ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ପଞ୍ଚାୟତରେ ପ୍ଲାଷ୍ଟିକ ଚାଉଳ ମିଳିଥିବା ଅଭିଯୋଗ…

ନନ୍ଦାହାଣ୍ଡି : ନବରଙ୍ଗପୁର ଜ଼ିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଡଙ୍ଗରଭେଜା ପଞ୍ଚାୟତରେ ମିଳିଥିବା ଚାଉଳ ସବୁ ପ୍ଲାଷ୍ଟିକ ଚାଉଳ ବୋଲି ଅଭିଯୋଗ ଆଣିଛନ୍ତି ରଙ୍ଗପିଆଜଗୁଡା ଗ୍ରାମ ବାସୀ | ଏହି ଚାଉଳ ଆଣି ପାଣିରେ ପକାଇଲେ ପାଣିରେ ଭାସୁଛି, ଗିଲଗିଲା ହେଉଛି ଏବଂ ରୋଷେଇ କଲେ ଚାଉଳ ଗୁଡ଼ିକ ଉପରେ ଭାସୁଛି ନାଁ ସିଜୁଛି ନାଁ ଖାଇବାକୁ ହେଉଛି ଓ ପୁରାପୁରି ପ୍ଲାଷ୍ଟିକ ବାସନା ଦେଉଛି ବୋଲି ଆମ ପ୍ରତିନିଧିଙ୍କୁ ଗ୍ରାମବାସୀ ଡାକି ଦେଖାଇ ଅଭିଯୋଗ କରିଛନ୍ତି | ଏହି ଚାଉଳକୁ ମଣିଷ ଖାଇଲେ ବଞ୍ଚିବ ନାଁ ମରିବ ବୋଲି ଗ୍ରାମବାସୀ ପ୍ରତିବାଦ କରି ଉପର ଅଫିସରମାନଙ୍କୁ ଦୃଷ୍ଟି ଗୋଚର କରିଛନ୍ତି | କିନ୍ତୁ ଏହାର କିଛି ପ୍ରଭାବ ସେମାନଙ୍କୁ ପଡ଼ୁ ନାହିଁ । ଏମିତିଆ ଚାଉଳ ଗ୍ରାମର ଅନେକ ଘରେ ଦେଖିବାକୁ ମିଳିଛି | ପ୍ରଶାସନ ତୁରନ୍ତ ଏହାର ତଦନ୍ତ କରି ଉଚିତ ପଦକ୍ଷେପ ନେବା ପାଇଁ ରଙ୍ଗପିଆଜ ଗୁଡ଼ା ଗ୍ରାମବାସୀ ଗୁହାରି କରିଛନ୍ତି l

nis-ad
Leave A Reply

Your email address will not be published.