ଚିତ୍ରକୋଣ୍ଡା:ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ବଡପଡା ପଞ୍ଚାୟତ ଅନ୍ତର୍ଭୁକ୍ତ ବଡପଡା ଗ୍ରାମରେ ଚିତ୍ରକୋଣ୍ଡା ସମନ୍ୱିତ ଶୁଶୁ ବିକାଶ ସେବା ସମୂହ ଓ ଆତ୍ମଶକ୍ତୀ ଟ୍ରଷ୍ଟ ର ମିଳିତ ଆନୁକୂଲ୍ୟରେ ବଡପଡା ଅଙ୍ଗନୱାର୍ଡୀ କେନ୍ଦ୍ରଠାରେ ଶିଶୁ ମାନଙ୍କର SAM (ଅତିଶୟ ପୃଷ୍ଟିହୀନତା) / MAM (ମଧ୍ୟମଧରଣର ପୃଷ୍ଟିହୀନତା) ସମ୍ବନ୍ଧୀୟ ଏକ SCREENING CAMP ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ କ୍ୟାମ୍ପରେ ଚିତ୍ରକୋଣ୍ଡା ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଏ.ଅର୍ଣ୍ଣପୂର୍ଣ୍ଣାଙ୍କ ଅଧ୍ୟକ୍ଷତାରେ ବଡପଡା ପଞ୍ଚାୟତ ଭୁକ୍ତ ବଡପଡା, ମୁତାମ୍ବ ଓ ସିନ୍ଧିପୁଟ ଗ୍ରାମର ପ୍ରାୟ ଶତାଧିକ ମହିଳାଙ୍କ ସମେତ ତାଙ୍କ ଶିଶୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ଅଙ୍ଗନୱାଡି କର୍ମୀ ଓ ସୁପରଭାଇଜର ଙ୍କ ଦ୍ୱାରା ଶତାଧିକ ଶିଶୁଙ୍କ ଓଜନ ମାପ ସହ ଉଚ୍ଚତା ମାପ କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବଡପଡା ପଞ୍ଚାୟତ ଭୁକ୍ତ ଅଙ୍ଗନ ୱାଡି କର୍ମଚାରୀଙ୍କ ମଧ୍ୟରୁ ଗୌରୀ ତାଙ୍ଗୁଲ, ତାପସି ସାହା, ସାବିତ୍ରୀ ଖିଲ, ବତି ହନ୍ତାଳ, ଦିବ୍ୟତାରା ଖରା, ମନବତୀ ହନ୍ତାଳ ଙ୍କ ସହ ଅଙ୍ଗନ ୱାଡି ସୁପରଭାଇଜର ରଞ୍ଜିତା ପୂଜାରୀ, ଭାନୁମତି ଭତ୍ରା, ଆଦି ଲକ୍ଷ୍ମୀ, ଚମ୍ପା ନାୟକ ଓ ଗାଙ୍ଗି ଶ୍ରୀଗମ ଆଦି ଯୋଗ ଦେବା ସହ ଆତ୍ମଶକ୍ତୀ ଟ୍ରଷ୍ଟ ଦ୍ନାରା ଅନୁପ୍ରେରୀତ ଶ୍ରମଜୀବି ସଂଗଠନ ତରଫରୁ ମଦନ ହନ୍ତାଳ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.