ସୁନ୍ଦରଗଡ଼ /ରାଉରକେଲା : ଗତ ଶନିବାର ଦିନ ପ୍ରଗତି ଉତ୍କଳ ସଂଘ ଓ ଓଡ଼ିଆ ଭାଷା ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ ଡଃ ନଗେନ କୁମାର ଦାସ ଙ୍କ ଆବାହକତ୍ବରେ ଏବଂ ରଶ୍ମି ରଞ୍ଜନ ବୋଇତାଇଙ୍କ ସଭାପତିତ୍ବରେ ଶାସ୍ତ୍ରୀୟ ଭାଷା ଦିବସ ପ୍ରଗତି ଉତ୍କଳ ସଂଘ ସଭାଗୃହ ରେ ପାଳିତ ହୋଇ ଯାଇଅଛି।
ଶ୍ରୀ ବୋଇତାଇ ଅତିଥି ମାନଙ୍କର ସ୍ବାଗତ କରି କହିଲେ ଆମେ ଯଦି ପ୍ରତିଟି ଓଡିଆ ଆମ ଭାଷାକୁ ଓଡ଼ିଶାର ସବୁ ସ୍ଥାନରେ ପ୍ରୟୋଗ କରିବା ତେବେ ଆମେ ଆମ ଭାଷାର ସ୍ବାଭିମାନ ସହିତ ଜାତିର ସ୍ବାଭିମାନ ରଖି ପାରିବା। ଓଡ଼ିଆ ଭାଷା ବିକାଶ ମଞ୍ଚର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ଶାସ୍ତ୍ରୀୟ ଭାଷା ଦିବସର ତାତ୍ପର୍ଯ୍ୟ ଏବଂ ତା’ର କାର୍ଯ୍ୟକାରୀତା ଉପରେ ପ୍ରଶ୍ନ ଉଠାଇଥିଲେ। ତତ୍ ସହିତ ଆଉ କେତେଦିନ ଓଡ଼ିଆ ଭାଷାକୁ ପୋଇଲି କରି ରଖିବେ ସରକାର ଏବଂ ଭାଷା ଆଇନକୁ କାର୍ଯ୍ୟକାରୀ କରିବେ ସେ ବିଷୟରେ କ୍ଷୋଭ ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା କ୍ଷୀରୋଦ ଚନ୍ଦ୍ର ବରାଳ ଓଡ଼ିଆ ଭାଷା କ୍ରମ ବିକାଶ ହୋଇ ଆଜି କେଉଁ ରୂପରେ ପହଞ୍ଚିଛି ଏବଂ କେତେ ଯେ ବର୍ଷ ସଂଘର୍ଷ କରି ଆଜି ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ପାଇଛି ତା’ର ଏକ ସୁନ୍ଦର ବିଚାରସିଦ୍ଧ ବକ୍ତବ୍ୟ ରଖି କହିଲେ ଭାଷା ଲୋକ ମୁଖରୁ ଅପସରି ଗଲେ ଭାଷାର ମୃତ୍ୟୁ ଘଟେ। ଭାରତର କେତେ ଭାଷା ଆଜି ମୃତ ତା’ର ଏକ ବୀବରଣୀ ମଧ୍ୟ ସେପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ମହାପ୍ରବନ୍ଧକ ପ୍ରତାପ କୁମାର ସ୍ବାଇଁ ତାଙ୍କର ବକ୍ତବ୍ୟରେ କହିଲେ “ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଲେ ବି ଯଦି ଲୋକଙ୍କ ପେଟପାଟଣାର ଭାଷା ଓ ଜ୍ଞାନ ବିଜ୍ଞାନର ଭାଷା ନହୁଏ ତେବେ ଆମ ମାତୃଭାଷା ଉନ୍ନତ ସୋପାନରେ ପହଞ୍ଚି ପାରିବ ନାହିଁ। ତେଣୁ ଆମ ସମସ୍ତଙ୍କର ଏ ଦିଗରେ ଉଦ୍ୟମ ରହିବା ଆବଶ୍ୟକ।ଭାଷା ବଞ୍ଚିଲେ ଜାତି ବଞ୍ଚିବ”।ଦ୍ଵିତୀୟ ପର୍ଯ୍ୟାୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବିଜୟିନୀ ଜେନାଙ୍କ ସଭାପତିତ୍ବରେ , ରଶ୍ମି ସାହୁ ଏବଂ ଅର୍ଚ୍ଚନା ପାତ୍ରଙ୍କ ସଂଯୋଜନାରେ ଭାଷାକୁ ନେଇ ଏକ ସୁନ୍ଦର କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।
ଏଥିରେ କବି ସତ୍ୟବ୍ରତ ଦାସ, ପ୍ରତାପ କୁମାର ପଣ୍ଡା,ବ୍ରଜବିହାରୀ ଦାସ, ବଳରାମ ରାଉଳ, ଅଧ୍ୟାପିକା ପ୍ରଣତି ବେହେରା, ଅଶୋକ କୁମାର ପଟ୍ଟନାୟକ, ତ୍ରିନାଥ ସିଂହ, ବବିତା ମହାନ୍ତି, ତ୍ରିଲୋଚନ ସ୍ବାଇଁ , ଅର୍ଚ୍ଚନା ପାତ୍ର, ବିଜୟିନୀ ଜେନା, ରଶ୍ମି ସାହୁ ପ୍ରମୁଖ କବିତା ପାଠ କରିଥିବା ବେଳେ ପ୍ରଗତି ଉତ୍କଳ ସଂଘର ସାଧାରଣ ସମ୍ପାଦକ ରାଧା ମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସାରସ୍ବତ ସଭାକୁ ଅବନୀ କୁମାର ମହାନ୍ତି, ପ୍ରସନ୍ନ କୁମାର ମହାନ୍ତି, ଅରବିନ୍ଦ ପାତ୍ର, ଇନ୍ଦ୍ରମଣି ମହାପାତ୍ର, ଘନଶ୍ୟାମ ଧଳ, ଶୁଭ୍ରାଂଶୁ ଶେଖର ମହାପାତ୍ର, ସତ୍ୟନାରାୟଣ ଦାଶ, ଦିଲିପ୍ କୁମାର ମହାନ୍ତି ସହଯୋଗ କରିଥିଲେ। ଏହି ଅବସରରେ କାଶୀନାଥ ପାତ୍ର , ଅକ୍ଷୟ କୁମାର ସାମଲ, ନିରୁପମା ପତି, ସସ୍ମିତା ପ୍ରଧାନ ,ସୁକାନ୍ତ ଖୁଣ୍ଟିଆ, ଗଙ୍ଗାଧର ପୁହାଣ, ପ୍ରଫୁଲ୍ଲ କୁମାର ସାମଲ ଙ୍କ ସମେତ ରାଉରକେଲାର ବିଭିନ୍ନ ଅନୁଷ୍ଠାନର ବହୁ ଜ୍ଞାନୀ ଗୁଣୀ ବ୍ୟକ୍ତି ଉପସ୍ଥିତ ରହି ଶାସ୍ତ୍ରୀୟ ଭାଷା ଦିବସକୁ ଉତ୍ସାହିତ କରିଥିଲେ।