ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ତଥା ଲୋକ ସେବା ଦିବସ ପାଳିତ..

ସୁନ୍ଦରଗଡ଼ (୦୫/୦୩) : ସ୍ଥାନୀୟ ବିକାଶ ଭବନ ଠାରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ତଥା ଲୋକ ସେବା ଦିବସ ପାଳିତ ହୋଇଯାଇଛି ।
ଏହି ଅବସରରେ ଜିଲ୍ଲାର ଉତ୍ତମ ଗ୍ରାମ ପଞ୍ଚାୟତ ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଗ୍ରାମ ପଞ୍ଚାୟତ କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ର 3 ଟି ଉତ୍ତମ ଗ୍ରାମ ପଞ୍ଚାୟତ ଭାବେ କୁଆଁରମୁଣ୍ଡା ବ୍ଲକ ର କଚାରୁ ଗ୍ରାମ ପଞ୍ଚାୟତ, କୋଇଡ଼ା ବ୍ଲକ ର ଟେନ୍ସା ପଞ୍ଚାୟତ ଓ କୋଇଡ଼ା ଗ୍ରାମ ପଞ୍ଚାୟତ କୁ ପୁରସ୍କୃତ କରାଯାଇଥିଲା । ସେହିପରି ବିଭିନ୍ନ ବର୍ଗ ଯଥା- ଲେଫ୍ରିପଡ଼ା ବ୍ଳକର ସର୍ଗିପାଲି ଗ୍ରାମ ପଞ୍ଚାୟତ କୁ ଦାରିଦ୍ର୍ୟ ମୁକ୍ତ ଓ ଉନ୍ନତ ଜୀବିକା ପୂର୍ଣ୍ଣ ପଞ୍ଚାୟତ ଭାବେ ପୁରସ୍କୃତ କରାଯାଇଥିବା ବେଳେ ନୂଆଗାଁ ବ୍ଲକ ର କୁସୁମବେଡା ଗ୍ରାମ ପଞ୍ଚାୟତ କୁ ସୁସ୍ଥ ପଞ୍ଚାୟତ, ଗୁରୁଣ୍ଡିଆ ବ୍ଲକ ର କୁଣ୍ଢେଇଡିହା ଗ୍ରାମ ପଞ୍ଚାୟତ କୁ ଶିଶୁ ପ୍ରିୟ ପଞ୍ଚାୟତ, ବଣାଇଗଡ଼ ବ୍ଲକ ର ବଣାଇଗଡ଼ ଗ୍ରାମ ପଞ୍ଚାୟତ କୁ ପର୍ଯ୍ୟାପ୍ତ ଜଳ ପଞ୍ଚାୟତ, କୁଆଁରମୁଣ୍ଡା ବ୍ଲକ ର କଚାରୁ ଗ୍ରାମ ପଞ୍ଚାୟତ କୁ ପରିଷ୍କାର ଓ ସବୁଜ ପଞ୍ଚାୟତ, କୋଇଡ଼ା ବ୍ଲକ ର ଟେନସା ଗ୍ରାମ ପଞ୍ଚାୟତ କୁ ଆତ୍ମନିର୍ଭରଶୀଳ ଭିତ୍ତିଭୂମି ଥିବା ପଞ୍ଚାୟତ, ଲହୁଣିପଡ଼ା ବ୍ଲକ ର ରାଜାମୁଣ୍ଡା ଗ୍ରାମ ପଞ୍ଚାୟତ କୁ ସାମାଜିକ ଭାବେ ସୁରକ୍ଷିତ ପଞ୍ଚାୟତ, ରାଜଗାଙ୍ଗପୁର ର ଲାଇଙ୍ଗ ଗ୍ରାମ ପଞ୍ଚାୟତ କୁ ସୁଶାସନ ଥିବା ପଞ୍ଚାୟତ ଏବଂ ଲହୁଣିପଡ଼ା ବ୍ଲକ ର ଦରଜିଙ୍ଗ ଗ୍ରାମ ପଞ୍ଚାୟତ କୁ ମହିଳା ଅନୁକୂଳ ପଞ୍ଚାୟତ ଭାବେ ପୁରସ୍କୃତ କରାଯାଇଥିଲା ।


କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଏବଂ ପୁରସ୍କୃତ ହୋଇଥିବା ଗ୍ରାମ ପଞ୍ଚାୟତ ଗୁଡ଼ିକୁ ଶୁଭେଚ୍ଛା ଜଣାଇବା ସହିତ ପରବର୍ତ୍ତୀ ବର୍ଷ ମାନଙ୍କରେ ଅନ୍ୟାନ୍ୟ ଗ୍ରାମ ପଞ୍ଚାୟତ ଗୁଡ଼ିକ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ନିଜର ଉତ୍ତମ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ ମହାଜନ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଗଜେନ୍ଦ୍ର ସାହୁ, ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ଉପ ନିର୍ଦ୍ଦେଶକ, ସହାୟକ ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ ତିର୍କୀ, ବିଭିନ୍ନ ବିଭାଗର ଅଧିକାରୀ, ଜିଲ୍ଲା ପରିଷଦ ସଭ୍ୟ ତଥା ପି.ଆର୍. ଆଇ. ସଭ୍ଯ ମାନେ ଯୋଗଦାନ କରିଥିଲେ ।

nis-ad
Leave A Reply

Your email address will not be published.