛି | ପର୍ଯ୍ୟଟକଙ୍କ ରହିବା ପାଇଁ ଏଠାରେ ବହୁ ଘରୋଇ ରିସୋର୍ଟ, ହୋଟେଲ ଓ ଅତ୍ୟାଧୁନିକ କାଫେ ସୁବିଧା ମଧ୍ୟ ରହିଛି ା ତାମ୍ପରା ହ୍ରଦ ଓ ତାର ଚତୁଃପାର୍ଶ୍ୱ କିଭଳି ସଫା ରହିବ ସେ ଉପରେ ପ୍ରଶାସନ ଗୁରୁତ୍ୱ ଦେଇଆସୁଛି ା ପ୍ଲାଷ୍ଟିକ୍‌ ଫ୍ରି ଉପରେ ଧ୍ୟାନ ଦିଆଯାଉଛି |

nis-ad
Leave A Reply

Your email address will not be published.