୨ ଲୁଟେରା ସହ ୪ ଗିରଫ, ୧୧ଗ୍ରାମ୍ ସୁନା ଓ ବାଇକ ଜବତ…

ହିଞ୍ଜିଳିକାଟୁ ୧।୩ : ହିଞ୍ଜିଳି ପୁଲିସ୍ କବଜାରେ ସୁନା ଲୁଟେରା ଗ୍ୟାଙ୍ଗ। ୨ ଲୁଟେରା ସହ ଚୋରି ସୁନା କିଣିବା ଅଭିଯୋଗରେ ୨ ବ୍ୟବସାୟୀ ମୋଟ ୪ ଜଣଙ୍କୁ ଗିରଫ କରିଛି ପୁଲିସ୍। ଗିରଫ ଲୁଟେରାମାନେ ହେଲେ ଆସିକା ଥାନା ଅନ୍ତର୍ଗତ କେ ନୁଆପଲି ଗ୍ରାମର ପି ମାଧବ ଓ କୋଦଳା ଥାନା ପି ସୁବାସ । ସେହିପରି ଚୋରି ସୁନା କିଣିବା ଅଭିଯୋଗରେ ହିଞ୍ଜିଳି ପୁଲିସ୍ ଆସିକା ଥାନା ଵଜାର ସାହିର କେ ତାରିଣୀ ଆଚାରୀ ଓ ବଜାର ସାହିର ପ୍ରସାନ୍ତ କୁମାର ମହାରଣା। କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୨୫ ତାରିଖରେ ହିଞ୍ଜିଳି ଥାନା ଅନ୍ତର୍ଗତ ମକରଝୋଳ ଗ୍ରାମ ଛକ ନିକଟରେ ଏକ ବାଇକରେ ଦମ୍ପତ୍ତି ଗ୍ରାମକୂ ଯିବା ସମୟରେ ପଛପଟୁ ଵେକରୁ ଚେନ ଝାମ୍ପି ଆଖିପିଛୁଳାକେ ଫେରାର ହୋଇଯାଇଥିଲେ ।ଦମ୍ପତି ଙ୍କ ୨ ଗ୍ରାମ ସୁନା ଅଳଙ୍କାର ଝାମ୍ପି ନେଇଥିବା ବେଳେ ୧୬୦ ଗ୍ରାମ ସୁନା ଅଳଙ୍କାର ତଳେ ପଡିଯାଇଥିଲା । ପରେ ଵ୍ରହ୍ମପୁର ନିମଖଣ୍ଡି ଜଣେ ଵୃଦ୍ଧା ଙ୍କ ଠାରୁ ୯ ଗ୍ରାମ ସୁନା ଅଳଙ୍କାର ଝାମ୍ପି ନେଇଛନ୍ତି। ଗୋଟିଏ ଦିନରେ ୨ଟି ସ୍ଥାନରୁ ସୁନା ଚେନ୍ ଲୁଟି ନେଇଥିଲେ ଏହି ଲୁଟେରା ଗ୍ୟାଙ୍ଗ୍।

ଲୁଟେରା ମାନେ ଏକ ଆପାଚି ବାଇକ ନଂ ଓଡି୩୨ ଏ ୧୯୭୭ ଯୋଗେ ରୋଡରେ ବାଇକ ପିଛା କରି ମହିଳାଙ୍କୁ ଟାର୍ଗେଟ୍ କରି ଏହି ଲୁଟେରା ଗ୍ୟାଙ୍ଗ୍ ସଦସ୍ୟ ସହରର ଗଳି କନ୍ଦି ବୁଲି ମହିଳାଙ୍କ ବେକରୁ ସୁନା ଚେନ ନେବାରେ ମାହିର ଅଛନ୍ତି। ନିମଖଣ୍ଡି ଥାନାରେ ସୁନିଲ ପାତ୍ର ଙ୍କ ମାଁ ଶିବାନୀ ପାତ୍ର ଏତଲା ଦେଇଥିଲେ। ହିଞ୍ଜିଳିକାଟୁ ଥାନା ରେଏନ ଶୁକ୍ରୁ ଓଏନ ରତ୍ନମାଳା ଵାଇକ ଯୋଗେ ଗ୍ରାମକୁ ଫେରୁଥିବା ସମୟରେ ଚୋରି ହୋଇଥିବା ୨୫ ।୨ ତାରିଖରେ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ହିଞ୍ଜିଳି ଥାନାରେ କେଶ ନଂ ୧୨୦।୨୩ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ବିଶେଷ ସୁତ୍ରରୁ ଖବର ପାଇ ହିଞିଳି ପୋଲିସ ଆସିକା ଅଞ୍ଚଳରୁ ପି ମାଧବ କୁ ଗିରଫ କରିଥିଲା। ସେ ନିଜ ସଡୁଭାଇ ସହ ମିଶି ଆପାଚି ବାଇକ ଯୋଗେ ଦିନ ଦ୍ବିପ୍ରହରରେ ଚୋରୀ କରୁଥିବା ମାନିଥିଲେ ଓ ଚୋରି ସାମଗ୍ରୀ ଆସିକା ବଜାର ସାହିର ଅଳଙ୍କାର ଶାଳରେ ଵିକ୍ରି କରୁଥିବା କହିଛନ୍ତି।ସେମାନଙ୍କ ଠାରୁ ବାଇକ ସହ ୧୧ ଗ୍ରାମ ସୁନା ଜବତ ହୋଇଛି। ୨ ଲୁଟେରା ସହ ୨ ବ୍ୟବସାୟୀ ଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ସ୍କାର୍ଡ ଟିମରେ ହିଞ୍ଜିଳି ଥାନା ଏସ ଆଇ ଗୋପାଳ କୃଷ୍ଣ ଆଗୁ ପାତ୍ର, ଏସ ଆଇ ସିଦ୍ଧାର୍ଥ ଶଙ୍କର ଜେନା, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, କନଷ୍ଟେବଳ ଜିତେନ୍ଦ୍ର ଗୌଡ, କନଷ୍ଟେବଳ ସରୋଜ କୁମାର ରଣସିଂ ପ୍ରମୁଖ ସାମିଲ ହୋଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଠାରୁ ସୂଚନା।

nis-ad
Leave A Reply

Your email address will not be published.