ପଞ୍ଚାୟତି ରାଜ ଓ ଲୋକସେବା ଦିବସ ପାଳିତ

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ କନ୍‌ଫରେନ୍ସ ହଲ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର ଙ୍କ ପ୍ରତେକ୍ଷ ତତ୍ୱବଧାନ ଓ ବ୍ଲକ ଅଧକ୍ଷ ଆପନା ସେଠୀ ଙ୍କ ଅଧକ୍ଷତା ରେ ପଞ୍ଚାୟତ ସମିତି ସ୍ତରୀୟ ପଞ୍ଚାୟତି ରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ସମ୍ମାନିତ ଅତିଥିଭାବେ ଶିକ୍ଷକ ରଞ୍ଜନ କୁମାର ବ୍ରହ୍ମା ଓ ମୁଖ୍ୟବକ୍ତା ଭାବେ ମାନସ କସ୍ତୁରୀ ଗଣେଷ ପ୍ରସାଦ ପଣ୍ଡା ଯୋଗଦେଇଥିଲେ। ଅତିଥି ପରିଚୟ ଓ ପ୍ରଦୀପ ପ୍ରଜ୍ବଳନ ପରେ ପ୍ରାଥମିକ ସଙ୍ଗୀତ ଗାନ କରିଥିଲେ। ପଞ୍ଚ।ୟତିରାଜ ବ୍ୟବସ୍ଥା ସଂସ୍କାର ଆଣିବା କ୍ଷେତ୍ରରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଉଲେଖନୀୟ ଭୂମିକା ଓ ଆଧୁନିକ ଓଡିଶା ଗଠନରେ ତାଙ୍କର ଅବଦାନ ଅତୁଳନୀୟ ଓ ଚିର ସ୍ମରଣୀୟ ବୋଲି ମତ ବ୍ୟକ୍ତ କରିବା ସହ ତାଙ୍କ ଲୋମହର୍ଷକ ସାହସୀ ଜୀବନ ଗାଥା କୁ ଆଲୋକପାତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଉପାଧ୍ୟକ୍ଷା ବି ରେଣୁକାମ୍ମା ରେଡ୍ଡୀ,ପିଇଓ ଚକ୍ରଧର ପ୍ରଧାନ, ସହକାରୀ ଯନ୍ତ୍ରୀ ଉଦ୍ୟନାଥ ପ୍ରଧାନ ବ୍ଲକ ର ସମସ୍ତ ମିଶନ ଶକ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ ଓ ବୁଦ୍ଧିଜୀବୀ ମାନେ ଯୋଗଦେଇଥିବା ବେଳେ ସମସ୍ତ ସରପଞ୍ଚ, ସମିତି, ଜିଲ୍ଲା ପରିଷଦ ଉପସ୍ଥିତ ଥିଲେ।ବ୍ଲକ କାର୍ଯ୍ୟଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନ। କରିଥିଲେ। ସେହିପରି ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ମଧ୍ୟ ଏହି ଦିବସ ପାଳିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ମାନସ କସ୍ତୁରୀ ଗଣେଷ ପ୍ରସାଦ ପଣ୍ଡା ଯୋଗଦେଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଏନ ଏ ସି ଅଧ୍ୟକ୍ଷା ଦୀପା କୁମାରୀ ସାହୁ, ନିର୍ବାହୀ ଅଧିକାରୀ କୂଲଦୀପ କୁମାର ଙ୍କ ସମେତ ସମସ୍ତ କାଉନସିଲର ଓ କାର୍ଯ୍ୟାଳୟ କର୍ମଚାରୀ ଉପସ୍ଥିତ ରହି କଳିଙ୍ଗ ବୀର ତଥା ପ୍ରବାଦ ପୁରୁଷ ବିଜୁବାବୁଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଏହି ଦିବସର ମହତ୍ୱ ଉପରେ ଆଲୋକପାତ କରିଥିଲେ।

nis-ad
Leave A Reply

Your email address will not be published.