ଉଦଯାପିତ ହେଲା ଫୁଲବାଣୀ ଲେଖକ ସାମ୍ମୁଖ୍ୟ ପୁସ୍ତକମେଳା…

ଫୁଲବାଣୀ : ଜିଲ୍ଲା ଲେଖକ ସାମ୍ମୁଖ୍ୟ ଫୁଲବାଣୀର ଦଶଦିନ ବ୍ୟାପୀ ଚାଲିଥିବା ତାର ୪୨ତମ ବାର୍ଷିକ ଉତ୍ସବ ଓ ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ଉତ୍ସବ ଉଦଯାପିତ ହୋଇଯାଇଛି l ସଭାପତି ରବୀନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ କବି ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ବିପିନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ମେଳା ସମ୍ପର୍କର ମେଳା, ଭାବର ମେଳା ଓ ସାହିତ୍ୟିକ ପ୍ରକାଶକ ଏବଂ ପାଠକ ମାନଙ୍କ ଆତ୍ମୀୟତାର ମେଳା ବୋଲି କହିଥିଲେ l ମୁଖ୍ୟବକ୍ତା ଗବେଷକ, ସାହିତ୍ୟିକ ତଥା ଉତ୍କଳ ବିଶ୍ୱ ବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ଡ଼ଃ ସୁବାସ ଚନ୍ଦ୍ର ଦାସ ଯୋଗଦେଇ ସାମ୍ପ୍ରତିକ ସମୟରେ ପୁସ୍ତକ ମେଳାର ଆବଶ୍ୟକତା, ସାହିତ୍ୟିକ ମାନଙ୍କ ଭୂମିକା ଏବଂ ସତସାହିତ୍ୟ ଲେଖିବାର ମାନସିକତା ଉପରେ ଆଲୋକପାତ କରିଥିଲା ବେଳେ ଅନ୍ୟତମ ବକ୍ତା ସୁସାହିତ୍ୟିକ ଓ ରାଜ୍ୟ ବୈଷୟିକ ତାଲିମ ପ୍ରତିଷ୍ଠାନର ଉପ ନିର୍ଦେଶକ ଇଂ ଅଜୟ କୁମାର ପଣ୍ଡା ଫୁଲବାଣୀର ଶୁଙ୍ଖଳିତ ପୁସ୍ତକ ମେଳା ଓ ସାହିତ୍ୟକୁ ଭଲ ପାଉଥିବା ବିଦ୍ଗଧ ଶ୍ରୋତାଙ୍କୁ ଦେଖି ମୁଗ୍ଧ ହେବା ସହ ଆୟୋଜକ ମାନଙ୍କର ସୁନ୍ଦର ଆୟୋଜନକୁ ପ୍ରଶଂସା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ସାହିତ୍ୟ ଏକାଡେମୀ କନ୍ଧମାଳ ଜିଲ୍ଲା ସଦସ୍ୟ ଗିରିଜା ପ୍ରସାଦ ମିଶ୍ର ଓ ଭଦ୍ରକ ମାଟିର ବିଶିଷ୍ଟ କବି ବୀରେନ୍ଦ୍ର କୁମାର ଜେନା ଯୋଗଦେଇ ଅଭିଭାଷଣ ରଖିଥିଲେ l

ଶ୍ରୀ ଜେନା ଭିକାରି ବଳ ଭଜନ ଗାନ କରି ସମସ୍ତଙ୍କୁ ମୋହିତ କରିଥିଲା ବେଳେ ତାଙ୍କୁ ଅନୁଷ୍ଠାନ ତରଫରୁ ଭିକାରି ବଳ ସ୍ମୃତି ପ୍ରଦାନ କରାଯାଇଥିଲା l ଏହି ଅବସରରେ ଇଂ ଅଜୟ କୁମାର ପଣ୍ଡାଙ୍କୁ କିଶୋର ପଟ୍ଟନାୟକ ସ୍ମୃତି ସମ୍ମାନ, ଡ଼ଃ ସୁବାସ ଚନ୍ଦ୍ର ଦାସଙ୍କୁ ସ୍ବଦେଶୀ ସାରସ୍ୱତ ସମ୍ମାନ, ଡ଼ଃ ସୁରେନ୍ଦ୍ର ପ୍ରସାଦ ମହାନ୍ତିଙ୍କୁ ମନୀଷା ମନସ୍ବିନୀ ସ୍ମୃତି ସମ୍ମାନ, ବିପିନି ବିହାରୀ ସାହୁଙ୍କୁ ଶାନ୍ତନୁ ସ୍ୱାଇଁ ଗଳ୍ପ ସମ୍ମାନ, ସୁପ୍ରଭା ମିଶ୍ରଙ୍କୁ ନରସିଂହ ତ୍ରିପାଠୀ ସ୍ମୃତି ସମ୍ମାନ, ପ୍ରସନ୍ନ ପଣ୍ଡାଙ୍କୁ ବାଇଡଙ୍କ ଦାସ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା l କବି ଅଜୟ କୁମାର ପଣ୍ଡାଙ୍କ କବିତା ସଂକଳନ କ୍ଷତାକ୍ତ ହୃଦୟ ଓ ଡ଼ଃ ନୃସିହାନନ୍ଦ ମହାପାତ୍ରଙ୍କ ଗୁରୁ ଅମୃତର ଖଣି ପୁସ୍ତକ ଉନ୍ମୋଚିତ ହୋଇଥିଲା l ସହ ସମ୍ପାଦକ କୈଳାଶ ଚନ୍ଦ୍ର ଧଳ ଓ ଯୁବ ସଂଯୋଜକ ଅଶୋକ ମହାନ୍ତିଙ୍କ ମିଳିତ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ ନଟରାଜ କଳା ମନ୍ଦିରର ନୃତ୍ୟ ଗୁରୁ ବିନୋଦ ଚନ୍ଦ୍ର ସାହୁ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପିକା ଜ୍ୟୋତିର୍ମୟୀ କହଁର l ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସ୍ମୃତି ଫଳକ ସହ ଶୁଭେଛୁ ବିପ୍ର ଚରଣ ପାତ୍ର ଓ କମଳାକାନ୍ତ ପାଣ୍ଡେଙ୍କୁ ସମର୍ଦ୍ଧିତ କରାଯାଇଥିଲା l ସମ୍ପାଦକ ବନବିହାରୀ ନନ୍ଦ ପୁରସ୍କାରପ୍ରଦାନ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ l ଉପ ସଭାପତି ବିଜୟ ମହାନ୍ତି, ଅଶୋକ ମିଶ୍ର, ବିରଞ୍ଚି ନାରାୟଣ ମିଶ୍ର, ସଂଗଠନ ସମ୍ପାଦକ ପ୍ରସନ୍ନ ପଣ୍ଡା, ସହ ସମ୍ପାଦକ କୈଳାଶ ଚନ୍ଦ୍ର ଧଳ ଓ ଜ୍ୟୋତିର୍ମୟୀ କହଁର, କୋଷାଧ୍ୟକ୍ଷ ଡଃ. ନୃସିଂହାନନ୍ଦ ମହାପାତ୍ର,ସଦସ୍ୟା ହରପ୍ରିୟା ମିଶ୍ର, ଆରତୀ ପାରିଛା, ସଦସ୍ୟ ସଦାଶିବ ପାତ୍ର, କୁନ୍ଦନ ସିଂ, ଡ଼ଃ ଚିତ୍ତରଞ୍ଜନ ମିଶ୍ର,ଅସିତ ନନ୍ଦ, ବିନୋଦ ସାହୁ, ରାମକୃଷ୍ଣ ବେହେରା, ବିଦୁଲତା ବେହେରା, ପ୍ରଭାତୀ ପାତ୍ର,ରମାକାନ୍ତ ଦିଗାଲ, ରମାକାନ୍ତ ମାଝୀ ସନ୍ତୋଷ ସାହୁ, ଶ୍ୟାମାସୁନ୍ଦର ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲା ବେଳେ ଉପଦେଷ୍ଟା ନବୀନ କିଶୋର ପଣ୍ଡା, ଅନନ୍ତ ଚରଣ ମିଶ୍ର , ପ୍ରଫୁଲ୍ଲ ମହାନ୍ତି ଓ କବୟିତ୍ରୀ ବିଷ୍ନୁପ୍ରିୟା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ନୃତ୍ୟ ଶିକ୍ଷକ ରାନୁଙ୍କ କଳାକାର ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

nis-ad
Leave A Reply

Your email address will not be published.