+୨ କଳା,ବାଣିଜ୍ୟ,ବିଜ୍ଞାନ ଓ ଧନ୍ଧାମୁଳକ ପରିକ୍ଷା ଆରମ୍ଭ…

ହିଞ୍ଜିଳିକାଟୁ ୧।୦୩ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ବୁଧବାର ଆରମ୍ଭ ହୋଇଯାଇଛି । ଯୁକ୍ତ ଦୁଇ ପରୀକ୍ଷା ଶୃଙ୍ଖଳିତ ଭାବେ ସାରିବା ଓ କପି ରୋକିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଛି। ପ୍ରଥମ ଦିନ ବିଜ୍ଞାନ ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କର ମାତୃଭାଷା ଓଡ଼ିଆ(ଏମ୍‌ଆଇଏଲ୍‌)ପରୀକ୍ଷା ହୋଇଛି । ପରୀକ୍ଷା ପୂର୍ବାହ୍ନ ୧୦ଟାରେ ଆରମ୍ଭ ହୋଇ ଅପରାହ୍ନ ୧ଟାରେ ସରିଛି । ହିଞ୍ଜିଳିକାଟୁ ସ୍ଵୟଂସାସିତ ବିଜ୍ଞାନ ମହାବିଦ୍ୟାଳୟ କୂ ୯ଘଣ୍ଟ ୩୦ ମି ସମୟରେ ଛାତ୍ର ଛାତ୍ରୀ ମହାବିଦ୍ୟାଳୟ ପରିସର କୁ ପ୍ରବେଶ କରିଥିଲେ।
୧୦ଟା ସମୟରେ ପ୍ରଶ୍ନପତ୍ର ବିତରଣ କରାଯାଇଛି। । ୧୦ଟା ୩୦ ମିନିଟ୍ ପରେ କୌଣସି ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ହଲ ଭିତରକୁ ଛଡ଼ାଯାଇନାହିଁ। ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ ର ବିଜ୍ଞାନ ବିଭାଗରେ ୩୮୬ ଜଣ କଳା ବିଭାଗର ୪୦୫ଜଣ ଓ ବାଣିଜ୍ୟ ଵିଭାଗରେ ୩୯୪ଓ ଟ୍ୟିଗ ହୋଇଥିବା କଲେଜ ରୁ୪୪ ଜଣ ମୋଟ ୧୨୨୯ ଜଣ ଛାତ୍ରଛାତ୍ରୀ ପରିକ୍ଷା ଦେଇଥିବା ମହାବିଦ୍ୟାଳୟ ଅଧ୍ୟକ୍ଷା ସ୍ସସ୍ତୀକ ପାଢି ସୂଚନା ଦେଇଛନ୍ତି। ଚଳିତ ବର୍ଷ କପି ରୋକିବା କାର୍ଯ୍ୟରେ ତ୍ରିସ୍ତରୀୟ ସ୍କ୍ବାର୍ଡ ନିୟୋଜିତ ହୋଇଛନ୍ତି। ଏହା ବ୍ୟତୀତ ଜିଲା ପ୍ରଶାସନ, ଅବଜରଭର ଓ ଅନ୍ୟ ଅଧିକାରୀ କପି ରୋକିବା କାର୍ଯ୍ୟରେ ସାମିଲ ହେବେ।ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ଫୋନ୍ ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପରୀକ୍ଷାର୍ଥୀ ପରୀକ୍ଷା ଅଧାରୁ ଯିବାକୁ ଚାହିଁଲେ ବାହାରକୁ ପ୍ରଶ୍ନପତ୍ର ନେଇପାରିବେ ନାହିଁ । ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ଥିବା ଅଧ୍ୟାପକଙ୍କ ନିକଟରେ ଦାଖଲ କରିବେ।

nis-ad
Leave A Reply

Your email address will not be published.